Swastik Tv News Odisha

ଅଶ୍ଳୀଳ ଭିଡ଼ିଓ ଦେଖିବାକୁ ମନା କଲା ୬ ବର୍ଷର ଝିଅ, ରାଗରେ ମିଳିମିଶି ମାରିଦେଲେ ୩ ନାବାଳକ, ଆଉ ତା’ ପରେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବା ପାଇଁ ମିଳୁଛି।ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଏଭଳି ଅନ୍ୟାୟ କାର୍ଯ୍ୟରେ ବଡ଼ ଲୋକ ମାନଙ୍କ ଠାରୁ ଛୋଟ ପିଲା ମାନେ ମଧ୍ୟ ଲିପ୍ତ ରହି ଥିବାର ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ଛୋଟ ଝିଅଟି ଅଶ୍ରୀଳ ଭିଡ଼ିଓ ଦେଖିବାକୁ ମନା କରି ଦେଲା ବୋଲି ତାକୁ ମାରି ଦେଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଜାଣିବା;

ଏଭଳି ଏକ ଘଟଣା ଅସମର ନଗାଁଓ ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ୬ ବର୍ଷର ଝିଅକୁ ତିନି ଜଣ ନାବାଳକ ମାନେ କିଛି ଅଶ୍ରୀଳ ଭିଡ଼ିଓ ଦେଖାଉ ଥିଲେ। ସେହି ଝିଅଟି ସେହି ଭିଡ଼ିଓକୁ ଦେଖିବା ପାଇଁ ମନା କରି ଦେଇ ଥିଲା ଓ କହିଥିଲା ଯେ, ଏତେ କମ ବୟସରୁ ଏଭଳି ଅଶ୍ରୀଳ ଭିଡ଼ିଓ ଦେଖିବା ଛୋଟ ପିଲା ମାନଙ୍କ ଖରାପ କଥା ଅଟେ। ଏଭଳି ଭିଡ଼ିଓ ଦେଖିଲେ ଛୋଟ ପିଲା ମାନେ ଖରାପ ହୋଇ ଯିବେ। ତିନି ଜଣ ନାବାଳକ ସେହି ଛୋଟ ଝିଅଟିକୁ ଭିଡ଼ିଓ ଦେଖିବା ପାଇଁ ବାଧ୍ୟ କରୁଥିଲେ। କିନ୍ତୁ ଛୋଟ ପିଲାଟି ତାଙ୍କ କଥାରେ ରାଜି ନହୋଇ ସିଧା ମନା କରି ଦେଇ ଥିଲା।

ପିଲାଟି ମନା କରି ଦେବା ପରେ, ସେହି ତିନି ଜଣ ନାବାଳକ ମାନେ ପିଲାଟି ଉପରେ ଖୁବ ଜୋର ସୋର ଭାବରେ ରାଗି ଯାଇ ଥିଲେ। ଏହା ପରେ ସେହି ଛୋଟ ଝିଅଟିକୁ ସେମାନେ ମିଶି ଜୋର ଭାବରେ ମାଡ଼ ମାରିବା ସହିତ ତାକୁ ହତ୍ୟା କରି ଦେଇଥିଲେ। ସେମାନେ ଛୋଟ ଝିଅଟିକୁ ମାରି କାଳିଆବୋର ସବଡିଭିଜନର ନିଜୋରୀ ସ୍ଥିତ ଥିବା ଏକ ପଥର କ୍ରସର ମିଲର ଶୌଚାଳୟରେ ପକାଇ ଥିଲେ। ଏହି ଖବର ତାଙ୍କ ପରିବାର ଲୋକ ମାନେ ଜାଣିବା ପରେ ଯେତେବେଳେ ଝିଅଟିକୁ ଉଦ୍ଧାର କରିବା ପାଇଁ ଯାଇ ଥିଲେ, ସେଠାରେ ଝିଅଟି ଅଚେତ ଅବସ୍ଥାରେ ପଡ଼ି ଥିଲା।

ଏହା ଦେଖି ପରିବାର ଲୋକ ମାନେ ତାକୁ ସଙ୍ଗେ ସଙ୍ଗେ ନିକଟରେ ଥିବା ମେଡିକାଲକୁ ନେଇ ଯାଇ ଥିଲେ। ଡାକ୍ତର ସେଠାରେ ଦେଖି ମୃତ ବୋଲି ଘୋଷଣା କରିଥିଲେ। ଝିଅର ମୃତ ଖବର ଶୁଣି ପରିବାର ଲୋକ ମାନେ ଦୁଃଖରେ ଭାଙ୍ଗି ପଡି ଥିଲେ। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି, ଜଣେ ୮ ବର୍ଷର ପିଲା ହୋଇ ଥିବା ବେଳେ ଆଉ ଦୁଇ ଜଣ ୧୧ ବର୍ଷର ପିଲା ଅଟନ୍ତି। ଏହା ପରେ ପୋଲିସ ସେହି ନାବାଳକ ପିଲା ମାନଙ୍କୁ ଗିରଫ କରିଛନ୍ତି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କ ବାପା ପ୍ରମାଣ ସବୁ ଲୁଚାଉ ଥିବା ମାମଲାରେ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.