Swastik Tv News Odisha

Beauty Tips – ହଳଦୀରେ ମିଶାଇ ଦିଅନ୍ତୁ ବାସ୍ ଏହି ଗୋଟିଏ ଜିନିଷ, ମୁହଁ ହିରା ଭଳି ଚମକିବ ବିଶ୍ୱାସ କରିପାରିବେ ନାହିଁ

0

ଆଜିର ଦିନରେ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ନିଜ ନିଜର ଫେସ ପାଇଁ ବହୁତ ଚିନ୍ତିତ ରହିଥାନ୍ତି । କିନ୍ତୁ ବିଶେଷ କରି ଝିଅ ମାନେ ଟିକିଏ ଅଧିକ ବ୍ୟସ୍ତ ହୋଇଯାଇଥାନ୍ତି । ଫେସରେ ଅନେକ ପ୍ରକାର ସମସ୍ୟା ଦେଖା ଯାଇଥାଏ , ଯେପରିକି ବ୍ରଣର ସମସ୍ୟା ବିଭିନ୍ନ ପ୍ରକାର ଦାଗର ସମସ୍ୟା ଦେଖାଯାଏ । କିନ୍ତୁ ଆଦି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ , ଯାହାର ବ୍ୟବହାର କରିବା ଦ୍ୱାରା ସମସ୍ତ ପ୍ରକାର ଦାଗର ସମସ୍ୟା ଦୂର ହେବା ସହିତ ଆପଣଙ୍କ ଫେସ ହିରା ଭଳି ଚମକିବାକୁ ଲାଗିବ । ତେବେ ଆସନ୍ତୁ ଜାଣଇବା ସେହି ସହଜ ସରଳ ଘରୋଇ ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଟମାଟ
2. ହଳଦୀ
3. ଲୁଣ
4. ଏଲୋବିରା ଜେଲ
5. ବେସନ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଏକ ପାଚିଲା ଟୋମାଟ କୁ ଆଣନ୍ତୁ ଏବଂ ଏକ ଛୁରୀ ସାହାର୍ଯ୍ୟରେ ଦୁଇଫାଳ କରି ତାର ଜୁସ୍ ବାହାର କରନ୍ତୁ । ଜୁସ୍ କୁ ଅନ୍ୟ ଏକ ପାତ୍ରକୁ ସଂଗ୍ରହ କରି ରଖନ୍ତୁ ଏହା ପରେ ଦ୍ୱିତୀୟ ସାମଗ୍ରୀ ହଳଦୀର ବ୍ୟବହାର କରନ୍ତୁ । ଏଥିପାଇଁ ଆପଣମାନେ ଅଳ୍ପ ପରିମାଣର ହଳଦୀ ଗଣ୍ଡର ପ୍ରୟୋଗ କରନ୍ତୁ , ଏହାପରେ ତୃତୀୟ ସାମଗ୍ରୀ ଅଳ୍ପ ପରିମାଣର ଖାଇବା ଲୁଣ ବ୍ୟବହାର କରନ୍ତୁ । ଏହାପରେ ସେଥିରେ ଅଧା ଚାମଚ ଏଲୋବିରାର ଓ ଅଧା ଚାମଚ ବେସନର ପ୍ରୟୋଗ କରନ୍ତୁ । ଏହାପରେ ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ , ଯେପରି ସମସ୍ତ ସାମଗ୍ରୀ ଭଲ ଭାବରେ ମିକ୍ସ ହୋଇଯିବ ।

ବ୍ୟବହାର ପ୍ରଣାଳୀ :-

ପ୍ରଥମେ ଆପଣ ମାନଙ୍କ ଫେସକୁ ଭଲ ଭାବରେ ଧୋଇ ନିଅନ୍ତୁ ଏବଂ ପ୍ରସ୍ତୁତ କରି ରଖା ଯାଇଥିବା ପେଷ୍ଟକୁ ପୂରା ଫେସ୍ ରେ ଧୀରେ ଧୀରେ ଆପ୍ଲାଏ କରନ୍ତୁ । ଏହି ପେକ୍ ବହୁତ ଇଫେକ୍ଟିଭ ଅଟେ କାରଣ ଏଥିରେ ଏଡ୍ ହୋଇଥିବା ସମସ୍ତ ସାମଗ୍ରୀ ସ୍କିନ ପାଇଁ ବେଷ୍ଟ ହୋଇଥାଏ । ଟମାଟ ଆମ ସ୍କିନକୁ ଡିପଲି କ୍ଲିନ ଏବଂ କ୍ଲିୟର କରିଥାଏ । ତା ସହିତ ହଳଦୀରେ ଆଣ୍ଟିବ୍ୟାକ୍ଟେରିଆଲ ପ୍ରପଟିସ୍ ଥାଏ , ଯାହା ଆମ ସ୍କିନର ଦାଗ ଚିହ୍ନ , ଆକନି ଭଳି ସମସ୍ୟା କୁ ଦୂର କରିଥାଏ ।

ଏଥିରେ ବ୍ୟବହାର କରାଯାଇଥିବା ଏଲୋବିରା ଆମ ସ୍କିନ କୁ ଗ୍ଲୋଇଙ୍ଗ କରିବାରେ ସାହାର୍ଯ୍ୟ କରିଥାଏ । ଏହାକୁ ପୂରା ଫେସ୍ ରେ ଲଗାଇବା ପରେ ଶୁଖିବା ଯାଏ ଟିକିଏ ଛାଡି ଦିଅନ୍ତୁ , ଏହାପରେ ଫେସ୍ କୁ ନରମାଲ ପାଣିରେ ଧୋଇ ନିଅନ୍ତୁ । ଏହାପରେ ଆପଣଙ୍କୁ ଏହାର ରେଜଲ଼୍ଡ ଜଣା ପଡିଯିବ କିନ୍ତୁ ଆପଣ ମାନେ ଏହାକୁ ଥରେ ଦୁଇଥର ବ୍ୟବହାର କରି ବନ୍ଦ କରନ୍ତୁ ନାହିଁ । ଏହିକୁ କଣ୍ଟିନ୍ୟୁଆସଲି 15 ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ । ଫେସର ସମସ୍ତ ସମସ୍ୟା ଦୂର ହେବା ସହିତ ଫେସର ଗ୍ଲୋ ମଧ୍ୟ ବଢାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.