Swastik Tv News Odisha

ଦେଖନ୍ତୁ cctv ଭିଜୁଆଲ : ଦୁଇଭାଇଙ୍କ ମୃତ୍ୟୁର Live ଦୃଶ୍ୟ, ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଭିଡ଼ିଓ

0

ମଣିଷ ଜୀବନରେ କେତେବେଳେ କଣ ଘଟିବାକୁ ଥାଏ , ତାହା କାହାକୁ ମଧ୍ୟ ଜଣା ନଥାଏ । ହସଖୁସୀର ଲହରୀ ମଧ୍ୟରେ ଦୁଃଖର ଛାୟା ମଧ୍ୟ ଖେଳିଯାଇଥାଏ । କିନ୍ତୁ ଏ ସମ୍ପର୍କରେ କାହାକୁ ମଧ୍ୟ ଜଣା ନଥାଏ । ଏମିତି କିଛି ଘଟଣା ଘଟିଥାଏ , ଯାହା ଅନ୍ୟ କେହି ଦେଖି ନଥିଲେ ମଧ୍ୟ ସିସିଟିଭିରେ କଏଦ ହୋଇଯାଇଥାଏ । ତେବେ ବର୍ତ୍ତମାନ ସେମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି , ଯାହାର ଦୃଶ୍ୟ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଚିନ୍ତା କରିବା ପାଇଁ ବାଧ୍ୟ ହେବେ ଯେ , ଏମିତି ବି ଅକାଳ ମୃତ୍ୟୁ ଆସିଥାଏ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସିସିଟିଭିରେ କଏଦ ହେଲା ଦୁଇ ଭାଇଙ୍କ ମୃତ୍ୟୁର ଦୃଶ୍ୟ , ହସ ମଜାରେ କଥା ହେଉଥାନ୍ତି ଜଣେ ଅନ୍ୟ ଜଣକ ଉପରେ ଆଉଜି ପଡନ୍ତି । ଆଉ ତାପରେ ଦୁହିଁଙ୍କୁ କୋଳେଇ ନିଏ ଭୟଙ୍କର ମୃତ୍ୟୁ , ମୃତ୍ୟୁ କେତେବେଳେ ଆସିଥାଏ ତାହା ଜାଣିବା ମୁସକିଲ ହୋଇଥାଏ । ଦୁଇ ଭାଇ ଜଣଙ୍କ ସହିତ ବହୁତ ଖୁସୀରେ କଥା ହେଉଥିଲେ , ଦୁହେଁ ଦୁହିଁଙ୍କ କାନ୍ଧରେ ହାତ ରଖି ମନ ଖୋଲି ହସୁଥିଲେ । କିନ୍ତୁ ସେମାନେ ଜାଣି ନଥିଲେ ମୃତ୍ୟୁୂ ତାଙ୍କ ପଛପଟେ ହିଁ ଅପେକ୍ଷା କରିଛି , ଆଉ ହଠାତ୍ ଖୁସୀରେ ଗଦ୍ ଗଦ୍ ହୋଇ ପଡୁଥିବା ଦୁଇ ଭାଇଙ୍କୁ ଅକାଳ ବିୟଗ ଗ୍ରାସିବ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲାରେ ।

ଯେଉଁଠି ମୃତ୍ୟୁ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି , ସମ୍ୱଲପୁର ଟାଉନ ଥାନା ଲକ୍ଷ୍ମୀଟକିଜ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । କୂଅରେ ପଡି ଦୁଇ ଭାଇଙ୍କର ଅକାଳ ମୃତ୍ୟୁ ହୋଇଛି , ତେବେ ମୃତକ ହେଲେ ସାହୁ କଲନୀର ସୁନୀଲ ତ୍ରୀପାଠୀ ଓ ସୁଶୀଲ ତ୍ରୀପାଠୀ । ସେମାନଙ୍କ ବୟସ 30 ବର୍ଷ ଓ 25 ବର୍ଷ , ଗତକାଲି ଉଭୟ କୂଅରେ ପଡିଯିବା ପରେ ଅଗ୍ନିଶମ ବାହୀନିକୁ ଡକା ଯାଇଥିଲା । ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା , ହେଲେ ଡକ୍ଟର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସର ପ୍ରାଥମିକ ସୂଚନା ଅନୁସାରେ , ସେମାନେ ବିଳମ୍ୱିତ ରାତିରେ ବୁଲା ବୁଲି କରିବାର ଲୋକମାନେ ଦେଖିଥିଲେ ।

ପରେ ସେମାନେ କୂଅ ଚାନ୍ଦିନୀ ଉପରେ ବସି ଦୁହେଁ ଦୁହିଁଙ୍କ ସହ କଥା ହେଉଥିଲେ । କିନ୍ତୁ ହଠାତ୍ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡିଥିଲେ । ଯେଉଁ ଦୃଶ୍ୟ ପାଖରେ ଥିବା ସିସିଟିଭିରେ କଏଦ ହୋଇଛି । ତେବେ ସେମାନେ ନିଶାଶକ୍ତ ଥିବାର ଅନୁମାନ କରାଯାଉଛି , ଦୁଇ ଭାଇଙ୍କ ଅକାଳ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଲୋକମାନେ ମଧ୍ୟ ବହୁତ ଭାଙ୍ଗି ପଡିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.