Swastik Tv News Odisha

ଦେଖନ୍ତୁ ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର ମଧ୍ୟ କରନ୍ତୁ

0

ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ବହୁ ଅନ୍ୟାୟ କାର୍ଯ୍ୟ ଦେଖିବାକୁ ମିଳୁଛି।ମାଡ଼ପିଟ,ଡ଼କାୟତ ଓ ଚୋରି ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ମନୁଷ୍ୟ ମାନେ ସମୟ ସୁବିଧା ଦେଖି ଚୋରି ଓ ଡକାୟତ କାର୍ଯ୍ୟ କରୁଛନ୍ତି ଓ ଏଭଳି ନୀଚ କାମ କରି ନିରୀହ ଲୋକ ମାନଙ୍କ ଆଖିରେ ଧୂଳି ଦେଇ ସବୁ କିଛି ଲୁଟି ନେଉଛନ୍ତି। ତେବେ ବନ୍ଧୁଗଣ ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ଦୁର୍ବୁତ୍ତ ତାଙ୍କ ବେକରୁ ସୁନା ଚେନ ଚିଣ୍ଡାଇ ନେଇ ପଳାଇ ଯାଇଥିଲେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଦିଲ୍ଲୀ ପ୍ରଶାନ୍ତ ବିହାରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଶ୍ୟାମ ଝାବଡା ନାମକ ଜଣେ ଯୁବକ ସରକାରୀ କର୍ମଚାରୀ ଅଟନ୍ତି। ଯୁବକ ଜଣଙ୍କ ବାଲାଜୀ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ। ସେ ଫେରିବା ବାଟରେ ରାସ୍ତା ଉପରେ କିଛି ଗାଈ ମାନଙ୍କୁ ଦେଖିଲେ ଓ ଗାଈ ମାନଙ୍କୁ ରୁଟି ଖୁଆଇବା ପାଇଁ ତାଙ୍କ ପଛେ ପଛେ ଯାଇଥିଲେ। ଠିକ ସେହି ସମୟରେ ଏକ ପିଲା ରାସ୍ତାରେ ଫୋନରେ କଥା ବାର୍ତା ହୋଇ ଆସୁଥିଲା ଓ ସେହି ସମୟରେ ଯୁବକଙ୍କ ଦେହରେ ପିଟି ହୋଇ ଯାଇଥିଲା।

ଏହା ପରେ ବ୍ୟକ୍ତି ଜଣଙ୍କ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥିଲେ। ଏହା ପରେ ପଛ ପଟରୁ ଏକ ବାଇକ ଯୋଗେ ଦୁଇ ଜଣ ପିଲା ଆସି ପହଁଛି ଯାଇ ଥିଲେ। ଧକ୍କା ମାରିଥିବା ବ୍ୟକ୍ତି ଜଣଙ୍କ ଯୁବକଙ୍କ ସହିତ ଯୋଜନା କରି ତାଙ୍କ ସହିତ ଘଟଣା ବିଷୟରେ କଥା ବାର୍ତା ଜାରି ରଖିଥିଲେ। କିନ୍ତୁ ଯୁବକ ଜଣଙ୍କ ତାଙ୍କ ଯୋଜନା ବୁଝି ପାରି ନଥିଲେ। ଏହା ପରେ ଦୁର୍ବୁତ୍ତ ଜଣଙ୍କ ଯୁବକଙ୍କ ସାର୍ଟ ପକେଟ ଭିତରେ କିଛି ଜିନିଷ ଥିବା ଭାବି ହାତ ପୁରାଇ ଥିଲେ, କିନ୍ତୁ ତାଙ୍କୁ କିଛି ମିଳି ନଥିଲା।

ଏହା ପରେ ଦୁର୍ବୁତ୍ତ ଜଣଙ୍କ ବାଇକରେ ବସି ସେଠାରୁ ପଳାଇ ଯାଇଥିଲେ। କିନ୍ତୁ ସେମାନେ ପୁଣି ବାଇକକୁ ଆଣି ଯୁବକଙ୍କ ନିକଟକୁ ଯୋଜନା କରି କ୍ଷମା ମାଗିବା ପାଇଁ ଆସିଥିଲେ। କିନ୍ତୁ ଯୁବକ ତାଙ୍କ ଚାଲାଖ ବୁଝି ପାରୁ ନଥିଲେ। ଯୁବକ ଜଣଙ୍କ ବେକରେ ସୁନା ଚେନ ଲଗାଇ ଥିଲେ। ଦୁର୍ବୁତ୍ତ ଜଣଙ୍କ ଏହାକୁ ଦେଖି ରାସ୍ତାରେ ଆସୁ ଥିବା ଛୋଟ ପିଲା ମାନଙ୍କ ସମ୍ନାରେ ଯୁବକଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇ ତାଙ୍କୁ ଧକ୍କା ମାରି ପଳାଇ ଯାଇଥିଲେ। ଯୁବକ ତାଙ୍କ ପଛରେ ଗୋଡ଼ାଇ ଥିଲେ କିନ୍ତୁ ଦୁର୍ବୁତ୍ତ ମାନେ ଦ୍ରୁତ ବେଗରେ ବାଇକ ଚଲାଇ ପଳାଇ ଯାଇଥିଲେ। ଏହି ଘଟଣାଟି ସେଠାରେ ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଲା। ପୋଲିସ ଏହି ଭିଡ଼ିଓକୁ ଆଧାର କରି ଦୁଇ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.