Swastik Tv News Odisha

ସଉକରେ Pre Wedding ଫଟୋ ସୁଟ୍‌ କରୁଥିଲେ ଝରଣା ମଝିରେ, ମାଡ଼ି ଆସିଲା ପାଣି ଆଉ ତା’ପରେ କଣ ହେଲା…ଦେଖନ୍ତୁ ଭିଡିଓ

0

ଆଜିକାଲିର ଯୁଗ ହେଉଛି ଆଧୁନିକ ଯୁଗ, ଯୁଗ ବଦଳିବା ସମୟରେ ଅନେକ କିଛି ମଧ୍ୟ ବଦଳି ଯାଉଛି। ଲୋକ ମାନେ ସମୟର ପରିବର୍ତ୍ତନ ଅନୁସାରେ ନିଜ ମନ ପସନ୍ଦର କାର୍ଯ୍ୟ କରି ଥାଆନ୍ତି। ଅନେକ ସମୟରେ ଆପଣ ମାନେ ଦେଖିଥିବେ ସେଲ୍ଫି ନେଇ ଅନେକ ଲୋକ ମାନେ ଅସୁବିଧାର ସମ୍ମୁଖିନ ହେବା ସହିତ ଆଉ କିଛି ମୃତ୍ୟୁ ବରଣ ମଧ୍ୟ କରି ଥାଆନ୍ତି ବୋଲି ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ। ତେବେ ନିକଟରେ ଏକ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇଯିବେ। ତାହା ହେଇଛି ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଫୋଟୋ ସୁଟ କାଳ ହେଲା। ତେବେ ଅସାନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ସୁଦୂର ରାଜସ୍ଥାନରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାଜସ୍ଥାନର ଚିତର ଗଡ଼ ସହର କୋଟାର ଆଶିଷ କୁପ୍ତା ଓ ତାଙ୍କ ପାର୍ଟନର ଶିଖାଙ୍କ ସହିତ ବିବାହ କାର୍ଯ୍ୟ ଠିକ ହୋଇଥିଲା। ସେ ଦୁଇ ଜଣ ସେମାନଙ୍କର ପ୍ରିୱେଡୀଂ ଫୋଟୋ ସୁଟ କରିବା ପାଇଁ ପ୍ରାବଧ ଘାଟ ସହରର ଏକ ସୁନ୍ଦର ଝରଣା ନିକଟକୁ ଯାଇ ଥିଲେ। ସେମାନେ ଝରଣା ମଝିରେ ଫୋଟୋ ଉଥାଉ ଥିବା ସମୟରେ, ରାଣାପ୍ରତାପ ସାଗର ଡ୍ୟାମର ଗେଟ ଖୋଲି ଦିଆ ଗଲା ଓ ଯାହା ଫଳରେ କି ଝରଣାର ପାଣି ସ୍ତର ବଢି ଯାଇ ଥିଲା।

ସେହି ସମୟରେ ସେହି ଯୋଡ଼ିଙ୍କ ସହିତ କ୍ୟାମେରା ମ୍ୟାନ ଓ ଆଉ ଜଣେ ଯୁବତୀ ମଧ୍ୟ ସେହି ସ୍ଥାନରେ ଫଶୀ ଯାଇ ଥିଲେ। ଖୁବ ଜୋର ସୋର ଭାବରେ କ୍ଷିପ୍ର ଗତିରେ ପାଣି ମାଡ଼ି ଆସି ଥିଲା। ସେହି ପାଣିର ସ୍ରୋତକୁ ଦେଖି ସେମାନେ ସମସ୍ତେ ଭୟ କରି ଯାଇ ଥିଲେ। କ୍ୟାମେରା ମ୍ୟାନ କଲେ ବଳେ କୌଶଳେ ନିଜକୁ ବଞ୍ଚାଇ ସେହି ପାଣି ଭିତରୁ ବାହାରି ଆସି ଥିଲେ। ସେ ବାହାରି ଆସିବା ପରେ ଏହି ଘଟଣାକୁ ନେଇ ପୋଲିସ ନିକଟରେ ଜଣାଇ ଥିଲେ।

ପୋଲିସ ଏହି ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ଏହା ପରେ ସେମାନେ ଉଦ୍ଧାର କାରୀ ଟିମକୁ ଖବର ଦେଇଥିଲେ ଓ ସେମାନେ ଘଟଣା ସ୍ଥଳରେ ପହଁଛି ସେମାନଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଥରେ ଭାବନ୍ତୁ ଯେ, ଫୋଟୋ ଉଠାଇବା ନିଶାରେ କଣ କ୍ଷତି ହୋଇ ଥାଆନ୍ତା। ତେବେ ଆପଣ ମାନେ ସବୁବେଳ ସାବଧାନତାର ସହିତ କୌଣସି କାର୍ଯ୍ୟ କରନ୍ତୁ, ନହେଲେ ଆପଣ ମାନେ ମଧ୍ୟ ଏଭଳି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.