Swastik Tv News Odisha

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ : ମଣିଷ ଭଳି ରଡି କରୁଛି ସାପ, ଭିଡ଼ିଓ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି, ୬୦ ହଜାଜର ରୁ ଅଧିକ ଲୋକ ଦେଖିସାରିଲେଣି

0

ବର୍ତ୍ତମାନ ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପୂର୍ଵ ଅପେକ୍ଷା ସବୁ କାମ ଖୁବ ସହଜ ହୋଇଯାଇଛି। ଆଜି କାଲି ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଛି। ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ, ଯାହାକି ଖୁବ ସହଜରେ ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଅବଗତ ହୋଇ ପାରୁଛେ। ଯଦି ଦେଖିବା ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡ଼ିଓ ଦେଖିବା ପାଇଁ ମଳିଛି। ତେବେ ଏହି ଭଡ଼ିଓଟି ହେଉଛି, ଏକ ବିରଳ ପ୍ରଜାତିର ସାପ ଦେଖିବା ପାଇଁ ମିଳିଛି, ଯାହାକି ମଣିଷ ଭଳି ଶବ୍ଦ କରୁଛି। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। ଏଭଳି ବିରଳ ସାପକୁ ଯିଏ ଦେଖୁଛନ୍ତି, ଏହାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ଏବଂ ଏହାର ସତ୍ୟା ସତ୍ୟ କଣ ?

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ରେ ସାପଟି ଯେଉଁ ଭଳି ଭାବରେ ମଣିଷ ପରି ଶବ୍ଦ କରୁଛି, ଏଭଳି ବିରଳ ଏବଂ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ ତେଲେଙ୍ଗାନା ରାଜ୍ୟର ରାମୁଡୁ ପଞ୍ଚାୟତ, ରେ ଦେଖିବା ପାଇଁ ମିଳିଛି। ଭେଲିଚେଲା ଗ୍ରାମର ଇନ୍ଧିରାମା କଲନୀର ନୀଳଗିରି ତୋଟାରେ ଦେଖିବାକୁ ମିଳିଛି ଏପରି ଅଜବ ପ୍ରଜାତିର ସାପ, ତେବେ କିଛି ଲୋକ ତୋଟାକୁ ଯାଇଥିଲେ। ତୋଟାରେ କେହି ଜଣେ ରଡି ଛାଡୁଥିବାର ଶୁଣିବା ପାଇଁ ପାଇଥିଲେ। ସେହି ସ୍ଥାନରେ କେଉଁଠି ରଡି ଶୁବୁଛି ଭାବି ଖୋଜିଥିଲେ। ସେମାନେ ଭାବିଥିଲେ କେହି ଜଣେ କାନ୍ଧୁଥିବ।

ତେବେ ସେଠାରେ ଏକ ସାପକୁ ଦେଖିବା ପାଇଁ ପାଇଥିଲେ, ତେବେ ସାପଟି ଅନ୍ୟ ସାପ ଠାରୁ ଟିକିଏ ଭିନ୍ନ ଧରଣର ଦେଖା ଯାଉଥିଲା। ସାପର ମୁହଁ ଟି ଟିକିଏ ବଡ଼ ଏବଂ ଠିକ ମଣିଷ ପରି ସାପଟି ରଡି କରୁଥିଲା। ତେବେ ଏଭଳି ଏକ ବିରଳ ଦୃଶ୍ୟ ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏଭଳି ବିରଳ ସାପକୁ ଦେଖି ଲୋକମାନେ ନିଜ ମୋବାଇଲ ଫୋନ ରେ ରେକର୍ଡ କରିଥିଲେ। ତେବେ ଏଭଳି ଘଟଣାକୁ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଭଳି ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରି ନାହାନ୍ତି। କେହି କେହି କହୁଛନ୍ତି ଯେ ଏପରି କେହି ଜଣେ ଭୟସ ଏଡିଟ କରି ସୋସିଆଲ ମିଡିଆରେ ଭାଇରାଲ କରିଛି। ତେବେ ଘଟଣାର କୌଣସି ସତ୍ୟାସତ୍ୟ ବିଷୟ ରେ ଜଣା ପଡ଼ି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.