Swastik Tv News Odisha

Special Health Tips – ପିଲା,ବୁଢା ସମସ୍ତଙ୍କ ଥଣ୍ଡା,କାଶ,କଫ ଥରକରେ ଭଲ ହେବ ୧୦୦% ଗ୍ୟାରେଣ୍ଟି

0

ଶୀତ ଋତୁରେ ଥଣ୍ଡା , କାଶ ବା କଫ ଭଳି ସମସ୍ୟା ଭୋଗିବାକୁ ପଡିଥାଏ , ଛୋଟ ଲୋକଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସମସ୍ୟା ଭୋଗିବାକୁ ପଡିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ମାନେ ବିଭିନ୍ନ ପ୍ରକାର ମେଡିସିନ ସେବନ କରିଥାନ୍ତି । ତେବେ ଆପଣ ମାନେ ଚାହିଁଲେ ଥଣ୍ଡା ,କାଶ ଓ କଫ ଜନିତ ସମସ୍ୟାକୁ ଘରୋଇ ଉପାୟ ମାଧ୍ୟମରେ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।

ଥଣ୍ଡା ସମସ୍ୟା ଦୂର କରିବା ପାଇଁ :-

ପ୍ରଥମେ ଆପଣ ତୁଳସୀ ଗଛରେ ଥିବା ଜଟାକୁ ସଂଗ୍ରହ କରନ୍ତୁ ଏବଂ ଅନ୍ୟ ଗୋଟିଏ ପାତ୍ରରେ ଏକ ଗ୍ଲାସ ପାଣି ଢାଳନ୍ତୁ । ବର୍ତ୍ତମାନ ସେହି ପାଣିକୁ ଗରମ କରନ୍ତୁ ଏବଂ ସେଥିରେ ସଂଗ୍ରହ କରି ରଖିଥିବା 10 ଟି ତୁଳସୀ ଜଟାକୁ ପକାଇ ଦିଅନ୍ତୁ । ସେହି ପାଣି ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ , ଯେତେ ପର୍ଯ୍ୟନ୍ତ ପାଣି ଫୁଟି ଫୁଟି ଅଧ ଗ୍ଲାସ ହୋଇ ନଯିବ । ପାଣି ଭଲ ଭାବରେ ଫୁଟିଯିବା ପରେ ଏହାର ରଙ୍ଗ ଚେଞ୍ଜ ହେବାକୁ ଲାଗିବ । ପାଣିକୁ 5 ରୁ 10 ମିନିଟ ପର୍ଯ୍ୟନ୍ତ ଫୁଟିଲା ପରେ ବାହାର କରି ନିଅନ୍ତୁ ଏବଂ ଏକ ଛାଣା ସାହାର୍ଯ୍ୟରେ ଛାଣି ନିଅନ୍ତୁ ।

ଥଣ୍ଡା ଭଳି ସମସ୍ୟାକୁ ଦୂର କରିବା ପାଇଁ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଉପଚାର ଅଟେ , ଛୋଟ ବଡ ସମସ୍ତେ ଏହାର ସେବନ କରିପାରିବେ । ସକାଳ ସନ୍ଧ୍ୟା ଏବଂ ରାତି ସମୟରେ ଆପଣ ଏହାର ସେବନ କରି ପାରିବେ । ଦିନକୁ 3 ଥର ଏହାର ସେବନ କରନ୍ତୁ , ଯଦି ଆପଣଙ୍କୁ ବହୁତ ଅଧିକ ଥଣ୍ଡା ହୋଇଥାଏ ତେବେ ଏହାକୁ 3 ଥର ସେବନ କରନ୍ତୁ । ବୟସ ଅନୁସାରେ ଛୋଟ ପିଲାଙ୍କୁ 1 ରୁ 2 ଚାମଚ ଦିଅନ୍ତୁ ଏବଂ ବଡ ଲୋକମାନେ ଏହାର ଅଧା ଗ୍ଲାସ ସେବନ କରି ପାରିବେ । ଦୁଇ ବା ତିନି ଦିନ ଏହାର ସେବନ କରନ୍ତୁ ଦେଖିବେ ପ୍ରାକୃତିକ ଉପାୟରେ ଥଣ୍ଡା ସମସ୍ୟାକୁ ଦୂର କରିପାରିବେ ।

କାଶ ସମସ୍ୟା ଦୂର କରିବା ପାଇଁ :-

ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଗୋଟିଏ କଢେଇରେ ଏକ ଗ୍ଲାସ ପାଣି ନିଅନ୍ତୁ ଏବଂ ସେଥିରେ 2 ରୁ 4 ଖଣ୍ଡ ମିଶ୍ରି ପକାନ୍ତୁ । ଏହାକୁ ଭଲ ଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ , ଏହାକୁ ମଧ୍ୟ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଅଧା ଗ୍ଲାସ ହୋଇଯିବ । ଏବେ ଆପଣ ଗ୍ୟାସକୁ ବନ୍ଦ କରି ପାତ୍ର କୁ ଓହ୍ଲାଇ ଆଣନ୍ତୁ , ଏବେ ଏହାକୁ ଥଣ଼୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାକୁ ଛୋଟ ପିଲା ମାନଙ୍କୁ ଏକ ରୁ 2 ଚାମଚ ଖାଇବା ପାଇଁ ଦିଅନ୍ତୁ ଏବଂ ବଡ ଲୋକମାନେ ଏହାର ଅଧା ଗ୍ଲାସ ସେବନ କରି ନିଅନ୍ତୁ । ଦେଖିବେେ ଆପଣଙ୍କର କାଶ ସମସ୍ୟା ଦୂର ହୋଇଯିବ ।

କଫ ସସମ୍ୟା ଦୂର କରିବା ପାଇଁ :-

ଏଥି ପାଇଁ ଆପଣ ମାନେ ଦେଶୀ ଗାଈର ଘିଅ ଆଣନ୍ତୁ ଏବଂ ଗୋଟିଏ ଅରଖ ପତ୍ରରେ ସେହି ଘିଅର ଲେପନ କରନ୍ତୁ । ସେହି ପତ୍ରକୁ ସାମାନ୍ୟ ଉଷମ କରି ଆପଣଙ୍କ ଛାତିରେବା ଛୋଟ ପିଲା ମାନଙ୍କର ଛାତିରେ ସେକ ଦିଅନ୍ତୁ । ଏହା କରିବା ଦ୍ୱାରା କଫ ଭଳି ସମସ୍ୟା ଚୁଟକି ରେ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.