Swastik Tv News Odisha

Pregnency Tps – ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ

0

ପ୍ରତ୍ୟେକ ଗର୍ଭବତୀ ମହିଳା ମାନଙ୍କ ମନରେ ସର୍ବଦା ଏହି ପ୍ରଶ୍ନ ଆସିଥାଏ ଯେ ଗର୍ଭଧାରଣ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇଥାଏ କି ନାହିଁ । ପ୍ରଥମ ଥର ଗର୍ଭଧାରଣ କରୁଥିବା ମହିଳା ମାନଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଆସିଥାଏ , ଗର୍ଭଧାରଣର କେତେ ଦିନ ପରେ ସମ୍ୱନ୍ଧ ରଖିବା ଉତିତ ଏବଂ ସମ୍ପର୍କ ରଖିଲେ ଏହା ଶାଶୁ ପ୍ରତି ବିପଦକି ଏମିତି ଅନେକ ପ୍ରଶ୍ନ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ପ୍ରଥମେ ଜାଣି ରଖନ୍ତୁ ପ୍ରେଗନେନ୍ସି ସମୟରେ ସମ୍ପର୍କ ରଖିପାରିବେ , ଯଦି ଆପଣଙ୍କ ପ୍ରେଗନେନ୍ସିରେ କୌଣସି କମ୍ପଲିକେସନ ନାହିଁ । ଅର୍ଥାତ୍ କେତେକ ସ୍ପେଶିଆଲ କେସ୍ କୁ ଛାଡି ବାକି ସମସ୍ତ ପ୍ରକାର ପ୍ରଗନେନ୍ସି ରେ ଆପଣ ନିଜର ପାର୍ଟନର ସହିତ ସମ୍ପର୍କ ରଖିଲେ ଏହା ସେଫ୍ ହୋଇଥାଏ ।

ପ୍ରେଗନେଣ୍ଟ ହେବାର ପ୍ରଥମ 3 ମାସ ମଧ୍ୟରେ ମହିଳାଙ୍କୁ କେତେ ପ୍ରକାର ସମସ୍ୟା ଯଥା ବାନ୍ତି ଲାଗିବା , ମୁଣ୍ଡ ବୁଲାଇବା , ମନ ଭଲ ନଲାଗିବା ଭଳି ସମସ୍ୟା ଆସିଥାଏ । ଏହି ସମୟରେ ମହିଳା ମାନେ ସମ୍ପର୍କ ରଖିବାରେ କମ୍ଫଟେବୁଲ ହୋଇ ନଥାନ୍ତି । ତେଣୁ ପ୍ରଗନେଣ୍ଟ ହେବାର ପ୍ରଥମ ତିନି ସପ୍ତାହ ଭିତରେ ସମ୍ପର୍କ ନରଖିବା ଭଲ ହୋଇଥାଏ ।

ଆଲି ପ୍ରେଗନେନ୍ସିରେ ସମ୍ପର୍କ ରଖିଲେ ମିସକେରେଜ୍ ହେବାର ସମ୍ଭାବନା ଥାଏ କି , ଅଧିକାଂଶ ଅନକମ୍ପ୍ଲିକେଟେଡ୍ ପ୍ରେଗନେନ୍ସିରେ ସମ୍ପର୍କ ରଖିବା ସହିତ ମିସକେରେଜ୍ ର କୌଣସି ସମ୍ପର୍କ ନଥାଏ । କିନ୍ତୁ ଏହି ସମୟରେ ଟିକିଏ ସାବଧାନତା ସହିତ ସମ୍ପର୍କ ରଖିବା ଉଚିତ ହୋଇଥାଏ ।

ପ୍ରଗନେନ୍ସି ସମୟରେ ସମ୍ପର୍କ ରଖିଲେ ଶିଶୁକୁ ଆଘାତ ଲାଗିବାର ସମ୍ଭାବନା ଥାଏ , ଏହାର ଉତ୍ତର ହେଉଛି ନା । କାରଣ ଶିଶୁଟି ଗର୍ଭାଶୟ ମଧ୍ୟରେ ବହୁତ ସୁରକ୍ଷିତ ଅବସ୍ଥାରେ ଥାଏ , ଗର୍ଭାଶୟ ମଧ୍ୟରେ ଶିଶୁଟି ପ୍ରଥମେ ଆମ୍ନଟିକ ହୋଇ ତାପରେ ୟୁଟେରା ସହ ମସଲ ଏବଂ ତଳେ 4 ସେଣ୍ଟିମିଟର ସରଭିସ୍ ଏବଂ ନ୍ୟୁକ୍ଲସ ପ୍ଲକ୍ସ ସାହାର୍ଯ୍ୟରେ ଚାରିପଟରୁ ଘେରିକରି ରହିଥାଏ । ତେଣୁ ଶିଶୁକୁ କୌଣସି ଆଘାତ ଲାଗିବାର ସମ୍ଭାବନା ନଥାଏ ।

କିଛି ଗବେଷଣାରୁ ଜଣାଯାଇଛି କି ସମ୍ପର୍କ ରଖିବା ସମୟରେ କିଛି ହୋରମନ ରିଲିଜ ହୋଇଥାଏ । ଯାହା ୟୁଟେରାସରେ କଣ୍ଟ୍ରାକ୍ସନ କରିଥାଏ , କିନ୍ତୁ ଏହି କଣ୍ଟ୍ରାକ୍ସନ ଯୋଗୁଁ ଲେବର୍ ପେନ ଆରମ୍ଭ ହୋଇ ନଥାଏ । ଯଦି ଲେବର୍ ପେନ ଆରମ୍ଭ ହୋଇଯାଏ , କୌଣସି ପ୍ରବ୍ଲେମ ହୋଇ ନଥାଏ ।

ଯେଉଁ ମହିଳା ମାନଙ୍କ କ୍ଷେତ୍ରରେ ବାରମ୍ୱାର ମିସକେରେଜ ର ହିଷ୍ଟ୍ରୀ ଥାଏ କିମ୍ୱା ପୂର୍ବରୁ ପ୍ରିଟାର୍ମ ଡେଲିଭରି ହୋଇଥାଏ କିମ୍ୱା ବହୁତ ଟ୍ରିଟମେଣ୍ଟ କଲା ପରେ ପ୍ରଗନେନ୍ସି ରହିଥାଏ । ଏମାନେ ସମ୍ପର୍କ ରଖିବା ଉଚିତ୍ ନୁହେଁ , କାରଣ ଏମାନଙ୍କ କ୍ଷେତ୍ରରେ ମିସକେରେଜ ହେବାର ଅଧିତ ସମ୍ଭାବନା ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.