Swastik Tv News Odisha

ବାସୀ ପଖାଳ ଏବଂ ପିଆଜ ଖାଇବାର ଭିଡ଼ିଓ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଚର୍ଚ୍ଚାରେ ଏହି ଯୁବ YouTuber ଜାଣନ୍ତୁ କେମିତି କରୁଛନ୍ତି Online ରୋଜଗାର…ଦେଖନ୍ତୁ ଭିଡ଼ିଓ

0

କିଛି କରିବା ପାଇଁ ନିଜର ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତା ହାସଲ କରିବା ଦିଗରେ ଅନେକ ସହାୟକ ହୋଇଥାଏ। ଯାହାକୁ ଅନେକ ପ୍ରମାଣ କରି ଦେଖାଇଛନ୍ତି। ଏହାର ଅନେକ ଉଦାହରଣ ତ ଆପଣ ଦେଖିଥିବେ। ସେହିପରି ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଆପଣ ଜାଣିଛନ୍ତି ବର୍ତ୍ତମାନ ସମୟରେ ଡିଜିଟାଲ ଯୁଗରେ ଅନଲାଇନ୍ ରେ ବ୍ୟବସାୟ କରିବା କେତେ ସହଜ ହୋଇ ଗଲାଣି ଏବଂ ଅନେକ ଲୋକ ଅନଲାଇନ୍ ରେ ବ୍ୟବସାୟ କରି ଅନେକେ ଟଙ୍କା ରୋଜଗାର କରୁଛନ୍ତି। ଆଉ ଏଥିପାଇଁ ୟୁ ଟ୍ୟୁବ୍ ଏକ ବଡ ଏଵଂ ସହଜ ମାଧ୍ୟମ ପାଲଟିଛି। ସେହିପରି ଏବେ ସମ୍ବଲପୁର ର ଜଣେ ଯୁବକ ୟୁ ଟ୍ୟୁବ୍ ଭିଡିଓ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଏହି ଯୁବକ ଜଣଙ୍କ ହେଉଛନ୍ତି ସମ୍ବଲପୁର ର ଇସାକ୍ ମୁଣ୍ଡା। ଜଣେ ଆଦିବାସି ଯୁବକ ଏ ବିଷୟରେ ଜାଣି ରୋଜଗାର କରିବାର ଏକ ଉତ୍ତମ ମାଧ୍ୟମ କୁ ଏବେ ଆପନେଇଛନ୍ତି।ସେ ଲକ୍ ଡାଉନ୍ ସମୟରେ ଏ ବିଷୟରେ ୟୁ ଟ୍ୟୁବ୍ ରୁ ହିଁ ଜାଣିଥିଲେ ଯେ ୟୁ ଟ୍ୟୁବ୍ ମାଧ୍ଯମରେ ଟଙ୍କା ରୋଜଗାର କରିହେବ। ତାପରେ ସେ ମନସ୍ଥ କରିଥିଲେ କିଛି ନା କିଛି କରିବା ପାଇଁ। ତେବେ ଅଧିକ ଶିକ୍ଷା ନଥିବା କାରଣରୁ ସେ ଭାବିଲେ ଯେ ସେ ଯାହା ରୋଷେଇ କରି ଖାଉଛନ୍ତି ତାହାକୁ ସମସ୍ତଙ୍କୁ ଭିଡିଓ ମାଧ୍ୟମରେ ଦେଖାଇବେ। ଆଉ ଏହାପରେ ସେ ଆରମ୍ଭ କରିଥିଲେ ୟୁ ଟ୍ୟୁବ୍ ର ଅଭିଯାନ। ଏବେ ସେ ଏଥିରୁ ଅନେକ ଟଙ୍କା ରୋଜଗାର କରୁଛନ୍ତି।

କିଛି କରିବାର ଆଶା ଆଜି ତାଙ୍କୁ ଏଭଳି ସଫଳତା ଆଣି ଦେଇଛି। ଆଉ ସେ ଏବେ ଯୁବ ପିଢ଼ି ଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବାସୀ ପଖାଳ, ପିଆଜ ର ଭିଡିଓ ଦେଖାଇ ତାଙ୍କ ସରଳ ପଣରେ ସେ କିଣି ନେଇଛନ୍ତି ଅନେକଙ୍କ ହୃଦୟ। ସମସ୍ତେ ତାଙ୍କୁ ଏଥିପାଇଁ ଭଲପାଇବା ଦେବା ସହିତ ପ୍ରଶଂସା ବି କରୁଛନ୍ତି। ଏଥିରେ ତାଙ୍କୁ ତାଙ୍କର ସ୍ତ୍ରୀ ମଧ୍ଯ ସାହାଯ୍ୟ କରୁଛନ୍ତି। ଦୁହେଁ ସ୍ୱାମୀ ସ୍ତ୍ରୀ ମିଶି ବିଭିନ୍ନ ପ୍ରକାର ର ଖାଇବା ଭିଡିଓ ପ୍ରସ୍ତୁତ କରି ୟୁ ଟ୍ୟୁବ୍ ରେ ଅପଲୋଡ଼ କରୁଛନ୍ତି। ବର୍ତ୍ତମାନ ଏବେ ସୁଦ୍ଧା ପାଖାପାଖି ୨୦୦ ରୁ ଅଧିକ ଭିଡିଓ ସେମାନେ ୟୁ ଟ୍ୟୁବ୍ ରେ ଅପଲୋଡ଼ କରି ସାରିଲେଣି।

ଅନେକ ଲୋକ ତାଙ୍କର ଏହି ଭିଡିଓ କୁ ଦେଖୁଛନ୍ତି ଏବଂ ପସନ୍ଦ କରୁଛନ୍ତି। ୟୁ ଟ୍ୟୁବ୍ ରୁ ସେ ଟଙ୍କା ରୋଜଗାର କରିବା ପରେ ସେହି ପଇସାରେ ସେ ପକା ଘର ଖଣ୍ଡିଏ କରିଛନ୍ତି। ଏବେ ଆଉ ତାଙ୍କୁ ପୂର୍ବଭଳି ଲୋକଙ୍କ ଘରେ ମୂଲ ଲାଗିବା ପାଇଁ ପଡୁନାହିଁ।ସେ ନିଜେ ତାଙ୍କ ପରିବାର କୁ ଖୁସିର ସହିତ ଚଲାଇ ନେଇ ପାରୁଛନ୍ତି। ତେବେ ଜଣେ ଆଦିବାସୀ ଯୁବକ ତାଙ୍କର ପ୍ରଚେଷ୍ଟା ପରେ ଯେଉଁ ସଫଳତାକୁ ହାସଲ କରିଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ଅଟେ। ଏହାକୁ ନେଇ ନିଜେ ଇସାକ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଯାହାକୁ ଆପଣ ଏହି ଭିଡିଓ ରେ ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.