Swastik Tv News Odisha

ଦେଖନ୍ତୁ ଭିଡ଼ିଓ : Live ମର୍ଡର ! cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

0

ମଣିଷ କ୍ରୋଧ ରେ ଅନେକ ସମୟରେ ଏମିତି କିଛି କାର୍ଯ୍ୟ କରି ବସିଥାଏ , ଯେଉଁଥି ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଅନେକ କଷ୍ଟ ଭୋଗ କରିବାକୁ ପଡିଥାଏ । ତେବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ରାଗ ଏମିତି ହେଲା ଯେ ନିରୀହ କୁକୁରକୁ ହତ୍ୟା କଲେ । ଅତି ନିର୍ମମ ଭାବରେ ଧାରୁଆ ଅସ୍ତ୍ର ରେ ହାଣି ଚାଲିଲେ , ବେଳେ ବେଳେ ଏଭଳି ପଶୁ ଠାରୁ ମଧ୍ୟ ହୀନ ହୋଇଯାଉଛି ମଣିଷ । ଏହି ନିର୍ମମ ହୃଦୟବିଦାରକ ଓ ଲଜ୍ୟାଜନକ ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡେଇ ପୂର୍ବପରିଷଦ ଅନ୍ତର୍ଗତ ପ୍ରହରାଜପୁର ଗାଁ ରେ ।

ସୂଚନା ଅନୁସାରେ ସେହି ଗାଁର ବାବୁଲା ସିଂ ନାମକ ଜଣେ ବ୍ୟକ୍ତି ଘଟାଇଛନ୍ତି ଏପରି ଲୋମ ହର୍ଷଣକାରୀ ଘଟଣା । ଅଭିଯୋଗ ହେଉଛି କୁକୁର ଟି କାଳେ ବାବୁଲାଙ୍କ କୁକୁଡା ଓ ଗାଈ ଙ୍କୁ କାମୁଡି ଦେଇଥିଲା । ତେଣୁ ରାଗ ରଖି ସେ କୁକୁରଟିକୁ ମାରିବା ପାଇଁ ଯୋଜନା କରିଥିଲେ , ଏକ ଗଳିରେ କୁକୁର ଟିଏ ଶୋଇଥିବା ବେଳେ ଲୁଚି ଲୁଚି ଆସି ତା ପିଠିକୁ ହାଣି ଦେଇଥିଲେ । ରକ୍ତରେ ଲାଲ ହୋଇ ଯାଇଥିଲା ସେହି ସ୍ଥାନଟି , ତା ପରେ କିଛି କ୍ଷଣ ମାତ୍ରକେ ତାର ମୃତ୍ୟୁ ଘଟିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ବୁଦ୍ଦିଜିବୀ ମହଲରେ ତୀବ୍ର ନିନ୍ଦା କରାଗଲା ।

ଲୋକମାନଙ୍କୁ ବହୁତ କଷ୍ଟ ଦେଇଥିଲା ଏହି ଦୃଶ୍ୟ , ଯାହାକୁ ନେଇ ପଟ୍ଟାମୁଣ୍ଡାଇ ୱାର୍ଡ ନମ୍ୱର 11 ବାସିନ୍ଦା ମହମ୍ମଦ ପପୁ ଅଭିଯୁକ୍ତ ବାବୁଲାଙ୍କ ବିରୋଧରେ ଥାନାରେ ଏତେଲା ଦେଇଥିଲେ । ଅଭିଯୋଗକୁ ଆଧାର କରି ପଟ୍ଟାମୁଣ୍ଡାଇ ପୋଲିସ ବାବୁଲା ସିଂ ଙ୍କୁ ଗିରଫ୍ କରିଥିଲା । ମଣିଷ ଜଣେ ଚିନ୍ତାଶୀଳ ବ୍ୟକ୍ତି ହୋଇଥିଲେ ସୁଦ୍ଦା ଏମିତି ଏକ ଲୋମ ହର୍ଷଣକାରୀ କାର୍ଯ୍ୟ କରିବାକୁ ପଛେଇ ନାହାନ୍ତି । ସତରେ ମଣିଷ ନିଜର ସ୍ୱାର୍ଥ ପାଇଁ କିଛି ବି କରିପାରେ , ଅତି ନିମ୍ନ ସ୍ତରକୁ ମଧ୍ୟ ଚାଲି ଯାଇପାରେ । ଏହି କୋରନା ଲକଡାଉନରେ ଲୋକେ ଏଭଳି ବୁଲା ପଶୁ ମାନଙ୍କୁ ଦୟା ଦେଖାଇ ଖାଦ୍ୟ ଖାଇବା ପାଇଁ ଦେଉଛନ୍ତି ।

ବୁଲା ପଶୁ ମାନଙ୍କର ଜୀବନ ବଞ୍ଚାଉଛନ୍ତି , ନିଜ ମାନବିକତାର ପରିଚୟ ଦେଉଛନ୍ତି । ହେଲେ ଏମିତି ବି ଲୋକ ଅଛନ୍ତି ଯିଏ ଏହି ନିରୀହ ପଶୁଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି । ସତରେ ଏ ମଣିଷ କେତେ ହିଂସ୍ର ପାଲଟି ଯାଉଛନ୍ତି , ଏଭଳି କାର୍ଯ୍ୟ କରିବା ପୂର୍ବରୁ ଥରୁଟିଏ ମଧ୍ୟ ହାତ ଅଟକି ଯାଉ ନାହିଁ । ଏଭଳି ଦୃଶ୍ୟ ଭାଇରାଲ ହେବା ମାତ୍ରେ ଅନେକ ବ୍ୟକ୍ତି ନିଜ ନିଜ ମତ ଦେଇଛନ୍ତି ଏବଂ ଏମିତି ଏକ ଲଜ୍ୟାଜନକ କାର୍ଯ୍ୟ କରିଥିବାରୁ ତାଙ୍କୁ ନିଶ୍ଚିତ ରୂପେ ଦଣ୍ଡ ମିଳିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.