Swastik Tv News Odisha

” ଲୁଣ ” କରିବ ଧନୀ ଆଜି ଯେତେଶିଘ୍ର ସମ୍ଭବ ଏହି ଉପାୟ କରନ୍ତୁ, ହେବ ଚମତ୍କାର – Odia Bayagita

0

ଘରେ ବାସ୍ତୁ ଦୋଷ ରହିବା ଯୋଗୁଁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏମିତି କି ଘରେ ସର୍ବଦା କଳିଝଗଡା ବା ଆର୍ଥିକ ସଙ୍କଟ ଦେଖାଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଲୁଣ ର ଏମିତି ଏକ ଉପାୟ ବିଷୟରେ ଜଣେଇବୁ , ଯାହା ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରିବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହେବ । ତେବେ ଆସନ୍ତୁ ଜାଣିବା ସେହି 2 ଟି ଛୋଟ ଉପାୟ ବିଷୟରେ ।

1. ଲୁଣ ପାଣିରେ ଘରକୁ ସଫା କରନ୍ତୁ :-

ସପ୍ତାହରେ ଆପଣ ଥରେ ମାତ୍ର ଲୁଣ ପାଣିରେ ଘରକୁ ସଫା କରନ୍ତୁ । ଘରକୁ ସଫା ରଖିବା ପାଇଁ ପ୍ରସ୍ତୁତ କରିଥିବା ପାଣିରେ କିଛି ଲୁଣ ମିଶାଇ କପଡା ସାହାର୍ଯ୍ୟରେ ପୋଛନ୍ତି , ତେବେ ଆପଣଙ୍କ ଘରେ କଳିଝଗଡା କମ ହୋଇଥାଏ । ଏହାଛଡା ଗୃହରେ କୌଣସି ପ୍ରକାର ନକରାତ୍ମକ ଉର୍ଜା ପ୍ରବେଶ କରି ପାରି ନଥାଏ । ଏହା ସପ୍ତାହକୁ ମାତ୍ର ଥରେ କରିବେ , ଯେ ପର୍ଯ୍ୟନ୍ତ ଆପଣଙ୍କ ଅସୁବିଧା ଠିକ୍ ନହେଇ ଯାଇଛି । ସେ ପର୍ଯ୍ୟନ୍ତ ଏହାକୁ ପ୍ରୟୋଗ କରିବେ , ଦେଖିବେ ନିଶ୍ଚିତ ରୂପେ କାମ କରିବ , ଏହାଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ । ଆପଣଙ୍କ ଘରେ କେବେହେଲେ ଧନର ଅଭାବ ରହିବ ନାହିଁ ।

2. ଶୁଖିଯାଇଥିବା ଗୋବର ସହ ଲବନଗୁଣ୍ଡ ମିଶାଇ ଧୂଆଁ ଘରେ ପ୍ରୟୋଗ କରନ୍ତୁ :-

ଏହି ଦ୍ୱିତୀୟ ଉପାୟଟିକୁ ପ୍ରତି ମାସରେ ଦୁଇଥର କରନ୍ତୁ । ଗାଈର ଗୋବରକୁ ଶୁଖାଇ ତା ସହ ଲୋବନ ଗୁଣ଼଼୍ଡ ଯାହାକି ପୂଜା ସାମଗ୍ରୀ ଦୋକାନରେ ମିଳିଥାଏ । ତାହାକୁ ଆଣି ଶୁଖିଯାଇଥିବା ଗୋବର ଉପରେ ପକାଇ ତା ଦେହ ରେ ନିଆଁ ଲଗାଇବେ । ଯେପରିକି ସେଥିରୁ ଧୂଆଁ ହେବ , ଯେପରିକି ଆପଣମାନେ ଘରେ ଝୁଣା ଧୂଆଁ ଦେଇଥାନ୍ତି । ସେହିପରି ଆପଣ ଗୋବର ଓ ଲବଣ ଗୁଣ୍ଡ ପକାଇ ଧୂଆଁ କରିବେ । ସେହି ଧୂଆଁକୁ ଆପଣ ସନ୍ଧ୍ୟା ସମୟରେ ଉପଯୋଗ କରିବେ , ଏହା ଅତ୍ୟନ୍ତ ଛୋଟ ଉପାୟ ଅଟେ କିନ୍ତୁ ବହୁତ ଭଲ କାମ କରିଥାଏ ।

ଏହି ଉପାୟକୁ ସେ ପର୍ଯ୍ୟନ୍ତ କରିବେ , ଯେ ପର୍ଯ୍ୟନ୍ତ କି ଆପଣଙ୍କ ଘରେ କୌଣସି ସମସ୍ୟା ରହିଛି । ଯେପରିକି ଆର୍ଥିକ ସମସ୍ୟା ହେଉ ବା ପରିବାରରେ ଅଶାନ୍ତି ହେଉ ବା କୌଣସି ରୋଗ ଜନିତ ସମସ୍ୟା ହେଉ ଏହା ବହୁତ ଭଲ କାମ କରିଥାଏ । ଆପଣ ମାନେ ଏହାକୁ ପ୍ରୟୋଗ କରି ଦେଖନ୍ତୁ ନିଶ୍ଚିତ ରୂପେ ଏହା କାମ କରିଥାଏ , ଆପଣ ମାନଙ୍କର ଏହି ସମସ୍ତ ସମସ୍ୟା ମାନ ମଧ୍ୟ ଦୂର ହୋଇଯାଏ । ତେଣୁ ଆପଣ ମାନେ ଏହି ଉପାୟକୁ ନିଶ୍ଚୟ କରନ୍ତୁ ଏବଂ ଆପଣଙ୍କର ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.