Swastik Tv News Odisha

ବ୍ରିଜ ଉପରେ ଗାଡି ଓ ମୋବାଇଲ ରଖି ମହାନଦୀ କୁ ଡେଇଁ ଆତ୍ମହତ୍ୟା କଲେ ଯୁବକ ଦେଖନ୍ତୁ Live ଭିଡିଓ

0

ଆଜିର ଯୁବପିଢୀ ମାନେ କୌଣସି ବି କାରଣ ହେଉନା କାହିଁକି ଜୀବନ ହରାଇବାକୁ ପଛଉ ନାହାନ୍ତି । ଜୀବନ କୁ ଏତେ ଘୃଣା କାହିଁକି , ପରିସ୍ଥିତିର ଚାପ କଣ ସୁନ୍ଦର ଜୀବନ ପାଇଁ ବିଷ ସାଜି ଯାଉଛି କି । କାରଣ ପୁଣି ଏକ ଅଘଟଣ ମୁଣ୍ଡଳୀ ବ୍ରିଜ ନିକଟରେ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ଘଟି ଚାଲିଛି ସେହି ସମାନ ଜାଗାରେ , ଏହି ଅଘଟଣ ପରେ ଉଠୁଛି ଅନେକ ପ୍ରଶ୍ନ । ମୁଣ୍ଡଳୀ ବ୍ରିଜରେ ଗାଡି ରଖି ମହାନଦୀ କୁ ଡେଇଁ ପଡିଛନ୍ତି ଜଣେ ଯୁବକ , ଲୋକ ଦେଖିଲେ ମାତ୍ର କିଛି କରି ପାରିଲେ ନାହିଁ । ବର୍ତ୍ତମାନ ତାଙ୍କୁ ଖୋଜୁଛି ଓଡ୍ରାଫ୍ ଟିମ ।

ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ପ୍ରାୟ 3 ଟା ସମୟ , ଜଣେ ଯୁବକ ନିଜ ଗାଡି ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡିଲେ । ଆଉ ଏହି ଚିତ୍ର ଦେଖୁଥିଲେ ସେଠାରେ ଉପସ୍ଥିତ ଥିବା ଲୋକେ । ଯୁବକଙ୍କର ନା ହେଉଛି ଚନ୍ଦ୍ରମଣି ତ୍ରିପାଠୀ ଏବଂ ଘର ବ୍ରହ୍ମପୁର ବୋଲି ଜଣା ପଡିଛି । 4 ବର୍ଷ ତଳେ ହିଁ ବିବାହ କରିଥିଲେ ଏହି ଯୁବକ ଏବଂ ତାଙ୍କର ଗୋଟିଏ ଛୋଟିଆ ପୁଅ ଟିଏ ମଧ୍ୟ ଅଛି । ଶୁଣିବାକୁ ମିଳୁଛି , ଯେ ଘରୁ ବାହାରିବା ବେଳେ ପୁଅ ଜାବୁଡି ଧରିଥିଲା ବାପାର ଗୋଡକୁ ଆଉ ପଚାରିଥିଲା କୁଆଁଡେ ଯାଉଛ ବାପା ।

ବାପା ଚନ୍ଦ୍ରମଣି କହିଥିଲେ ତୋ ପାଇଁ ଖାଇବା ଆଣିବା ପାଇଁ ଯାଉଛି , ତେବେ ପୁଅକୁ ଖାଇବା ଆଣିବାକୁ ଯାଉଛି କହି ସବୁଦିନ ପାଇଁ ଠକି ଦେଇଛନ୍ତି ଚନ୍ଦ୍ରମଣି । ନଦୀକୁ ଡେଇଁଲା ବେଳେ ଦିଶିଲା ନାହିଁ ପୁଅର ମୁହଁ , କି ଦେଖି ପାରିଲେନି ପରିବାରର ଭବିଷ୍ୟତ ଆଗକୁ କଣ ହେବ । ସ୍କୁଟି ରଖିଦେଇ ନଦୀକୁ କେହି ଜଣେ ଡେଇଁ ପଡିଲେ ବୋଲି କିଛି ଦୂରରେ ଉପସ୍ଥତ ଥିବା ଲୋକେ ଦେଖିଥିଲେ ଏବଂ ସୂଚନା ଦେଲେ ଅଗ୍ନିସମ ବାହୀନିକୁ । ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ତେବେ ଯୁବକ ଜଣକ ଭୁବନେଶ୍ୱର ଅଞ୍ଚଳର ସିଆରପି ଅଞ୍ଚଳରେ ରୁହନ୍ତି , ସେ ଏକ ଘରୋଇ ସଂସ୍ଥାରେ ଏଚଆର ଭାବେ କାମ କରନ୍ତି ବୋଲି ସୂଚନା ମିଳିଛି । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଭୁବନେଶ୍ୱର ପଟୁ ଗୁରୁବାର ଅପରାହ୍ନ ପ୍ରାୟ 3 ଟା ସମୟରେ ଜଣେ ଯୁବକ ,ସ୍କୁଟି ନମ୍ୱର OD-07 P- 1286 ରେ କଟକ ଅଭିମୁଖେ ଆସୁଥିଲେ । ଯୁବକ ଜଣକ ମୁଣ୍ଡଳୀ ବ୍ରିଦ ଉପରେ ଗାଡିକୁ ରଖିଦେଲେ ଓ ସ୍କୁଟି ଉପରେ ମୋବାଇଲ ରଖିଦେଲେ । ଏହାପରେ ସେ ନଦୀକୁ ଡେଇଁ ପଡିଲେ , କେହି କିଛି ବୁଝିବା ଆଗରୁ କେହି ତାଙ୍କୁ ଅଟକାଇବା ପୂର୍ବରୁ ସେ ଜୀବନ ହାରିବା ପାଇଁ ଚିନ୍ତା କରିଥିଲେ ଏବଂ ଡେଇଁ ବି ପଡିଲେ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ଖୋଜ୍ ଖବର ମିଳି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.