Swastik Tv News Odisha

ମହିଳା Constable କାନ୍ଦି କାନ୍ଦି ସମସ୍ତ କଥାର ଗୁମର ଫିଟିଲେ କହିଲେ ମୁଁ ଆଉ ସହ୍ୟ କରି ପାରୁନି, ସେ କ’ଣ କହୁଛନ୍ତି…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନ କିଛି ତଥ୍ୟ ଶୁଣିବାକୁ ମିଳୁଛି। ପୋଲିସ ମାନଙ୍କର କାର୍ଯ୍ୟ ହେଉଛି ଦେଶକୁ, ସମାଜକୁ ଓ ଏଥି ସହିତ ତାଙ୍କ ଡିପାଟ ମେଣ୍ଟକୁ ମଧ୍ୟ ସୁରକ୍ଷା ଦେବା ଓ ଯେଉଁ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଉଚିତ ଅଟେ। କିନ୍ତୁ ସମାଜରେ ଏଭଳି ଅଛନ୍ତି ଯେ କାର୍ଯ୍ୟ ଠିକ ଭାବରେ ନକରି ଅନ୍ୟ ମାନଙ୍କ ଉପରେ ତାଙ୍କ ଆଇନ ଗିରି ଦେଖାଇ ସେମାନଙ୍କୁ ସବୁବେଳେ ଅସୁବିଧାରେ ପକାଉଛନ୍ତି। ଏଭଳି କାର୍ଯ୍ୟ ପାଇଁ ପୋଲିସ ଡିପାର୍ଟମେଣ୍ଟ ଉପରୁ ଲୋକ ମାନଙ୍କର ଭରସା ଓ ବିଶ୍ୱାସ ତୁଟି ଯାଉଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଜଣେ ମହିଳା କନେଷ୍ଟବଳଙ୍କୁ ଥାନାରେ ବହୁତ ହଇରାଣ କରୁଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ ଘଟଣା ଜାଣିବା;

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ହମିଦପୁରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଏହି ରାଜ୍ୟର ପ୍ରିୟା ଚୌଧୁରୀ ନାମକ ଜଣେ ମହିଳା କନେଷ୍ଟବଳ ଅଟନ୍ତି। ସେହି ମହିଳା କନେଷ୍ଟବଳଙ୍କୁ ଥାନାରେ ବହୁତ ହଇରାଣ କରା ଯାଉଥିଲା। ଏମିତିକି ଥାନାରେ ଥିବା ଅନ୍ୟ କର୍ମଚାରୀ ମାନଙ୍କ ନିକଟରୁ ପଇସା ଆଣି ତାଙ୍କୁ ସବୁ ଛୁଟି ଦେଉଥିଲେ ଓ ଏଥି ସହିତ ତାଙ୍କ କାମ ସବୁ ଏହି ମହିଳା କନେଷ୍ଟବଳଙ୍କୁ କରିବାକୁ ଦିଆ ଯାଉଥିଲା। ଏଥି ସହିତ ଅସମୟରେ ମଧ୍ୟ କାମ କରିବାକୁ ଦିଆ ଯାଉଥିଲା।ସେ ସବୁ କାମ କରି କ୍ଲାନ୍ତ ହୋଇ ଯିବା ସହିତ ଦୁଃଖରେ ବହୁତ ଭାଙ୍ଗି ମଧ୍ୟ ପଡିଥିଲେ।

ତାଙ୍କ ସହିତ ଏଭଳି କାର୍ଯ୍ୟ କରା ଯାଉଛି ବୋଲି, ସେ ଉଚ୍ଚ ଅଧିକାରୀ ନିକଟକୁ ଯିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଉଚ୍ଚ ଅଧିକାରୀ ନିକଟକୁ ଯିବା ପାଇଁ ମନା କରି ଦିଆ ଯାଇଥିଲା। ଏହା ପରେ ତାଙ୍କର ଅନ୍ୟ ଏକ ଜାଗାକୁ ବଦଳି କରି ଦିଆ ଯାଇ ଥିଲା। ଏହି ଖବରକୁ ନେଇ ସେ ପୁରା ପୁରି ଭାବରେ ବହୁତ ଭାଙ୍ଗି ପଡିଛନ୍ତି। ବଦଳି ଖବର ଶୁଣି ସାରିବା ପରେ, ସେ ବିଷ ଖାଇ ଦେଇଥିଲେ। ସେ ବିଷ ଖାଇବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ।

ସେଠାରେ ତାଙ୍କର ଚିକିତ୍ସା ଠିକ ଭାବରେ କରା ଯାଇଥିଲା। ଚିକିତ୍ସା ହେବା ପରେ ତାଙ୍କ ସ୍ୱାସ୍ତ୍ୟ ଅବସ୍ଥାରେ ପରିବର୍ତ୍ତନ ହୋଇଛି। ଏହି ଘଟଣା ପରେ ସେ ଜୋର ଭାବରେ କାନ୍ଦି ସବୁ କଥା କହିଛନ୍ତି ଓ ଏଥି ସହିତ ପୋଲିସ ଡିପାଟମେଣ୍ଟକୁ ଦୋଷ ଦେଇଛନ୍ତି। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ସେହି ମହିଳା କନେଷ୍ଟବଳଙ୍କୁ ନ୍ୟାୟ ଦିଆଯାଉ ବୋଲି କହିଛନ୍ତି। ଯଦି ଜଣେ ମହିଳା କନେଷ୍ଟବଳଙ୍କ ଉପରେ ଏଭଳି ଭାବରେ କାର୍ଯ୍ୟ କରାଯାଏ, ତା’ହେଲେ ସାଧାରଣ ଲୋକ ମାନେ ମଧ୍ୟ ବାଦ ପଡିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.