Swastik Tv News Odisha

ଓଡ଼ିଶାରେ ଲଜ୍ୟା ! ‘ମୋର କୋଉ ଜାଗାକୁ ଛାଡିଲେନି’, ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପୁଅ ଝିଅକୁ ଜବରଦସ୍ତ ଅସଦାଚରଣର ଭିଡ଼ିଓ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜରେ ଏଭଳି କିଛି ଅସଭ୍ୟ ଲୋକ ମାନେ ଅଛନ୍ତି ଯିଏ କି ସବୁବେଳ ପାଇଁ ଅନ୍ୟାୟ କାର୍ଯ୍ୟ କରି ଚାଲି ଥାଆନ୍ତି। ସେମାନେ ଏଭଳି କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ମଧ୍ୟ ଦେଇ ନଥାଆନ୍ତି। ସେମାନେ କାହାକୁ ମନ ଭିତରେ ଡର ଭୟ କରନ୍ତି ନାହିଁ। ଅସଭ୍ୟ ଲୋକ ମାନେ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରି ଚାଲି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ପ୍ରେମୀ ଯୁଗଳଙ୍କୁ ଅଟକ ରଖି ଜୋର ଜବରଦସ୍ତ ବାହାଘର କରାଇ ଦେଲେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ନବରଙ୍ଗପୁର ରାଇଘର ବ୍ଲକ ସୋନପୁରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଝିଅଟି କାଳୀ ପୂଜା ଦେଖିବା ପାଇଁ ଯାଇ ଥିଲା, ସେହି ସମୟରେ ସେ ଏକ ପୁଅ ସହିତ କଥା ବାର୍ତା ହେଉଥିଲା। କଥା ବାର୍ତା ହେବା ସମୟରେ ସେହି ଗାଁ ର ଲୋକ ମାନେ ସେ ଦୁଇ ଜଣଙ୍କୁ ଦେଖି ଦେଇଥିଲେ। ଏହା ପରେ ଗାଁ ଲୋକ ମାନେ ମିଶି ତାଙ୍କ ଦୁଇ ଜଣଙ୍କୁ ନେଇ ଏକ ବନ୍ଦ କଠୋରୀ ଭିତରେ ରଖି ବନ୍ଦ କରିଦେଲେ।

ଏହା ପରେ ଗାଁ ଲୋକ ମାନେ ମିଶି ସିନ୍ଦୁର, ଶଙ୍ଖା ଓ ମଙ୍ଗଳସୁତ୍ର ଆଣିଲେ। ଏହି ସବୁ ଜିନିଷ ଆଣି ସେହି ପୁଅଟିକୁ ଦେଇ କହିଲେ, ଏହାକୁ ସବୁ ଝିଅକୁ ଲଗାଇ ଦିଅ। ଏହା ଶୁଣି ଝିଅଟି ସେମାନଙ୍କ ନିକଟରେ କାକୁତି ମିନତୀ ହୋଇ ଅନୁରୋଧ କରିଲା, କିନ୍ତୁ ସେମାନେ ଝିଅଟିର କଥା ଶୁଣି ନଥିଲେ। ଏହା ପରେ ଜୋର ଜବରଦସ୍ତ କରି ସେହି ପୁଅ ସହିତ ବାହାଘର କରାଇ ଦେଲେ। ସେମାନେ ଝିଅ ସହିତ ଖରାପ ବ୍ୟବହାର ମଧ୍ୟ କରିବା ସହିତ ଅଶ୍ରୀଳ ଭାଷାରେ ଗାଳି ଗୁଳଜ ମଧ୍ୟ କରିଥିଲେ।

ଏଥି ସହିତ ସେମାନେ ସେ ଦୁଇ ଜଣଙ୍କର ଭିଡ଼ିଓ ତିଆରି କରି ଭାଇରଲ କରିଥିଲେ। ତାଙ୍କର ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଝିଅର ବାପା ଏହି ଖବର ଜାଣି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସେହି ଗାଁ ଲୋକ ମାନେ ଏହି ଖବର ଜାଣି ଝିଅଟିର ବାପାଙ୍କୁ ଚପଲରେ ମାରି ଥିଲେ। ବାପା ଓ ଝିଅ କହିଥିଲେ ଯେ, ଯଦି ନ୍ୟାୟ ନମିଳିବ ତାହେଲେ ସେମାନେ ଆତ୍ମହତ୍ୟା କରି ଦେବେ ବୋଲି କହିଥିଲେ। ତେବେ ବନ୍ଧୁଗଣ ଏଭଳି ଅସଭ୍ୟ ଲୋକ ମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆ ଯାଉ ବୋଲି କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.