Swastik Tv News Odisha

ନିଜ ସ୍ୱାମୀକୁ ପ୍ରେମିକା ହାତରେ ଟେକିଦେଲା ସ୍ତ୍ରୀ, ହେଲେ ବଦଳରେ ନେଲା ଦେଢ଼ କୋଟିର ସମ୍ପତ୍ତି ଦେଖନ୍ତୁ କାହିଁକି…

0

ସିନେମା ପ୍ରେମୀମାନେ ଅନିଲ କପୁର , ଶ୍ରୀଦେବୀ ଓ ଉର୍ମିଳା ମାତୁଳ କରଙ୍କ ଅଭିନିତ ଫିଲ୍ମୀ ଯୁଦାୟୀ ନିଶ୍ଚୟ ଦେଖିଥିବେ । ଏଥିରେ ଜଣେ ଅର୍ଥଲୋଭୀ ମହିଳା କିଭଳି ଟଙ୍କା ପାଇଁ ନିଜ ସ୍ୱାମୀ ଙ୍କୁ ଅନ୍ୟ ଯୁବତୀଙ୍କ ପାଖରେ ବିକ୍ରି କରି ଦେଉଛି ସେହି କାହାଣୀ ରହିଥିଲା । ହେଲେ ଏବେ ଏହି ରିଲ୍ ଲାଇଫ୍ ଘଟଣା ରିଏଲ ଘଟିଛି ରିଏଲ ଲାଇଫ୍ ରେ । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ରେ ଏକ ଆଚମ୍ୱିତ କଲାଭଳି ଘଟଣା ଘଟିଛି । ଜଣେ ପତ୍ନୀ ଦେଢ କୋଟି ଟଙ୍କା ନେଇ ନିଜ ସ୍ୱାମୀ ଙ୍କୁ ତାଙ୍କ ପ୍ରେମିକା ହାତରେ ଟେକି ଦେଇଛନ୍ତି ।

ଫୋମିଲି କୋର୍ଟ ରେ କିଛିଦିନ ପୂର୍ବରୁ ଏକ ଅଭିଯୋଗ ଆସିଥିଲା , ଯେଉଁଥିରେ ଜଣେ ନାବାଳିକା ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କର ଅଫିସରେ କାମ କରୁଥିବା ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରହିଛି । ଯେଉଁ କାରଣରୁ ଘରେ ଝଗଡା ଲାଗି ରହୁଛି , ଏହି କାରଣରୁ ମଧ୍ୟ ଘର ବରବାଦ୍ ହେବାକୁ ବସିଛି ଏବଂ ସେ ଓ ତାଙ୍କ ଭଉଣୀ ପାଠ ପଢି ପାରୁନାହାନ୍ତି । ଲଗାତାର ଝଗଡା ଯୋଗୁଁ ନାବାଳିକା ଜଣକ ଫ୍ୟାମିଲି କୋର୍ଟରେ ଏକ ଅଭିଯୋଗ ଅଣିଥିଲେ । ଝିଅର ଅଭିଯୋଗ ପରେ ସ୍ୱାମୀ ସ୍ତ୍ରୀ ଙ୍କୁ କୋର୍ଟ ପକ୍ଷରୁ କାଉନସିଲିଙ୍ଗ ପାଇଁ ଡକା ଯାଇଥିଲା । ଏକଥା ସ୍ପଷ୍ଟ ହେଲା ଯେ ବାବୁ ଜଣକ ତାଙ୍କ ଅଫିସରେ କାମ କରୁଥିବା ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି ।

ଯିଏକି ତାଙ୍କ ଠାରୁ ବୟସରେ ବଡ , ତେବେ ଏହି ସମ୍ପର୍କ କୁ ପତ୍ନୀ ସ୍ୱୀକାର କରିବାକୁ ନାରାଜ । ତେଣୁ ବାରମ୍ୱାର ଝଗଡା ହେଉଛି , ଏମିତିକି ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଏକାଠି ରହିବା ପାଇଁ ଚାହାନ୍ତି । କିନ୍ତୁ ପତ୍ନୀଙ୍କୁ ଏହା ମଞ୍ଜୁର ନଥିଲା , ତେବେ ଫ୍ୟାମିଲି କୋର୍ଟ ତରଫରୁ ଅନେକ ଥର କାଉନସିଲିଙ୍ଗ ପରେ ଶେଷରେ ସମସ୍ୟାର ସମାଧାନ ହୋଇଛି । ପତ୍ନୀ ଗୋଟିଏ ସର୍ତ୍ତରେ ସ୍ୱାମୀଙ୍କୁ ଛାଡିବା ପାଇଁ ରାଜି ହୋଇଗଲେ । ସର୍ତ୍ତ ହେଲା ସ୍ୱାମୀ ବଦଳରେ ଗାର୍ଲପଫ୍ରେଣ୍ଡ ସ୍ତ୍ରୀକୁ ଦେବେ ଅର୍ଥ , ତାଙ୍କର ଏକ ଫ୍ଲାଟ ଏବଂ ପ୍ରାୟ 27 ଲକ୍ଷ ଟଙ୍କା ତାଙ୍କ ପତ୍ନୀକୁ ଦେବାକୁ ଡିମାଣ୍ଡ ରଖିଲେ ସ୍ତ୍ରୀ ।

ଏହି ସର୍ତ୍ତରେ ପ୍ରେମିକା ରାଜି ହେବା ପରେ ମହିଳା ଜଣକ ତାଙ୍କ ସ୍ୱାମୀକୁ ମୁକ୍ତି ଦେଇ ଦେଇଛନ୍ତି । ଏପଟେ ପ୍ରେମିକା ସିନା ଟଙ୍କା ଏବଂ ସମ୍ପତ୍ତି ହରାଇଛନ୍ତି , ହେଲେ ପାଇଛନ୍ତି ନିଜ ପ୍ରେମିକାକୁ । ପତ୍ନୀଙ୍କ କହିବା ଅନୁସାରେ ବିବାହର ଏତେ ବର୍ଷ ପରେ ଯେତେବେଳେ ସ୍ୱାମୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଲା ନାହିଁ ,ତେଣୁ ଉଭୟ ଏକାଠି ରହିବାର କିଛି ବି ଅର୍ଥ ନାହିଁ । ଏଥିପାଇଁ ସେ ସ୍ୱାମୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ , ଏହା ସହିତ ସ୍ୱାମୀଙ୍କ ବଦଳରେ ଦେଢ କୋଟି ଟଙ୍କା ବି ମିଳୁଛି । ତେଣୁ ସେ ମାନା କରିଥାନ୍ତେ ବା କାହିଁକି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.