Swastik Tv News Odisha

ପ୍ରେମ ବିବାହର ୬ ବର୍ଷ ପରେ ବୟଫ୍ରେଣ୍ଡ୍‌ ପାଇଁ ପାଗଳ ଗୋଟିଏ ଛୁଆର ମାଆ, ମୋତେ ବୟଫ୍ରେଣ୍ଡ୍‌ ଦରକାର ସ୍ୱାମୀ ନୁହେଁ…ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

0

ଆଜିକାଲିର ଲୋକ ମାନେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି।ପ୍ରତ୍ୟକ ଦିନ ଖବର କାଗଜ, ଟିଭି,ମିଡ଼ିଆ ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିଥାଉ। ସବୁ ସମ୍ପର୍କକୁ ପଛରେ ପକାଇ ଦେଇ ଥାଆନ୍ତି। ଏମିତିକି ନିଜ ସ୍ତ୍ରୀ ନିଜ ସ୍ୱାମୀକୁ ଛାଡି ଦେଇ ଅନ୍ୟ ଯୁବକଙ୍କ ସହିତ ସମ୍ପର୍କ ରଖିଥାଏ। ଯାହାକି ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ କଥା ହୋଇ ଗଲାଣି। ତେବେ ସମାଜରେ ଏଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ମହିଳା ବିବାହର ୬ ବର୍ଷ ପରେ ମଧ୍ୟ ବୟଫ୍ରେଣ୍ଡ ପାଇଁ ପୁରା ପାଗଳ ହୋଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ଏଭଳି ଏକ ଘଟଣା ଜାତସିଂହପୁରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଜଣେ ଯୁବତୀଙ୍କ ଘର, ସେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଜଣେ ଯୁବକଙ୍କୁ ଗତ ୬ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଇଣ୍ଟରକାଷ୍ଟ ବିବାହ ହୋଇ ଥିବାରୁ ଯୁବକଙ୍କ ପରିବାର ଲୋକ ମାନେ ସେମାନଙ୍କୁ ଘର ଭିତରକୁ ପ୍ରେବେଶ କରିବାକୁ ମନା କରି ଦେଇଥିଲେ। ସେଥିପାଇଁ ସେହି ଦୁଇ ଜଣ ରାଜଧାନୀ ଭୁବନେଶ୍ବରରେ ରହିଥିଲେ। ସେହି ଯୁବକ ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିବା ସହିତ ଟ୍ୟୁସନ ମଧ୍ୟ କରି ଥାଆନ୍ତି। ସେଥିରୁ ଯାହା କିଛି ରୋଜଗାର ହୋଇ ଥାଏ, ସେଥିରେ ସେ ପରିବାର ଚଳାଇ ଥାଆନ୍ତି।

କିଛି ଦିନ ପରେ ଦୁଇ ଜଣଙ୍କର ଏକ ଶିଶୁ ପୁତ୍ରଟିଏ ଜନ୍ମ ହୋଇ ଥିଲା ଓ ଦୁହେଁ ପିଲାକୁ ପାଇ ବହୁତ ଖୁସିରେ ରହିଥିଲେ। ବାହା ଘରର ଏତେ ବର୍ଷ ପରେ ବି ମହିଳା ଜଣଙ୍କ ପ୍ରେମ କରୁଥିଲେ।ଜଗତସିଂହପୁରରେ ଥିବା ଏକ ବିଦ୍ୟୁତ ଉପକରଣ ସୋ’ ରୁମରେ କର୍ମଚାରୀ ଥିବା ଜଣେ ଯୁବକଙ୍କୁ ଭଲ ପାଇଥିଲେ। ମହିଳା ଜଣଙ୍କ ନିଜ ସ୍ୱାମୀକୁ ଜଗତସିଂହପୁରରେ ଚାକିରୀ ପାଇ ଯାଇଛନ୍ତି କହି ତାଙ୍କ ଗାଁ କୁ ଚାଲି ଆସି ଥିଲେ। ନିଜ ପୁଅକୁ ବାପ ଘରେ ଛାଡ଼ି ସେହି ଯୁବକଙ୍କ ସହିତ ଦେଖା କରିବା ପାଇଁ ବା ଅତି ଘନିଷ୍ଟ ହେବା ପାଇଁ ଯୁବକଙ୍କ ପାଖକୁ ଯାଉ ଥିଲେ।

କୌଣସି ପ୍ରକାରରେ ଖବର ପାଇଁ ମହିଳାଙ୍କ ସ୍ୱାମୀ ତାଙ୍କୁ ନେବା ପାଇଁ ଜଗତସିଂହପୁର ଯାଇଥିଲେ। ରାତି ହୋଇ ଯାଇ ଥିବାରୁ ସର୍ଟ ଷ୍ଟେ ହୋମକୁ ଯିବା ପାଇଁ ପୋଲିସ ନିକଟକୁ ଫୋନ କରିଥିଲେ। ପୋଲିସ ଏହି ଖବର ପାଇ ପୋଲିସ ଥାନା ଛକ ପାଖରୁ ମହିଳାଙ୍କୁ ଥାନାକୁ ଆଣିଥିଲେ। ମହିଳାଙ୍କ ସ୍ୱାମୀ ଏହି ବାବଦରେ ଥାନାରେ ସବୁ ଜାଣିବା ପରେ ନିଜ ସ୍ତ୍ରୀ କୁ ସାଙ୍ଗରେ ନେବା ପାଇଁ କହିଥିଲେ ଓ ଯଦି ସେ ଯିବେ ନାହିଁ, ତା’ହେଲେ ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ। କିନ୍ତୁ ମହିଳା ଜଣଙ୍କ ନିଜ ବୟଫ୍ରେଣ୍ଡ ସହିତ ଯିବା ପାଇଁ ଜିଦ ଧରି ବସି ରହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.