Swastik Tv News Odisha

ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : ହଠାତ ସମୁଦ୍ର ପାଖ ଦେଇ ଯାଉଥିବା ବେଳେ ଖସି ପଡିଲେ ମହିଳା, ଆଉ ତା’ ପରେ….

0

ମନୁଷ୍ୟ ଜୀବନରେ ଦୃଘଟଣା କେତେବେଳେ, କେଉଁଠି, କେଉଁ ପରିସ୍ଥିତିରେ ଘଟିବ ତାହା କେହି କହିପାରିବେ ନାହିଁ। ତେବେ ଦୃଘଟଣା ଯେତେବେଳେ ଘଟେ, ତାହା ଅଚାନକ ଆସିଥାଏ। ଏହାକୁ କେହି ରୋକି ପାରିବେ ନାହିଁ। ତେବେ ବେଳେ ବେଳେ ନିଜର ଅସାଵଧାନତା କାରଣରୁ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ। ତେବେ ବେଳେ ଏହା ବହୁତ ବଡ଼ ବିପଦ ମଧ୍ୟ ସୃଷ୍ଟି କରିଥାଏ। ଏହି ବିପଦରୁ ରକ୍ଷା କରିବା ପାଇଁ ବେଳେ ବେଳେ ଭଗବାନ ରୂପରେ ମଣିଷ ରୂପରେ ଆସି ରକ୍ଷା କରିଥାନ୍ତି। ତେବେ ସମାଜରେ ବହୁତ କମ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନକୁ ବିପଦ ମୁଖରେ ପକାଇ, ଅନ୍ୟକୁ ବିପଦ ମୁଖରୁ ଉଦ୍ଧାର କରିଥାନ୍ତି। ତେବେ ବନ୍ଧୁଗଣ ଏଭଳି ଜଣେ ବ୍ୟକ୍ତି ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡେଉଁ ପଡ଼ି ଜଣେ ମହିଳାଙ୍କୁ କଲେ ଉଦ୍ଧାର, ତାଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି।

ତେବେ ଏଭଳି ଏକ ଘଟଣା ମୁମ୍ବାଇ ରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ଜଣେ ମହିଳା ପର୍ଯ୍ୟଟକ ମୁମ୍ବାଇର ଗେଟୱେ ଅଫ ଇଣ୍ଡିଆ ଅଞ୍ଚଳକୁ ବୁଲାବୁଲି କରିବା ପାଇଁ ଯାଇଥିଲେ। ତେବେ ମହିଳା ଜଣକ ବୁଲି ବୁଲି ଥକି ପଡ଼ିଥିଲେ। ଏହାପରେ ସେ ଏକ ସେଠାରେ ଥିବା ଏକ ବ୍ରିଜ ଉପରେ ରୋଲିଂ ରେ ବସି ଥିଲେ। କିଛି ସମୟ ବସିବା ପରେ ହଠାତ ନିଜର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଲେ। ପୋଲ ତଳେ ନଦୀ ଥିଲା, ନଦୀର ପାଣି ଅତ୍ୟନ୍ତ ପ୍ରଖର ଥିଲା।

ମହିଳା ଜଣକ ପହଁରା ମଧ୍ୟ ଜାଣିନଥିଲେ, ପାଣିରେ ଉବୁଟୁବୁ ହେଉଥିଲେ। ଉପରେ ଜଣେ ଫୋଟୋ ଗ୍ରାଫର ପାଣିରେ ବୁଡି ଯାଉଥିବା ମହିଳାକୁ ଦେଖି, ଆଗ ପଛ ବିଚାର ନକରି ସିଧା ପୋଲ ତଳକୁ ଡେଉଁ ପଡିଲେ। ଏହା ପରେ ମହିଳା ଜଣକୁ ଉଦ୍ଧାର କଲେ। ଉପରେ ଅନେକ ଲୋକ ମଧ୍ୟ ଦେଖୁଥିଲେ। କିଛି ଲୋକ ଟିଉବ ଏଭଳି ରସି ପକାଇଲେ, ଏହାପରେ ମହିଳା ଜଣକୁ ଟିଉବ ଧରାଇ ଦେଇ ରସିକୁ ଧରି ଉପରକୁ ଉଠିବା ପାଇଁ ଚେଷ୍ଟା କଲେ। ସୁରକ୍ଷିତ ଭାବରେ ମହିଳା ଜଣକୁ ଉଦ୍ଧାର କଲେ। ଉପରେ ଥିବା ଲୋକେ ତାଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ।

ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ, ଉପରେ ଏତେ ଗୁଡିଏ ଲୋକ ଥିବା ସ୍ୱତେ ମଧ୍ୟ କେହି ଉଦ୍ଧାର କରିବା ପାଇଁ ଆସିନଥିଲେ। ତେବେ ଫୋଟୋ ଗ୍ରାଫର ସାହସିକତାର ସହିତ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥଲେ। ଏଥିରୁ ସ୍ପଷ୍ଟ ଭାବରେ ଅନୁମେୟ ହେଉଛି, ଯେ ଲୋକଟି ଅତ୍ୟନ୍ତ ପରୋପକାରୀ ଏବଂ ସାହସୀ। ବାସ୍ତବରେ ଯଦି ଦେଖିବା ଏଭଳି ଲୋକ ଦୁନିଆରେ ବହୁତ କମ ଅଛନ୍ତି, ଯେଉଁମାନେ କି ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟକୁ ସାହାଯ୍ୟ କରନ୍ତି। ତେବେ ତାଙ୍କର ସାହସିକତା ପାଇଁ ସୋସିଆଲ ମିଡ଼ିଆ ରେ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.