Swastik Tv News Odisha

ନଦୀ ଭିତରେ ହଠାତ କୁମ୍ଭୀର ସହିତ ସଂଘର୍ଷ କଲେ ମସ୍ୟଜୀବୀ, ସେହି ଭୟଙ୍କର ଦୃଶ୍ୟ ଦେଖିଲେ ହୋସ ଉଡ଼ିଯିବ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳୁଛି। ସମାଜରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖି ବାକୁ ମିଳିଥାଏ, ଯାହାକୁ ଦେଖିବା ମାତ୍ରେ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ। ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖିବାକୁ ମିଳିଥାଏ। ସବୁ ଜନ୍ତୁ ମାନଙ୍କଠାରୁ କୁମ୍ଭୀର ହେଉଛି ଏକ ମାରାତ୍ମକ ଜନ୍ତୁ ଅଟେ। ସେମାନେ ସବୁବେଳେ ପାଣି ଭିତରେ ରହି ଥାଆନ୍ତି। ଯାହାକୁ ଦେଖିବା ମାତ୍ରେ ଲୋକମାନେ ବହୁତ ଡରି ଯାଇ ଥାଆନ୍ତି ଓ ସେମାନଙ୍କ ନିକଟକୁ ଯିବା ପାଇଁ ମଧ୍ୟ ଭୟ କରି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣାଇବୁ ଯାହାକି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାହା ହେଉଛି ମସ୍ୟଜୀବି ମାନେ କୁମ୍ଭୀର ମୁହଁରୁ ଅଳ୍ପକେ ବଞ୍ଚି ଯାଇ ଥିବାର ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଚାନ୍ଦବାଲି ନିକଟସ୍ଥ ବୈତରଣୀ ନଦୀର ମୁଆଁ ଘାଟରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାତି ପ୍ରାୟତଃ ୯ ଟା ସମୟରେ ଚାରି ଜଣ ମସ୍ୟଜୀବି ମାନେ ଏକ ଡ଼ଙ୍ଗା ନେଇ ନଦୀକୁ ଯାଇଥିଲେ। ସେମାନେ ପ୍ରତିଦିନ ନଦୀରେ ଜାଲ ପକାଇ ମାଛ ଧରି ଥାଆନ୍ତି। ସେହି ଦିନ ନଦୀରେ ଜାଲ ପକାଇବା ବେଳେ ୧୫ ଫୁଟର ଏକ କୁମ୍ଭୀରକୁ ଦେଖିଥିଲେ। ସେମାନେ ବିରାଟ ବଡ଼ କୁମ୍ଭୀରକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇଥିଲେ।

ତେବେ କୁମ୍ଭୀର ମାନେ ବହୁତ ହିଂସ୍ର ଭଳି ହୋଇ ଥାଆନ୍ତି ଓ ସେମାନେ ଯାହାକୁ ଆକ୍ରମଣ କରନ୍ତି, କାହାରିକୁ ଛାଡ଼ନ୍ତି ନାହିଁ। ତେବେ ହିଂସ୍ର କୁମ୍ଭୀରଟି ସେମାନଙ୍କୁ ବାରମ୍ବାର ଝାମ୍ପ ମାରିଥିଲା। ସେମାନେ କୁମ୍ଭୀରକୁ ଘୋଡାଇବାକୁ ବାରମ୍ବାର ଚେଷ୍ଟା କରିଥିଲେ, ତଥାପି କିନ୍ତୁ କୁମ୍ଭୀର ସେହି ସ୍ଥାନ ଛାଡି ଯାଉ ନଥିଲା। ମସ୍ୟଜୀବି ମାନେ କୁମ୍ଭୀର ନ ଯିବା ଦେଖି ଆହୁରି ଅଧିକ ଭାବରେ ଡରି ଯାଇ ଥିଲେ। ସେମାନେ ନିଜ ଜୀବନ ବଞ୍ଚାଇବାକୁ ନଦୀରେ ଜାଲ ଛାଡି ଡଙ୍ଗା ନେଇ ପଳାଇ ଯାଇଥିଲେ।

ଏଥି ସହିତ ଗତ କିଛି ଦିନ ତଳେ ମଧ୍ୟ ଚାନ୍ଦବାଲି ଠାରୁ ଧାମ ନଗର ଗାନ୍ଧୀଘାଟ ଦୀର୍ଘ ୨୫ କିଲୋ ମିଟର ନଦୀରେ ବିରାଟ କାୟ କୁମ୍ଭୀର ରହିବା ସହିତ ହିଂସ୍ର ହୋଇ ଖାଦ୍ୟ ସଂଗ୍ରହ କରି ଥାଆନ୍ତି। କୁମ୍ଭୀର କେତେବେଳେ ଗୃହ ପାଳିତ ପଶୁ ତ ଆଉ କେତେବେଳେ ଝାମ୍ପି ନେଇ ଖାଇ ଦେଇଥାଏ। ଏହାକୁ ଦେଖି ସେଠାକାର ଲୋକ ମାନେ ବହୁତ ଭୟ ଭୀତ ହୋଇ ଯାଇ ଥାଆନ୍ତି। ଏମିତିକି ସେମାନେ ଘରୁ ମଧ୍ୟ ବାହାରି ପାରନ୍ତି ନାହିଁ। ତେବେ ବନ୍ଧୁଗଣ ଆପଣ ମାନେ ଯେଉଁ ଠାରେ କୁମ୍ଭୀରକୁ ଦେଖିବେ ଦୂରେଇ ରୁହନ୍ତୁ, ନହେଲେ ଆପଣ ମାନେ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.