Swastik Tv News Odisha

Jyotish Shastra – ନିଜର ରାଶି ଅନୁସାରେ ଜାଣନ୍ତୁ କାହା ସହିତ କରିବେ ବିବାହ ଓ କାହା ସହିତ ନୁହେଁ ?

0

ପ୍ରତ୍ୟେକ ବ୍ୟକ୍ତିର ଜୀବନ କୁଣ୍ଡଳୀରେ କିଛି ନା କିଛି ପରିବର୍ତ୍ତନ ଦେଖା ଯାଇଥାଏ , ଯାହା ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ ବିଶେଷ ପ୍ରଭାବ ପକାଇ ଥାଏ । ବିବାହ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆଣି ଦେଇଥାଏ । ବିବାହ ପୂର୍ବରୁ ପୁଅ ଝିଅର ଜାତକ , ନକ୍ଷତ୍ର ଦେଖି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେଉଁ ରାଶିର ବ୍ୟକ୍ତି ମାନଙ୍କର ସ୍ୱଭାବ କିପରି ହୋଇଥାଏ ।

1. ମେଷରାଶି :-

ଏହି ରାଶିର ବ୍ୟକ୍ତିମାନେ ବହୁତ ଧର୍ଯ୍ୟବାନ ହୋଇଥାନ୍ତି ,କୌଣସି କାର୍ଯ୍ୟରେ ଅସୁବିଧା ଦେଖାଗଲେ ଶାନ୍ତିର ସହିତ ତାର ସମାଧାନ କରିଥାନ୍ତି । ଏମାନେ ବିବାହ ପରେ ପ୍ରତ୍ୟେକ କାର୍ଯ୍ୟକୁ ଧର୍ଯ୍ୟର ସହ କରିଥାନ୍ତି ।

2. ବୃଷରାଶି :-

ବୃଷ ରାଶିର ବ୍ୟକ୍ତି ମାନେ ଛୋଟ ଛୋଟ଼ କଥାରେ ଅଭିମାନ କରି ବସନ୍ତି , ଏହାଛଡା ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜର ଜୀବନ ସାଥୀଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ।

3. ମିଥୁନ ରାଶି :-

ମିଥୁନ ରାଶିର ବ୍ୟକ୍ତିମାନେ ନିଜର ଜୀବନ ସାଥୀକୁ ଖୁସୀରେ ରଖିବା ପାଇଁ ଚାହିଁଥାନ୍ତି , ଏମାନେ ବହୁତ ରୋମାଣ୍ଟିକ ହେବା ସହିତ ଯତ୍ନବାନ ମଧ୍ୟ ହୋଇଥାନ୍ତି ।

4. କର୍କଟରାଶି :-

କର୍କଟ ରାଶିର ବ୍ୟକ୍ତି ମାନେ ନିଜ ପରିବାରର ବହୁତ ଯତ୍ନ ନେଇଥାନ୍ତି , ଏମାନେ ବହୁତ କଥା କହିବା ପାଇଁ ପସନ୍ଦ କରି ନଥାନ୍ତି । ଏମାନଙ୍କୁ ସମସ୍ତେ ଭଲ ମଧ୍ୟ ପାଇଥାନ୍ତି ।

5. ସିଂହରାଶି :-

ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନ ସାଥୀଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି , ଜୀବନ ସାଥୀଙ୍କ ପାଖେ ପାଖେ ରହିବା ପାଇଁ ପସନ୍ଦ କରିଥାନ୍ତି ।

6. କନ୍ୟାରାଶି :-

ଏହି ରାଶିର ବ୍ୟକ୍ତିମାନେ ଯାହା କିଛି କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି , ତାହା ପୂରଣ କରିଥାନ୍ତି , ନିଜ ଜୀବନ ସାଥୀକୁ ପୂର୍ଣ୍ଣ ସ୍ୱାଧୀନତା ମଧ୍ୟ ଦେଇଥାନ୍ତି ।

7. ତୁଳାରାଶି :-

ତୁଳା ରାଶିର ବ୍ୟକ୍ତିମାନେ ନିଜ ସନ୍ତାନ ମାନଙ୍କର ବହୁତ ଯତ୍ନ ନେଇଥାନ୍ତି , ସନ୍ତାନ ମାନଙ୍କର ଖୁସୀ ପାଇଁ କିଛି ବି କରି ପାରନ୍ତି । ଏମାନେ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି ।

8. ବିଛାରାଶି :-

ବିଛା ରାଶିର ବ୍ୟକ୍ତିମାନଙ୍କର ସ୍ୱଭାବ ବୁଝିବା ବହୁତ କଷ୍ଟକର ହୋଇଥାଏ , କାରଣ ଏମାନଙ୍କର ସ୍ୱଭାବ ଟିକିଏ ଅଲଗା ପ୍ରକାର ହୋଇଥାଏ । କିନ୍ତୁ ସମାଜର ହିତ ପାଇଁ ଏମାନେ ବହୁତ ତତ୍ପର ହୋଇଥାନ୍ତି ।

9. ଧନୁରାଶି :-

ଧନୁ ରାଶିର ବ୍ୟକ୍ତିମାନେ ସର୍ବଦା ନ୍ୟାୟର ସାଥ୍ ଦେବାକୁ ଭଲ ପାଇଥାନ୍ତି ଏବଂ ଅନ୍ୟାୟ ସହିବାକୁ ବିଲକୁଲ ପସନ୍ଦ କରନ୍ତି ନାହିଁ ।

10 . ମକରରାଶି :-

ଏହି ରାଶିର ବ୍ୟକ୍ତି ମାନେ ଅନ୍ୟର ମାଙ୍ଗଳ କାମନା କରିଥାନ୍ତି , ଯାହାଫଳରେ ସମସ୍ତେ ଏମାନଙ୍କୁ ଭଲ ପାଇଥାନ୍ତି । ଏମାନେ ବହୁତ ଶାନ୍ତ ସ୍ୱଭାବର ମଧ୍ୟ ହୋଇଥାନ୍ତି ।

11. କୁମ୍ଭରାଶି :-

କୁମ୍ଭ ରାଶିର ବ୍ୟକ୍ତିମାନେ ବହୁତ ଭଲ ହୋଇଥାନ୍ତି , ନିଦ୍ରା ପ୍ରିୟ ମଧ୍ୟ ହୋଇଥାନ୍ତି ଏବଂ ଅନ୍ୟକୁ ସାହାର୍ଯ୍ୟ ମଧ୍ୟ କରିଥାନ୍ତି ।

12. ମୀନରାଶି :-

ମୀନ ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥୀକୁ ବହୁତ ଭଲ ପାଇଥାନ୍ତି ଏବଂ ଅନ୍ୟର ମଙ୍ଗଳ ସାଧନା ମଧ୍ୟ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.