ବନ୍ଧୁଗଣ ବର୍ତମାନ ଆମର ଖରାପ ଜୀବନ ଶୈଳୀ ଓ ଅନେକ ପ୍ରକାର ଖାଦ୍ୟ ଖାଇବା ଦ୍ଵାରା ଆମର ପେଟ ଜନିତ ସମସ୍ୟା ଅଧିକ ଦେଖାଦେଉଛି |ପେଟରେ କୃମି ଜନିତ ସମସ୍ୟା ସାଧାରଣତଃ ପିଲା ଠାରୁ ବୃଦ୍ଧ ପ୍ରଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଦେଖା ଦେଇଥାଏ, ଏହି କୃମି ପେଟରେ ହେଲେ ପିଲା ମାନେ ଦୁର୍ବଳ ହେବା ସହିତ ଖାଦ୍ୟ ଖାଇବା ମଧ୍ୟ କମ କରି ଦିଅନ୍ତି |କୃମି ଜନିତ ସମସ୍ୟା କେତେକ କ୍ଷେତ୍ରରେ ବଡ଼ ଆକାର ମଧ୍ୟ ନେଇଥାଏ, ମୁଁ ଆଜି ଆପଣକୁ କୃମି ଜନିତ ସମସ୍ୟାକୁ ଦୂର କରିବା ପାଇଁ ଏକ ସୁନ୍ଦର ଘରୋଇ ଉପଚାର ବିଷୟରେ କହିବି |ଯାହାକି ଆପଣ କୃମି ପେଟ ହେବାର ଲକ୍ଷଣ ଦେଖିବା ମାତ୍ରେ ଏହି ଘରୋଇ ଉପଚାର ପ୍ରସ୍ତୁତ କରି ବ୍ୟବହାର କରିବ, ତେବେ ଆସନ୍ତୁ ଜାଣିବା ଏହି ହୋମ ରିମିଡ଼ି ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |
1:-ଯଦି ଆପଣଙ୍କ ଶରୀରରେ କୃମି ଜନିତ ସମସ୍ୟା ଅଧିକ ଦେଖା ଦେଉଥାଏ ତେବେ ଆପଣ ବିଡଙ୍ଗ ଚୂନ ଅଧା ଚାମୋଚ ନେଇ ସେଥିରେ ଅଧା ଚାମୋଚ ମହୁ ମିଶାଇ ତାହାକୁ ଆପଣ ଭଲରେ ମିକ୍ସ କରି ତାହାକୁ ପ୍ରତ୍ୟେକ ଦିନ ସକାଳ ଓ ସାନ୍ଧ୍ୟରେ ଖାଲି ପେଟରେ ଖାଆନ୍ତୁ |ଏହିପରି ଆପଣ ସାତ ଦିନ ଏହାକୁ ଲଗାତାର ଭାବରେ ଖାଇଲେ ଆପଣଙ୍କ ଶରୀର କୃମି ଜନିତ ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |
2-ଏହା ସହିତ ଆପଣ ରାତି ସମୟରେ ଏକା ଚାମୋଚ ତ୍ରିଫଳା ଗୁଣ୍ଡ ସହିତ ଦୁଇ ଚାମୋଚ ଜଡ଼ା ତେଲ ମିଶାଇ ତାହାକୁ ମିକ୍ସ କରି ଖାଆନ୍ତୁ, ଏହିପରି କଲେ ଆପଣଙ୍କ ପେଟ ସଫା ସହିତ ଆପଣଙ୍କ ପେଟରୁ କୃମି ସଫା ହୋଇଯିବ |ପିଲାଙ୍କୁ ଦେଉଥିଲେ ଆପଣ ଅଧା ଚାମୋଚ ଦିଅନ୍ତୁ |
3:-ଆପଣ କୃମି ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକା ଚାମୋଚ ଜୁଆଣି ଗୁଣ୍ଡ ସହିତ ଦୁଇ ଚିମୁଟା ସୈନ୍ଧବ୍ୟ ଲୁଣ ଓ ଏକ ଚାମୋଚ ଗୁଡ଼ ମିଶାଇ ତାହାକୁ ଆପଣ ପ୍ରତ୍ୟେକ ଦିନ ଖାଇବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଏହାଦ୍ଵାରା ଆପଣଙ୍କ କୃମି ଜନିତ ସମସ୍ୟା ଦୂର ହୋଇଯିବ |
4:-ଏହି ତିନୋଟି ରିମିଡ଼ି ଆପଣ ବ୍ୟବହାର କରିବା ସହିତ ନିଜର ଖାଦ୍ୟ ଖାଇବାରେ ଯଦି ପରିବର୍ତନ ଆଣନ୍ତି ତେବେ ମଧ୍ୟ କୃମି ଆପଣଙ୍କ ପେଟରେ ଘର କରିବ ନାହିଁ |ଏହା ସହିତ ଆପଣ ପ୍ରତ୍ୟେକ ଦିନ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ସର୍ବଦା ଅଧିକ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ |ଆପଣ ପିଲା ମାନଙ୍କ କ୍ଷେତ୍ରରେ ଯଦି ଏହି ସମସ୍ୟା ଦେଖୁଛନ୍ତି ତେବେ ଆପଣ ପିଲାମାନଙ୍କୁ ପ୍ରତ୍ୟକ ଦିନ ରାତିରେ କିସମିସ ପାଣିରେ ପକାଇ ସେହି ପାଣିକୁ ପ୍ରତ୍ୟକ ଦିନ ସକାଳ ପିଇବା ପାଇଁ ଦିଅନ୍ତୁ |ଏହିପରି ଆପଣ ସମସ୍ତ କଥା ମାନିବା ଦ୍ଵାରା ଆପଣକୁ କୃମି ଜନିତ ସମସ୍ୟା କେବେ ହେବ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।