Swastik Tv News Odisha

Pregnancy Tips – ଜାଣନ୍ତୁ ପିରିୟଡ୍ ହେବାର କେତେଦିନ ପରେ ଜଣେ ମହିଳା ଗର୍ଭବତୀ ହେବାର ସୌଭାଗ୍ୟ ଲାଭ କରନ୍ତି

0

ଦୁନିଆର ମା ହେବା ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ , ଜଣେ ନାରୀ ମାତୃତ୍ୱ ଲାଭ କରିବା ପରେ ନିଜକୁ ସୌଭାଗ୍ୟ ପୂର୍ଣ୍ଣ ବୋଲି ଭାବିଥାଏ । ପୂର୍ବ ପୁରୁଷ ରୁ ମାନ୍ୟତା ରହି ଆସିଛି ଯେ ନିଜର ବଂଶଗତ ପିଢୀ କୁ ବଜାଇ ରଖିବା ପାଇଁ ପୁରୁଷ ଓ ମହିଳା ମାନେ ବିବାହ କରିଥାନ୍ତି । ବିବାହ ପରେ ମା ବାପା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ଜଣେ ନାରୀ ତାର ଗର୍ଭରେ 9 ମାସ ଧରି ଅନେକ କଷ୍ଟ ଯନ୍ତ୍ରଣା ସହି ଶିଶୁଟିକୁ ଜନ୍ମ ଦେଇଥାଏ । ମା ପାଇଁ ତାର ସନ୍ତାନ ସବୁଠାରୁ ମୂଲ୍ୟବାନ ହୋଇଥାଏ , ତା ପାଇଁ ସେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାଏ ।

କିନ୍ତୁ ଅନେକ ମହିଳା ମାନଙ୍କ ଠାରେ ଗର୍ଭଧାରଣ କରିବା ବା ସନ୍ତାନକୁ ଜନ୍ମ ଦେବା , ସେମାନଙ୍କ ପାଇଁ ସହଜ ହୋଇ ନଥାଏ । ବିଶେଷ କିଛି କାରଣ ପାଇଁ ସେମାନେ ମା ହେବାରୁ ବଞ୍ଚିତ ରହିଥାନ୍ତି । ବହୁତ ଜଣଙ୍କୁ ଏ ବିଷୟରେ ଜଣା ନଥାଏ ଯେ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଜଣେ ମହିଳା ଗର୍ଭବତୀ ହୋଇ ପାରିନଥାଏ । ଏହାର ଅନେକ କାରଣ ମାନ ରହିଛି , ତେବେ ଆସନ୍ତୁ ଜାଣିବା ସେହି କାରଣ ଗୁଡିକ ବିଷୟରେ ।

1. ଶାରିରୀକ ସମ୍ପର୍କ ରଖିବା ବେଳେ ସାବଧାନତା ଅବଲମ୍ୱନ କରନ୍ତୁ :-

ଆପଣ ମାନେ ଜାଣି ରଖିବା ଉଚିତ ଯେ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପରେ ବା ସେକ୍ସ କରିବା ପରେ କିଛି ସମୟ ଅର୍ଥାତ୍ 15 ମିନିଟ ଶୋଇ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଏହିଭଳି ଉପାୟ କରିବା ଦ୍ୱାରା ମହିଳା ମାନେ ସହଜରେ ଗର୍ଭବତୀ ହେବାର ଅଧିକ ସମ୍ଭାବନା ଥାଏ ।

2. ଶାରୀରିକ ସମ୍ପର୍କ ସମୟରେ ସଚେତନତା :-

ଯେଉଁ ସମୟରେ ଆପଣ ମାନେ ଶାରିରୀକ ସମ୍ପର୍କ ରଖୁଛନ୍ତି , ସେହି ସମୟରେ କୌଣସି ପ୍ରକାର ମାନସିକ ଚାପ କିମ୍ୱା ଚିନ୍ତାରେ ରୁହନ୍ତୁ ନାହିଁ । ଉତ୍ସାହ ର ସହିତ ଏହି ସମ୍ପର୍କ ସ୍ଥାପନ କରନ୍ତୁ ।

3. ସହବାସର ସମୟ ଜାଣନ୍ତୁ :-

ସଠିକ୍ ସମୟରେ ସହବାସ ନକଲେ ଏହା ସିଧାସଳଖ ଆପଣଙ୍କ ଗର୍ଭଧାରଣ କରିବାରେ ଅସୁବିଧା କରାଇଥାଏ । ତେଣୁ ସର୍ବପ୍ରଥମେ ସହବାସ ର ଉଚିତ୍ ସମୟ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

4. ପରିୟଡ୍ସ ର ତାରିଖ ମନେ ରଖନ୍ତୁ :-

ପ୍ରତ୍ୟେକ ନାରୀ ମାନେ ନିଜର ପିରିୟଡ୍ସ ତାରିଖ ମନେ ରଖିବା ଉଚିତ , କାରଣ ମହିଳାଙ୍କ ପିରିୟଡ୍ସ ହେବାର 11 ଦିନ ପରେ ଲଗାତାର ଭାବରେ 5 ଦିନ ଶାରୀରିକ ସମ୍ୱନ୍ଧ ରଖିବା ଦ୍ୱାରା ଜଣେ ନାରୀ ର ଗର୍ଭବତୀ ହେବାର ସମ୍ଭାବନା ଥାଏ ।

5. ଓଭୁଲେସନ ଡେ ମନେ ରଖନ୍ତୁ :-

ପିରିୟଡ୍ସ ହେବାର 6 ଦିନ ପରଠାରୁ ଆଗାମୀ 12 -14 ଦିନ ପର୍ଯ୍ୟନ୍ତ ଦିନକୁ ଓଭିଲେସନ ଡେ କୁହାଯାଏ । ଏହି ସମୟରେ ଶାରିରୀକ ସମ୍ୱନ୍ଧ ରଖିଲେ ଜଣେ ମହିଳା ଗର୍ଭବତୀ ହେବାର ସମ୍ଭାବନା ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.