Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ହାତୀ ସହିତ ଲାଗିବା ପଡ଼ିଲା ଭାରି, ଯୁବକଙ୍କୁ ପାଦରେ ଦଳି ଦେଲା ହାତୀ, ଦୃଶ୍ୟ ଦେଖିଲେ ହୋସ ଉଡ଼ିଯିବ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଣ ଓ ଜଙ୍ଗଲ ମାନ ରହିଛି ଓ ସେଠାରେ ଭିନ୍ନ ଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖି ବାକୁ ମିଳି ଥାଏ। ବଡ଼ ବଡ଼ ଜନ୍ତୁ ମାନଙ୍କୁ ଦେଖିବା ମାତ୍ରେ ମନରେ ବହୁତ ଭୟ ଲାଗିଥାଏ। ସେମାନେ ବେଳେ ବେଳେ ଗାଁ ଗଣ୍ଡାରେ ପଶି ଯାଇ ଯିବା ଆସିବା କରି ଥାଆନ୍ତି। ସେମାନଙ୍କ ନିକଟକୁ ଯାଇ ଦେଖିବା ପାଇଁ କେହି ହେଲେ ବି ସାହସ କରନ୍ତି ନାହିଁ। ସେମାନେ ବହୁତ ମାରାତ୍ମକ ହେବା ସହିତ ଶକ୍ତିଶାଳୀ ହୋଇ ଥାଆନ୍ତି ଓ ସେମାନେ ଜୀବନରୁ ମଧ୍ୟ ମାରି ଦେଇ ଥାଆନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ହାତୀ ପାଦ ତଳେ ଯୁବକ ଜଣଙ୍କର ଜୀବନ ଚାଲିଗଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଆସାମରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆସାମର ନୁମାଲି ଗଡରେ ମୋରଗି ପିଏ ଷ୍ଟେଟରେକିଛି ଜଙ୍ଗଲୀ ହାତୀ ଧାଡ଼ିକି ଧାଡି ଚୁପଚାପ ଭାବରେ କ୍ଷତ ବାଡ ଭାଙ୍ଗି NH39 ରାସ୍ତା ପାର ହେଉଥିଲେ। ଠିକ ସେହି ସମୟରେ ସେଠାକାର ସ୍ଥାନୀୟ ଲୋକ ମାନେ ଆସି ସେହି ଜଙ୍ଗଲୀ ହାତୀ ମାନଙ୍କ ଆଗରେ ଗାମୁଛା ହଲାଇବା ସହିତ ଖୁବ ଜୋର ସୋର ଭାବରେ ଚିତ୍କାର କରିଥିଲେ।

ବାରମ୍ବାର ହାତୀଙ୍କୁ ଚିଡାଇବା ଫଳରେ ଦଳରୁ ଗୋଟିଏ ହାତୀ ଖୁବ ଜୋର ରାଗି ଯାଇ ଥିଲା ଓ ଏଥି ଚିଡି ମଧ୍ୟ ଯାଇ ଥିଲା। ହାତୀଟି ରାଗି ଯାଇ ସେହି ଲୋକ ମାନଙ୍କୁ ଦୋୖଡେଇବା ଆରମ୍ଭ କରେଇ ଦେଇଥିଲା। ଦୌଡା ଦୌଡ଼ି ଭିତରେ ତାଙ୍କ ମଧ୍ୟରୁ ଜଣେ ଯୁବକ ମୁହଁ ମାଡି ଜୋର ଭାବରେ ତଳେ କଚାଡି ହୋଇ ପଡି ଯାଇ ଥିଲେ। ଏହା ପରେ ହାତୀଟି ରାଗରେ ଯୁବକ ଜଣଙ୍କୁ ତାର ଆଗ ଓ ପଛ ଗୋଡରେ ଦଳି ଚାଲିଥିଲା। ଏହା ପରେ ହାତୀଟି ସେହି ସ୍ଥାନ ଛାଡି ପଳାଇ ଯାଇଥିଲେ।

ଯୁବକଙ୍କୁ ହାତୀଟି ଖଣ୍ଡିଆ ଖାବରା କରି ରକ୍ତାକ୍ତ କରି ଦେବା ସହିତ ଗୁରୁତ୍ବର ମଧ୍ୟ କରି ଦେଇଥିଲା। ଏହା ଦେଖି ସେଠାରେ ଥିବା ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇ ଥିଲେ। ସେଠାରେ ଥିବା ଲୋକ ମାନେ ଯୁବକଙ୍କୁ ଗୁରୁତ୍ବର ଅବସ୍ଥାରେ ଉଠାଇ ଯଥା ଶୀଘ୍ର ଗୋଲଘାଟ ସେଭଲି ମେଡ଼ିକାଲକୁ ନେଇ ଯାଇ ଥିଲେ। ଏହା ପରେ ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ବୋଲି ଘୋଷଣା କରିଥିଲେ। ତେବେ ବନ୍ଧୁଗଣ ଆପଣ ମାନେ କେବେ ବି ହାତୀଙ୍କ ସହିତ ଲାଗନ୍ତୁ ନାହିଁ। ସବୁବେଳ ପାଇଁ ସେମାନଙ୍କ ଠାରୁ ଦୂରେଇ ରୁହନ୍ତି, ନେହେଲେ ଆପଣ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.