Swastik Tv News Odisha

ହେ ଭଗବାନ ! ଆକାଶରୁ ଖସିଲା ମୃତ୍ୟୁ, ଏମିତି ବି ଆସିପାରେ ମୃତ୍ୟୁ…ଦେଖନ୍ତୁ ଭିଡ଼ିଓ

0

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜୀବନ ହେଉଛି ସାରୁ ପତ୍ର ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରି ବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ ଏପରି କି ମୃତ୍ୟୁ ବେଳେ ବେଳେ ଅଚାନକ ମଧ୍ୟ ଆସି ଯାଇଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଦୁଃଖ ପ୍ରକାଶ କରିବେ। ତାହା ହେଉଛି କିଛି ପିଲା ଆମ୍ବ ତୋଳିବା ପାଇଁ ଯାଇ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ସେହି ବିଷୟରେ ଜାଣିବା;

ଏଭଳି ଏକ ଦୁଃଖ ଦାୟକ ଘଟଣା ମୟୁରଭଞ୍ଜ ଜିଲ୍ଲା ବାଙ୍ଗେରୀ ପୋଷୀ ବ୍ଲକ ଅନ୍ତର୍ଗତ ମଶିଣା ବିଲ ସ ଗାଁ ରୁ ଦେଖିବା ପାଇଁ ମିଳିଛି। ସେହି ଗାଁ ର ପିଥରାମ ଟୁଡୁ ନାମକ ଜଣେ ଯୁବକଙ୍କ ଝିଅ ମୂଷିକି ଟୁଡୁ, ଯାହାର ବୟସ ମାତ୍ର ୧୪ ବର୍ଷ ଅଟେ। ଏଥି ସହିତ ମୁଛିଆ ନାମକ ଜଣେ ଯୁବକଙ୍କ ପୁଅ ଶାଳାୟି ଟୁଡୁ, ଯାହାର ବୟସ ମାତ୍ର ୧୦ ବର୍ଷ ଅଟେ। ଏହି ଦୁଇ ନାବାଳକ ଓ ନାବାଳିକା ମିଶି ଦିନେ ଆମ୍ବ ତୋଳିବା ପାଇଁ ଅପରାହ୍ନ ସମୟରେ ଆମ୍ବ ଗଛ ନିକଟକୁ ଯାଇଥିଲେ।

କିନ୍ତୁ ଦୁଃଖର ବିଷୟ ଯେ ସେ ଦୁହେଁ ଆମ୍ବ ତୋଳୁ ଥିବା ସମୟରେ ଖୁବ ଜୋର ସୋର ଭାବରେ ବର୍ଷା ଓ ବିଜୁଳି ହେବା ସହିତ ବଜର ପାତ ମଧ୍ୟ ହୋଇ ଥିଲା। ଯାହା ଫଳରେ ବଜର ପାତ ଜୋର ହେବା କ୍ଷଣି ସେହି ଦୁଇ ପିଲା ମାନଙ୍କ ଉପରେ ପଡି ଯାଇ ଥିଲା। ସଙ୍ଗେ ସଙ୍ଗେ ପିଲା ମାନେ ସେହି ଆମ୍ବ ଗଛ ତଳେ ହିଁ ପଡି ଯାଇ ଥିଲେ। ଏହି ଖବର ଶୁଣି ଉଭୟ ପକ୍ଷର ପରିବାର ଲୋକ ମାନେ ଘଟଣା ସ୍ଥଳରେ ଆସି ପହଁଛି ଯାଇଥିଲେ।

ଏହା ଦେଖି ସେମାନେ ଦୁଃଖ ଅନୁଭବ କରିବା ସହିତ ନିସ୍ତବ୍ଧ ମଧ୍ୟ ହୋଇ ଯାଇଥିଲେ। ତାଙ୍କ ପରିବାର ଲୋକ ମାନେ ସଙ୍ଗେ ସଙ୍ଗେ ଦୁଇ ପିଲାଙ୍କୁ ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ଦେଖି ମୃତ ବୋଲି ଘୋଷଣା କରିଥିଲେ। ଏହି ଦୁଃଖ ଦାୟକ ଖବର ଶୁଣି ପରିବାରରେ ଶୋକର ଲହରୀ ଖେଳି ଯାଇ ଥିଲା। ଏଥି ସହିତ ସେଠାକାର ସ୍ଥାନୀୟ ଅଞ୍ଚଳର ଲୋକ ମାନେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଏଥି ସହିତ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.