Swastik Tv News Odisha

ଏମିତି ବି ମୃତ୍ୟୁ ଆସିପାରେ ! ରାସ୍ତାକଡରେ ଜିନିଷ ବିକ୍ରି କରୁଥିବା ସମୟରେ ଚାଲିଗଲା ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ଜୀବନ, “ହୃଦୟ ବିଦାରକ ଦୃଶ୍ୟ” ଦେଖିଲେ ଆଖିରୁ ଲୁହ ଆସିଯିବ

0

ଜନ୍ମ ଅଛି ତୋ ମୃତ୍ୟୁ ଅଛି । ସେ ମନୁଷ୍ୟ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ପ୍ରାଣୀ ହୁଅନ୍ତୁ। କଥାରେ ଅଛି କେହି ରହିନାହିଁ, ରହିବେ ନାହିଁ ଭବରଙ୍ଗ ଭୂମି ତଳେ ସର୍ବେ ନିଜର କାମ ସାରି ବାହୁଡ଼ିବେ କାଳବଳେ। କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କେଉଁ ପରିସ୍ଥିତିରେ ରେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆଜି କାଲି ତୋ ଆପଣ ମାନେ ଦେଖିଥିବେ ଅଚାନକ ମୃତ୍ୟୁ ହୋଇଯାଉଛି। ବୟସ୍କ ହୁଅନ୍ତୁ କିମ୍ବା କମ ବୟସର ଛୋଟ ପିଲା ହୁଅନ୍ତୁ। ତେବେ ଏହି ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଦେଖିବା ପାଇଁ ମିଳେ। ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ।

ବର୍ତ୍ତମାନ ସମୟରେ ଏଭଳି କିଛି ଦୁଃଖଦ ଘଟଣା ଦେଖିବା ପାଇଁ ମିଳିଛି। ତେବେ ଏହି ଘଟଣାଟି ହେଉଛି ଜଣେ ବୃଦ୍ଧ ଲୋକ ହଠାତ ଜିନିଷ ବିକ୍ରି କରୁଥିବା ମୃତ୍ୟୁ ହୋଇଗଲା। ଏହି ଘଟଣା ଟି ଏତେ ହୃଦୟସ୍ପର୍ଶୀ ଯେ ତାଙ୍କ ବିଷୟରେ ନିଶ୍ଚିତ ଭାବରେ ଦୁଃଖ ପ୍ରକାଶ କରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଏଭଳି ଏକ ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶ ସାଗର ଜିଲ୍ଲା ଅନ୍ତର୍ଗତ ଏକ ଫୁଟଫାତରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚନ୍ଦନଲାଲ ନାମରେ ଜଣେ ୮୦ ବର୍ଷ ବୟସର ବୃଦ୍ଧ ବ୍ୟକ୍ତି ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ରାସ୍ତା କୋଡ଼ରେ ବେଲନା ଡାଙ୍ଗ ସମେତ ଅନ୍ୟାନ୍ୟ ଛୋଟ ବଡ଼ ଜିନିଷ ପତ୍ର ବିକ୍ରି କରନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ। ସବୁଦିନ ଭଳି ରାସ୍ତା କୋଡ଼ରେ ଜିନିଷ ବିକ୍ରି କରୁଥିବା ବୃଦ୍ଧ ହଠାତ ଶରୀର ଅସୁସ୍ଥ ଅନୁଭଵ କରିଥିଲେ। ଏହାପରେ କାହାକୁ କିଛି କହିବା ପୂର୍ବରୁ ହଠାତ ଭୂମିରେ ଲୋଟି ପଡ଼ିଲେ। ଲୋକେ ଆସି ଦେଖିଲା ବେଳକୁ ଆଉ ନାହାନ୍ତି ତାଙ୍କର ଦେହାନ୍ତ ହୋଇଯାଇଛି।

ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡ଼ିଛି ଯେ ବୃଦ୍ଧ ଜଣକ କିଛି ଦିନ ଧରି ଅସୁସ୍ଥ ଥିଲା। ତେବେ ଶରୀର ଅସୁସ୍ଥ ଥିବା ସ୍ୱତେ ନିଜର ପରିବାର ମୁହଁରେ ଦାନା ଦେବା ପାଇଁ ବଜାରକୁ ଯାଇଥିଲେ। ଜିନିଷ ବିକ୍ରି କରିବା ପାଇଁ କିନ୍ତୁ କିଏ ଜାଣିଥିଲା ତାଙ୍କର ଏଭଳି ଅଚାନକ ମୃତ୍ୟୁ ଆସିବ। ଚନ୍ଦନଲାଲଙ୍କ ୭୦ ବର୍ଷର ସ୍ତ୍ରୀ ଅଛନ୍ତି। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ୪ ଜଣ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଏହା ପରେ ମଧ୍ୟ ପରିଣତ ବୟସରେ ବଜାରକୁ ଆସି ଜିନିଷ ବିକ୍ରି ସାଧାରଣ ରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି। ସୋସିଆଲ ମିଡ଼ିଆ ରେ ଏଭଳି ଭିଡ଼ିଓ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ଆପଣ ମାନେ ଥରେ ହୃଦୟ ଭିତରକୁ ନିଅନ୍ତୁ, ୪ ଜଣ ପୁଅ ଥିବା ସ୍ୱତେ ମଧ୍ୟ ବାପାଙ୍କର ମୃତ୍ୟୁ ହେଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.