Swastik Tv News Odisha

Dr. Mnoj Das – ସବୁଦିନ ରାତିରେ ପୁରୁଷମାନଙ୍କୁ କାହିଁକି ହଳଦୀ ବାଲା କ୍ଷୀର ପିଇବା ନିହାତି ଦରକାର ? ଜାଣନ୍ତୁ ଏହା ପିିିଇବା ଦ୍ବାରା କେଉଁସବୁ ଫାଇଦା ମିଳିଥାଏ

0

ସାଧାରଣତଃ ପୁରୁଷ ମାନେ ନିଜ ବଡି ଫିଟନେସ୍ କୁ ନେଇ ବହୁତ ଚିନ୍ତିତ ରହିଥାନ୍ତି , ସେମାନେ ଚାହିଁଥାନ୍ତି ନିଜ ଶରୀରକୁ ଫିଟ୍ ରଖିବା ପାଇଁ । ସେଥିପାଇଁ ସେମାନେ ପ୍ରତିଦିନ ଜିମ୍ ମଧ୍ୟ ଯାଇଥାନ୍ତି । ସମସ୍ତଙ୍କ ପକ୍ଷେ ଜିମ ଯିବା ସମ୍ଭବ ପର ହୋଇଥାଏ , ତେଣୁ ଅନେକ ସମୟରେ ପୁରୁଷ ମାନଙ୍କୁ ହଳଦୀ ମିଶା କ୍ଷୀର ପିଇବା ପାଇଁ ଦେଇଥାନ୍ତି । କିନ୍ତୁ ଅଧିକାଂଶ ପିଲାମାନେ ଏହାକି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । ମାତ୍ର ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଏବଂ ଲାଭଦାୟକ ମଧ୍ୟ ହୋଇଥାଏ ।

ହଳଦୀ ମିଶା କ୍ଷୀରରେ ଅଧିତ ମାତ୍ରାରେ ପ୍ରୋଟିନ , ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ରାତିରେ ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ସେବନ କରିବା ଦ୍ୱାରା ଆମ ଶରୀରରେ ଅନେକ ଫାଇଦା ହୋଇଥାଏ । ଶରୀରର ଥକ୍କା ପଣ କୁ ଦୂର କରିଥାଏ , ଏହାକୁ ଆପଣ ମାନେ ଶୀତ ଦିନେ ବା ଗରମ ଦିନରେ ସେବନ କରି ପାରିବେ । ତେବେ ଆସନ୍ତୁ ଜାଣିବା ହଳଦୀ କ୍ଷୀର ପିଇବା ଦ୍ୱାରା କଣ ସବୁ ଲାଭ ହୋଇଥାଏ ।

1. ୟୁମିନିଟି ପାୱାର ବଢାଇଥାଏ :-

ହଳଦୀ ବାଲା କ୍ଷୀର କୌଣସି ଔଷଧ ଗୁଣ ଠାରୁ କମ ନୁହେଁ , କାରଣ ଏହି ହଳଦୀ ବାଲା କ୍ଷୀର ଆମ ଶରୀର ରେ ଥିବା ୟୁମିନିଟି ପାୱାର କୁ ବଢାଇବାରେ ସହାୟକ ହୋଇଥାଏ । ଏଥି ସହିତ ହଳଦୀ ମିଶା କ୍ଷୀର ଗୋଟେ କପ ପିଇବା ଦ୍ୱାରା ଏହା ଶରୀରରୁ କୁସଂକ୍ରମଣ ଓ ଫ୍ଲୁ ରୁ ବଞ୍ଚାଇଥାଏ ।

2. ଶୁଖିଲା ଖାସିରୁ ଆରାମ ଦିଏ :-

ହଳଦୀ ମିଶା କ୍ଷୀର ସେବନ କରିବା ଦ୍ୱାରା ଶ୍ୱାସନଳୀରେ ଲାଗି ରହିଥିବା କଫ ମଳ ରୂପେ ବାହାର କରିବାରେ ସହାୟକ ହୋଇଥାଏ । ଏହା ଶୁଖିଲା ଖାସିରୁ ଆରାମ ଦେଇଥାଏ ।

3. ଥଣ୍ଡା ଖାସ ରୁ ଆରାମ ଦିଏ :-

ଋତୁ ପରିବର୍ତ୍ତନ ହେଲେ ଅନେକ ଲୋକ ମାନଙ୍କ ଠାରେ ଥଣ୍ଡା କାଶ ଆଦି ସମସ୍ୟା ଦେଖିବାକୁ ମିଳିଥାଏ । ସେମାନଙ୍କ ପାଇଁ ଏହି ହଳଦୀ ମିଶା କ୍ଷୀର ବହୁତ ଆରାମ ଦାୟକ ହୋଇଥାଏ । ଏହି ହଳଦୀ ମିଶା କ୍ଷୀରରେ ଆଣ୍ଟିବାଇରାଲ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଭରପୁର ମାତ୍ରାରେ ରହିଛି । ଏହା ଆମ ଶରୀରର ଇନଫେକ୍ସନ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

4. ଓଜନ କମ ହେବ :-

ମୋଟାପଣ କୁ ଦୂର କରିବା ପାଇଁ ଚାହୁଁଥିଲେ , ପ୍ରତିଦିନ ଗରମ କ୍ଷୀରରେ ଅଳ୍ପ ଟିକିଏ ହଳଦୀ ମିଶାଇ ସେବନ କଲେ ଓଜନ ହ୍ରାସ ହୋଇଥାଏ । ଏହି କ୍ଷୀରକୁ ପିଇଲେ ଅନ୍ତ ଓ ପାଚନ ତନ୍ତ୍ର ସୁସ୍ଥ ରଖେ ।

5. ନିଦ ଗଭୀର ହୁଏ :-

ହଳଦୀ ମିଶା କ୍ଷୀର ସେବନ କରି ଶୋଇଲେ ଭଲ ନିଦ ହୋଇଥାଏ , ତେଣୁ ଆପଣ ଶୋଇବାର ଅଧଘଣ୍ଟା ପୂର୍ବରୁ ହଳଦୀ ମିଶା କ୍ଷୀର ପିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.