Swastik Tv News Odisha

ଜାଇଫଳ ଖାଇବାର ଚମତ୍କାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – Dr. GSS Mohapatra

0

ସ୍ୱାସ୍ଥ୍ୟକର ଜୀବନ ଯାପନ ପାଇଁ ସର୍ବଦା ଚିନ୍ଚିତ ରହିଥାଉ , କିନ୍ତୁ ଆଜିର ଏହି ବ୍ୟସ୍ତମୟ ଦୁନିଆରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ସର୍ବଦା ବ୍ୟସ୍ତ ରହିଥାନ୍ତି । ନିଜ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନେବାକୁ ସେମାନଙ୍କ ପାଖରେ ସମୟ ନଥାଏ । ଯାହାଫଳରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ତେଣୁ ପ୍ରତିଦିନ ନିୟମିତ ଭାବରେ ବ୍ୟାୟାମ କରିବା ସହ ଶରୀରକୁ ଆବଶ୍ୟକ ପରିମାଣରେ ଖାଦ୍ୟ ଯୋଗାଇବା ଉଚିତ୍ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଔଷଧୀର ବୃକ୍ଷର ଫଳ ବିଷୟରେ ଜଣେଇବୁ ,ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଏଥିସହ ବହୁତ.ବଡ ବଡ ରୋଗର ପ୍ରତିକାର ମଧ୍ୟ ଅଟେ , ଆୟୁର୍ବେଦିକ ଚିକିତ୍ସା ସମୟରେ ଜାଇଫଳର ଆବଶ୍ୟକତା ବହୁତ ରହିଥାଏ । କାରଣ ଏଥିରେ ଅନେକ ପ୍ରକାର ଔଷଧୀର ଗୁଣ ରହିଥାଏ , ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ କାର୍ଯ୍ୟକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜାଇଫଳ ଖାଇବା ଦ୍ୱାରା ଆମ ଶରୀରରେ କେଉଁ ସବୁ ରୋଗର ସମାଧାନ ହୋଇଥାଏ ।

1. ଓଜନ ହ୍ରାସ କରିବା :-

ଆଜିର ଦିନରେ ମେଦବହୁଳତା ଏକ ବଡ ସମସ୍ୟା ସାଜିଛି , ଯଦି ଆପଣ ମାନଙ୍କ ଠାରେ ଏହି ସମସ୍ୟା ରହିଛି । ତେବେ ଆପଣ ମାନେ ପ୍ରତ୍ୟେକ ଦିନ ଜାଇଫଳର ଗୁଣ୍ଡକୁ ଉଷମ ପାଣିରେ ମିଶାଇ ପାନ କରନ୍ତୁ । କୋଲେ।ଷ୍ଟ୍ରୋଲ କୁ ନିୟନ୍ତ୍ରଣ କରିବାରେ ଜାଇଫଳ ସାହାର୍ଯ୍ୟ କରିଥାଏ । ନିଜ ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଚାହୁଁଥିଲେ ନିୟମିତ ଭାବରେ ଜାଇଫଳର ଗୁଣ୍ଡକୁ ଉଷମ ପାଣିରେ ମିଶାଇ ସେବନ କରନ୍ତୁ ।

2. ହଜମଶକ୍ତି ବୃଦ୍ଧି କରାଇଥାଏ :-

ଅନେକ ଲୋକମାନଙ୍କ ଠାରେ ବଦହଜମିର ସମସ୍ୟା ରହିଥାଏ , ଅର୍ଥାତ୍ ଯାହାକିଛି ଖାଦ୍ୟ ଖାଇଥାନ୍ତି ତାହା ହଜମ ହୋଇ ନଥାଏ । ଖାଦ୍ୟ ସଠିକ୍ ଭାବରେ ହଜମ ନହେଲେ ପେଟ ଜନିତ ସମସ୍ୟା ଦେଖାଯାଏ । ତେବେ ପ୍ରତ୍ୟେକ ଦିନ ନିୟମିତ ଭାବରେ ଜାଇଫଳର ସେବନ କରିବା ଫଳରେ , ଏହା ଆମର ହଜମ କରିବାର ଶକ୍ତିକୁ ବୃଦ୍ଦି କରିଥାଏ । ଫଳରେ କୋଷ୍ଟ କାଠିନ୍ୟ ,ଗ୍ୟାସ ଓ ଅଦୃଶ୍ୟତା ଭଳି ରୋଗରୁ ଆମକୁ ରକ୍ଷା ମିଳିଥାଏ ।

3. ମଧୁମେୟ ବା ଡାଇବେଟିସ ରୁ ଆରୋଗ୍ୟ ଦେଇଥାଏ :-

ଜାଇଫଳର ସେବନ କରିବା ଦ୍ୱାରା ରକ୍ତରେ ଥିବା ଶର୍କରା ର ପରିମାଣକୁ ହ୍ରାସ କରିଥାଏ । କିନ୍ତୁ ଆମ ଶରୀରରେ ରକ୍ତରେ ଶର୍କରାର ମାତ୍ରା ଅଧିକ ହେଲେ ତାହାକୁ ଆମେ ଡାଇବେଟିସ ବା ମଧୁମେୟ ବୋଲି କହିଥାଉ । ତେଣୁ ଆପଣ ମାନେ ପ୍ରତ୍ୟେତ ଦିନ ସକାଳେ ଜାଇଫଳର ଗୁଣ୍ଡକୁ ଉଷମ ପାଣିରେ ମିଶାଇ ସେବନ କରନ୍ତୁ । ଯାହାଫଳରେ ଡାଇବେଟିସ ଭଳି ମରାତ୍ମକ ରୋଗରୁ ରକ୍ଷା କରିବାରେ ଜାଇଫଳ ଅତ୍ୟନ୍ତ ଲାଭଦାୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.