Swastik Tv News Odisha

Astro Predict – ୨୦୨୫ ମସିହା ଏହି ତାରିଖରେ ସାତ ଦିନ ସାତ ରାତି ହେଵ। ମାଳିକା ରେ ମିଳିଲା ପ୍ରମାଣ

0

ବନ୍ଧୁଗଣ ମାଳିକା ରେ ଯେଉଁ ବିଶେଷ ପ୍ରସଙ୍ଗ ସବୁ ରହିଛି ତାକୁ ଆମେ ଗୋଟିଏ ପରେ ଗୋଟେ କଭର୍ କରିବା ପାଇଁ ଚେଷ୍ଟା କରି ଚାଲିଛୁ। ଆମେ ଆପଣଙ୍କୁ ଅନେକ ସମୟରେ ଅନେକ ଏମିତି କଥା କହିଥାଉ ଫଳରେ ଆପଣ କିଛି ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ର ଭକ୍ତ ମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏବଂ ଅନେକ ନୂଆ ନୂଆ କଥା ମଧ୍ୟ ସେମାନଙ୍କ ଠାରୁ ଜାଣୁ ଛନ୍ତି। ତେବେ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆଲୋଚନା କରିବା। ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ଜାଣିବା କଥା।

ଏହା ସତ ଯେ ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନାହାଁନ୍ତି ତଥାପି ବି ଏହି ଘଟଣା ସବୁ ସତ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆସନ୍ତୁ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରିବା, ଯାହା ଜଣେ ମାଳିକା ଭକ୍ତ ମାଳିକା ଗବେଷକ, ମାଳିକା ବର୍ଣ୍ଣିତ ଷୋଳ ମଣ୍ଡଳ, ଷୋଳ ମଣ୍ଡଳ ମଧ୍ୟରୁ ଅନ୍ୟତମ ଗୌରୀ ମଣ୍ଡଳ ଏବଂ ଗୋରୀ ମଣ୍ଡଳର ଅନ୍ୟତମ ଭକ୍ତ ଅଭିରାମ ଦେବଦାସ ବର୍ଣ୍ଣନା କରିଛନ୍ତି।

ତେବେ ଅନେକଙ୍କ ପ୍ରଶ୍ନ ରହିଛି, ସାତ ଦିନ ସାତ ରାତି କେବ ହେବ? ଯାହାକୁ ନେଇ ମାଳିକା ରେ ବର୍ଣ୍ଣିତ ରହିଛି। ତେବେ ଯାହା କୁହା ଯାଇଛି ୨୦୨୨ ମସିହା ପରଠାରୁ ଶୁଭ ସମୟ ଆସିବ ଏଵଂ ସମୟ କ୍ରମେ ଏହି ମସିହା ରେ ପ୍ରାକୃତିକ ଦୁର୍ବିପାକ ହେବ ଏବଂ ୨୦୩୧ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ଏହାଛଡ଼ା ଏକ ଅଲୌକିକ, ଚମତ୍କାର ଏବଂ ଏକ ଭିନ୍ନ ଧରଣର, ଚେତନାର ନବକଳେବର ଘଟିବ ୨୦୩୪ ମସିହାରେ, ଯାହାକୁ ସାରା ବିଶ୍ଵ ବାସୀ ଦେଖିବେ। ଏବଂ ସେତେ ବେଳକୁ ଜଗନ୍ନାଥ ସଂସ୍କୃତି, ଏ ହିନ୍ଦୁ ଧର୍ମ ସାରା ପୃଥିବୀରେ ସତ୍ୟତାର ପରିପ୍ରକାଶ ଘଟିବ। ଆଉ ସମସ୍ତ ଧର୍ମର ଲୋପ ଘଟିବ, କୌଣସି ସତ୍ତା ରହିବ ନାହିଁ।

ତେବେ ସାତ ଦିନ ସାତ ରାତି ଯେଉଁ ଅନ୍ଧାର ହେବ, ସେହି ସମୟରେ ହୀରାକୁଦ ବନ୍ଧ ଫାଟିବ, ଲଞ୍ଜାତରା ଖସିବ। ଏହିସବୁ ଘଟିବ ଯେତେବେଳେ କଳି ଯୁଗର ୫୧୨୬ ବର୍ଷ ହେବ, ସେତେବେଳେ ସାତ ଦିନ ସାତ ରାତି ଅନ୍ଧାର ହେବ ବୋଲି କୁହାଯାଇଛି।ଏହା ୨୦୨୫ ମସିହାରେ ହେବ, ଯେତେବେଳ ଚତୁର୍ଥ ସମର, ଅର୍ଥାତ୍ ବିଶ୍ବଯୁଦ୍ଧ ଘଟିବ ଏବଂ ଏଥିରେ ଅନେକ ଦୁଷ୍ଟଲୋକ ନିହତ ହେବେ ବୋଲି ମଧ୍ୟ ମାଳିକାରେ ବର୍ଣ୍ଣିତ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.