Swastik Tv News Odisha

ନିଜ ସ୍ୱାମୀଙ୍କୁ ବାନ୍ଧି ବୀଚ ରାସ୍ତାରେ ଚଲାଇଲା ସ୍ତ୍ରୀ, ଆଉ ତା’ ପରେ…ଦେଖନ୍ତୁ Viral ଭିଡ଼ିଓ

0

ଆଜିର ଦିନରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ନିଶ୍ଚୟ ଘଟୁଛୁ , ତାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେବା ସହିତ ଭାବିବା ପାଇଁ ବାଧ୍ୟ ମଧ୍ୟ କରାଉଛି । ଲୋକମାନଙ୍କର ମାନବିକତା ଧୀରେ ଧୀରେ ଲୋପ ପାଇବାରେ ବସିଲାଣି , ଆଇନ ପ୍ରତି ଲୋକମାନଙ୍କର ତିଳେ ହେଲେ ଡର ନାହିଁ । ନିଜ ମନ ମୁତାବକ କାର୍ଯ୍ୟ କରି ଚାଲିଛନ୍ତି ଆଜିର ଯୁବ ସମାଜ , ଠିକ୍ ଭୁଲ ବିଚାର କରିବାର କ୍ଷମତା ମଧ୍ୟ ହରାଇ ବସିଛନ୍ତି । ସେମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି , ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରାଇଦେବ । ପାରିବାରିକ କଳହ ରୁ ଜଣେ ଯୁବକଙ୍କୁ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକମାନେ ଅଣ୍ଟା ଓ ହାତକୁ ବାନ୍ଧି ପ୍ରଚଣ୍ଡ ଖରାରେ 2 କିଲୋମିଟର ଚଲାଇ ନେଉଥିବା ବେଳେ ରାସ୍ତାରେ କିଛି ଲୋକମାନେ ଏହାର ବିରୁଦ୍ଧ କରିଥିଲେ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ବାଲେଶ୍ୱର ଜିଲ୍ଲାର ସୋର ଥାନା କେଶପୁର ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ କେଶପୁର ଗ୍ରାମର ବୈକୁଣ୍ଠ ନାୟକ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ମଧ୍ୟରେ ଗତ ଦୁଇ ଦିନ ଧରି ଝଗଡା ଲାଗି ରହିଥିଲା । ତେବେ ସ୍ୱାମୀ ବୈକୁଣ୍ଠ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦୋବା ସହ ,ସ୍ତ୍ରୀ ଲକ୍ଷ୍ମୀଙ୍କୁ ଜଳଖିଆରେ ବିଷ ଦେଇ ମାରିଦେବାକୁ ଚାହୁଁଥିବା ବେଳେ ତାଙ୍କର ପୁଅ ଓ ତିନୋଟି ଝିଅଙ୍କୁ ବିକ୍ରି କରିବା ପାଇଁ ଯୋଜନା କରିଥିବା ସ୍ତ୍ରୀ ଲକ୍ଷ୍ମୀ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଜଣା ପ଼ଡିବା ପରେ ସେ ତାଙ୍କ ବାପ ଘର ଓ ଭଉଣୀ ଘରକୁ ଖବର ଦେଇଥିଲେ । ତେବେ ତାଙ୍କ ବାପଘର ଖେରକୋଣରୁ ଆସି ବୈକୁଣ୍ଠ ଙ୍କ ଘର କେଶପୁର ରେ ପହଞ୍ଚିଥିଲେ । ପରେ ପରିବାର ଲୋକ ବୈକୁଣ୍ଠଙ୍କ ଅଣ୍ଟା ଏବଂ ହାତକୁ ବାନ୍ଧି ମାଡ ଦେବା ସହ ପ୍ରଚଣ୍ଡ ଖରାରେ କେଶପୁର ସଜନପୁର ରାସ୍ତାରେ 2 କିଲୋମିଟର ରାସ୍ତା ଚଲାଇ ଚଲାଇ ନେଇଥିଲେ । ମାତ୍ର ରାସ୍ତାରେ ବୈକୁଣ୍ଠଙ୍କୁ ସଜନପୁର ନେଉଥିବା ସମୟରେ ରାସ୍ତାରେ ଲୋକମାନେ ଏହାକୁ ବିରୋଧ କରିଥିଲେ । ଏହା ସହ ବୈକୁଣ୍ଠ ଙ୍କ ହାତ ଏବଂ ଅଣ୍ଟାକୁ ଖୋଲି ଦେଇଖିଲେ , ସେପଟେ ଏହି ଘଟଣାକୁ ନେଇ ବୈକୁଣ୍ଠଙ୍କ ସ୍ତ୍ରୀ ଲକ୍ଷ୍ମୀ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ପରିବାର ଲୋକମାନଙ୍କ କହିବା କଥା ବୈକୁଣ୍ଠ ପ୍ରତିଦିନ ସ୍ତ୍ରୀ ଲକ୍ଷ୍ମୀଙ୍କି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ଏଥିସହିତ ପିଲା ମାନଙ୍କୁ ମଧ୍ୟ ମା଼ଡ ମାରୁଥିବାର ଅଭିଯୋଗ କରିଛନ୍ତି । ତେବେ ରାସ୍ତାରେ ଯାଉଥିବା କିଛି ଲୋକମାନେ ଏହି ଦ଼ୃଶ୍ୟ ଦେଖିବାପରେ ଏହାକୁ ବିରୋଧ କରିଥିଲେ ଏବଂବୈକୁଣ୍ଠଙ୍କର ହାତ ଓ ଅଣ୍ଟାକୁ ଖୋଲି ଦେଇଥିଲେ । ଏ ନେଇ ସ୍ତ୍ରୀ ଲକ୍ଷ୍ମୀ ଥାନାରେ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.