Swastik Tv News Odisha

Dr Sanghamitra Dash (Gynecology) | ଋତୁ ସ୍ରାବ ସମୟରେ ଅଧିକ ରକ୍ତ ସ୍ରାବ (ଛୋଟ ଝିଅଙ୍କ) ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଝିଅ ମାନଂକର ମାସିକ ଋତୁସ୍ରାବ ଏକ ସାଧାରଣ କଥା। ତେବେ ଯଦିଓ ଏହା ଉପଯୁକ୍ତ ସମୟ ପରେ ସମସ୍ତ ଝିଅ ମାନଂକ ପାଖରେ ଦେଖାଯାଏ କିନ୍ତୁ ଏହି ସମୟରେ ଏକ ବିଶେଷ ପରିଲକ୍ଷିତ ଦେଖିବାକୁ ମିଳିଥାଏ, ତାହା ହେଉଛି ଝିଅ ମାନଂକର ରକ୍ତସ୍ରାବ ହେବା। ତେବେ ଅନେକାଂଶ ରେ ଏହା ଦେଖିବାକୁ ମିଳିଥାଏ ଯେ ଏହି ଋତୁସ୍ରାବ ସମୟରେ ଅନେକ ଝିଅଙ୍କର ଅଧିକ ଋତୁସ୍ରାବ ହୋଇଥାଏ। କିନ୍ତୁ ଏହାର କାରଣ କଣ,ଏହା କଣ ପାଇଁ ହୋଇଥାଏ, ଏ ବିଷୟରେ ହୁଏତ ଅନେକଙ୍କୁ ଧାରଣା ନଥିବ। ଆଜି ଆମେ ଏହି ଲେଖା ମାଧ୍ୟମରେ ସେ ବିଷୟରେ ଜାଣିବା। ଏହାର କଣ ଚିକିତ୍ସା ରହିଛି ତାହା ମଧ୍ଯ ଆମେ ଜାଣିବା।

ତେବେ ଋତୁସ୍ରାବ ସମୟରେ ରକ୍ତସ୍ରାବ ପ୍ରାୟତଃ ଅଧିକାଂଶ ମହିଳାଂକ କ୍ଷେତ୍ରରେ ଦେଖିବା ପାଇଁ ମିଳିଥାଏ।୨୦ ବର୍ଷ ବୟସ ରୁ ଆରମ୍ଭ କରି ୩୫ ରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଝିଅ ମାନଂକ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ। ତେବେ ଝିଅ ମାନଙ୍କର ନର୍ମାଲ ସାଇକେଲ କହିଲେ ତାକୁ ବୁଝାଏ ଯାହା ୨୮ ଦିନରୁ +/- ୭ ଦିନ ବୋଲି କହିଥାଉ। ତାମାନେ ୨୧ ଦିନରୁ ୩୫ ଦିନ ଯାଏଁ ଯେଉଁ ବ୍ଲିଡ଼ିଂ ହୁଏ ତାହା ହେଉଛି ନର୍ମାଲ ପେଟର୍ନ। ତେବେ ଯଦି ୫ ଦିନରୁ ଅଧିକ ସମୟ ଧରି ବ୍ଲିଡିଂ ହେଲା ତେବେ ଏହା ସମସ୍ୟା ସୃଷ୍ଟି କରେ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ମହିଳା ମାନେ ନେଇଥାନ୍ତି।

ତେବେ ୧୩/୧୪ ବର୍ଷରୁ ଆରମ୍ଭ କରି ୫୦/୫୫ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବି ସମୟରେ ବ୍ଲିଡିଂ ହୋଇପାରେ। ତେବେ ରକ୍ତସ୍ରାବ ର କାରଣ ଏବଂ ବୟସ ଅନୁଯାୟୀ ଏହାର ଚିକିତ୍ସା ଭିନ୍ନ ଭିନ୍ନ ହୋଇଥାଏ। ତେବେ ବୟସ ଅନୁସାରେ ମହିଳା ମାନଙ୍କ ପାଖରେ ଏଥିପାଇଁ ଭିନ୍ନ ଭିନ୍ନ ଲକ୍ଷଣ ଦେଖା ଦେଇଥାଏ। ଏଥିପାଇଁ ଚିକିତ୍ସା ଯୋଗାଇ ଦେବାପାଇଁ କିଛି ପରୀକ୍ଷା ପଦ୍ଧତିକୁ ଆପଣେଇବାକୁ ପଡ଼ିଥାଏ। ଛୋଟ ଝିଅ ମାନଙ୍କର ସମସ୍ତ ଆବଶ୍ୟକ ଟେଷ୍ଟ କରିବା ପରେ ଯାଇ ସେମାନଙ୍କୁ ଚିକିତ୍ସା ପଦ୍ଧତି ଭିତରକୁ ନିଆ ଯାଇଥାଏ। ସେହିପରି ୨୦ ବର୍ଷରୁ ଅଧିକ ବୟସର ମହିଳା ମାନଙ୍କର ଅଲଟ୍ରାସାଉଣ୍ଡ ଏବଂ ଥାଇରଏଡ, ବାଇଅପଶି, ହର୍ମୋନାଲ ଟେଷ୍ଟ ଆଦି କରା ଯାଇଥାଏ।

ତେବେ ଏଥିପାଇଁ ମୁଖ୍ୟତଃ ଆଇରନ୍ ର ମାତ୍ରା କୁ ଶରୀରରେ ଠିକ୍ ଭାବରେ ବାଲାନ୍ସ କରିବା ପାଇଁ ଖାଦ୍ୟ ଖାଇବାର ପରାମର୍ଶ ଦିଆଯିବା ସହିତ ହର୍ମୋନାଲ ଟ୍ରିଟମେଣ୍ଟ କରା ଯାଇଥାଏ। ଅଧିକ ଓଜନ ବା ମେଦବହୁଲତା ଥିଲେ ଏହାକୁ କମାଇବା ପାଇଁ କୁହା ଯାଇଥାଏ। ବ୍ଲିଡିଂ କିପରି ବନ୍ଦ ହେବ ସେଥିପ୍ରତି ପ୍ରଥମେ ପଦକ୍ଷେପ ନିଆ ଯାଇଥାଏ। ତେବେ ଖାଦ୍ୟ ସ୍ଵରୂପ ପ୍ରତ୍ୟେକ ସ୍ତ୍ରୀ ଲୋକ ନିଶ୍ଚିତ ଭାବରେ ଆଇରନ ସପ୍ଲିମେଣ୍ଟ ନେବା ଆବଶ୍ୟକ ଅଟେ। ଏହାଛଡ଼ା ଯେଉଁ ଖାଦ୍ୟରେ ହାଇ ପ୍ରୋଟିନ ଏବଂ ଆଇରନ ରହିଛି ସେସବୁ ଖାଦ୍ୟକୁ ନେବା ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.