Swastik Tv News Odisha

ଅନଲାଇନ କ୍ଲାସ ଚାଲିଥିବା ବେଳେ ଶିକ୍ଷୟତ୍ରୀଙ୍କୁ ମାଡି ବସିଲେ ରସିକିଆ ଶିକ୍ଷକ, ଆଉ ତା’ ପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମାଜରେ ଲୋକମାନଙ୍କ ମାନସିକତା କଳୁଷିତ ହୋଇଗଲାଣି। ନିଜ ମନ ମଧ୍ୟରେ ଯୌନ ଅଭିଳାଷ ରଖି ଦୁଷ୍କର୍ମ ଭଳି ଅପରାଧ କରିଚାଲିଛନ୍ତି।ଅସାଜିକ ଯୌନ ରାକ୍ଷସ ମାନେ ନିଜର କଳୁଷିତ ମନ ନେଇ, କେତେବେଳେ କଣ ଘଟିବ କେହି କହି ପାରିବେ ନାହିଁ। ପ୍ରତ୍ୟେକ ଦିନ ଦୁଷ୍କର୍ମ ଭଳି ଘଟଣା ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ଏଭଳି କିଛି ଘଟଣା ଘଟିଛି, ଜାଣିଲେ ଆପଣଙ୍କ ମଣିଷ କହିବା ପାଇଁ ମଧ୍ୟ ଘୃଣା ଲାଗିବ। ତେବେ ଏହି ଘଟଣାଟି ହେଉଛି, ଜଣେ ଶିକ୍ଷକ ଜଣେ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଜାଣିବା;

ଏଭଳି ଏକ ଘଟଣା କେନ୍ଦୁଝର ଘଷିପୁର ବ୍ଲକ ଅଧିନସ୍ଥ ରୁଦ୍ରନାରାୟଣ ପୁର ପ୍ରାଥମିକ ବିଦ୍ୟାଳୟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ମହିଳା ଶିକ୍ଷୟତ୍ରୀ ଶିକ୍ଷା ସହାୟତା ଭାବରେ ନିୟୋଜିତ ଅଛନ୍ତି। ଶିକ୍ଷୟତ୍ରୀ ଜଣଙ୍କ ଚାକିରୀରେ ନିଯୁକ୍ତି ଆରମ୍ଭରୁ, ସେହି ସ୍କଲର ମଙ୍ଗେସ କୁମାର ନାମକ ଜଣେ ରେଗୁରାଲ ଶିକ୍ଷକ ତାଙ୍କ ଉପରେ ସବୁବେଳ ପାଇଁ ଅଶାଳୀନ କରିବା ସହିତ ଅନୈତିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ଶିକ୍ଷୟତ୍ରୀ ଜଣଙ୍କ କହିଛନ୍ତି ଯେ, ଶିକ୍ଷକ ଜଣଙ୍କ ତାଙ୍କ ନାଁ ରେ ବାହାରେ ଅପପ୍ରଚାର କରୁଛନ୍ତି। ଏହି ଘଟଣା ବ୍ୟାପି ଯିବା ପରେ ଶିକ୍ଷୟତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ବିଦ୍ୟାଳୟରେ ଥିବା କମିଟି ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ପରେ ଶିକ୍ଷକ ନିଜର ଭୁଲକୁ ସ୍ୱୀକାର କରି ଶିକ୍ଷୟତ୍ରୀଙ୍କ ଗୋଡ଼ ଧରି କ୍ଷମା ମାଗିଥିଲେ। କିନ୍ତୁ ଶିକ୍ଷକ ଜଣଙ୍କ ମନେ ମନେ ପ୍ରତିଶୋଧ ନେବା ପାଇଁ ସ୍ଥିର କରିଥିଲେ।

କରୋନା ମହାମାରୀ ସମୟରେ ଗଣଶିକ୍ଷା ବିଭାଗ ତରଫୁରୁ ପିଲା ମାନଙ୍କୁ ବିଦ୍ୟାଳୟ ନଯିବା ପାଇଁ ବନ୍ଦ କରା ଯାଇଥିଲା। ସେହି ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅନଲାଇନରେ କ୍ଲାସ ନେଉଥିଲେ। ଶିକ୍ଷକ ଜଣଙ୍କ ପୂର୍ବ ପ୍ରତିଶୋଧ ରାଗ ରଖି, ଦିନେ ସ୍କୁଲରେ ଶିକ୍ଷୟତ୍ରୀ ଜଣଙ୍କ ଏକା ବସି କାର୍ଯ୍ୟ କରୁଥିଲେ। ଏହାର ସୁଯୋଗ ଉଠାଇ ଶିକ୍ଷକ ଜଣଙ୍କ ଶିକ୍ଷୟତ୍ରୀଙ୍କ ହାତକୁ ଧରି ଜୋର ଜବରଦସ୍ତ କରି ଫୋଟୋ ଉଠାଇବାକୁ ଚେଷ୍ଟା ମଧ୍ୟ କରୁଥିଲା। ଏହା ପରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିଲେ। ଏଥି ସହିତ ଦୁଇ ଜଣଙ୍କ ମଧ୍ୟରେ କିଛି ସମୟ ପାଇଁ ଜୋର ସୋର ଭାବରେ ଝଗଡା ମଧ୍ୟ ଲାଗିଥିଲା ଓ ମାଡ଼ ପିଟ ହୋଇଥିଲା। ସେଠାରୁ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ଧକ୍କା ମାରି ପଳାଇ ଆସିଥିଲେ।

ସେଠାକାର ଲୋକମାନେ ଜାଣିବା ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଏହି ବାବଦରେ ଯଦି କାହାକୁ କିଛି କୁହାଯାଏ, ତାହେଲେ ଦୁଷ୍କର୍ମ କରି ଦେବାର ଧମକ ଦେଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଶିକ୍ଷକଙ୍କ ଧର୍ମ ପତ୍ନୀ ଆସି ପହଁଛି ଯାଇଥିଲେ। ଶିକ୍ଷକଙ୍କ ସ୍ତ୍ରୀ କହିଥିଲେ ଯେ, ଯଦି ତାଙ୍କ ସ୍ଵାମୀଙ୍କ ଚାକିରୀ ଉପରେ କିଛି ପ୍ରଭାବ ପଡେ, ତାହେଲେ ସେ ଯୁବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ସବୁ ବାବଦରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିରୋଧ ପ୍ରଭା ରାୟ ସବୁ ଜାଣି ମଧ୍ୟ ଶିକ୍ଷକଙ୍କୁ ସମର୍ଥନ କରୁଥିଲେ। ଏଥି ସହିତ ଶିକ୍ଷୟତ୍ରୀଙ୍କୁ ଅପହରଣ କରିବା ପାଇଁ ମଧ୍ୟ ଧମକ ଦିଆ ଯାଇଛି। ଶିକ୍ଷୟତ୍ରୀ ନିଜ ଜୀବନକୁ ବଞ୍ଚାଇବା ପାଇଁ ସୁରକ୍ଷା ପାଇଁ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ଓ ଏଥି ସହିତ ଅନ୍ୟ ସ୍ଥାନକୁ ବଦଳି ହେବା ପାଇଁ ସ୍ଥିର କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.