Swastik Tv News Odisha

ଦେଖନ୍ତୁ Exclusive ଭିଡ଼ିଓ : ଜୀବନଠୁ ଦୂରରେ ମୃତ୍ୟୁ ନିକଟରେ…

0

ମନୁଷ୍ୟ ଜୀବନରେ ବିପଦ କେତେବେଳେ କେଉଁ ମୁହୂର୍ତ୍ତରେ ଆସିବ ତାହା କେହି କହିପାରିବେ ନାହିଁ। ମୃତ୍ୟୁ ର କେତେବେଳେ କେଉଁ ମୁହୂର୍ତ୍ତରେ କବଳିତ କରିବ ତାହା କହିହେବ ନାହିଁ। ବନ୍ଧୁଗଣ ଯଦି ହଠାତ କୌଣସି ବିପଦ ମାଡି ଆସେ ଏବଂ ଏଥିରେ କୌଣସି ଲୋକର ମୃତ୍ୟୁ ହୋଇଯାଏ। ତେବେ ମୃତ୍ୟୁ ସିନା ହୋଇଯାଏ କିନ୍ତୁ ମୃତ୍ୟୁର ଭୟ କଣ କିଛି ଜାଣି ପାରନ୍ତି ନାହିଁ। ଅନେକ ସମୟରେ ହଠାତ ବିପଦ ମାଡ଼ି ଆସେ ଆଖି ଆଗରେ ମୃତ୍ୟୁର ଭୟ ରହିଥାଏ। ଏଭଳି ପରିସ୍ଥିତିକୁ ସାମ୍ନା କରିଥିବା କିଛି ଲୋକଙ୍କ ବିଷୟରେ ଜଣାଇବୁ ଯାହାକି ଆପଣ ମାନେ ଦେଖିଲେ ହୋସ ଉଡ଼ିଯିବ। ତେବେ ଏହି ଘଟଣାଟି ହେଉଛି ବନ୍ୟାର ପ୍ରାଖର ସ୍ରତରେ ଫସି ରହିଥିବା କିଛି ଲୋକର ଭିଡ଼ିଓ ବର୍ତ୍ତମାନ ସାମ୍ନାକୁ ଆସିଛି।

ଏଭଳି ଏକ ଘଟଣା ଆନ୍ଦ୍ରପ୍ରଦେଶ ପ୍ରଦେଶ ରେ ଦେଖିବା ପାଇଁ ମିଳିଛି। ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ କିଛି ଦିନ ଧରି ଆନ୍ଦ୍ରପ୍ରଦେଶର ଉପକୂଳ ଜିଲ୍ଲା ସମେତ ଅନ୍ୟାନ୍ୟ ରାଜ୍ୟରେ ବର୍ଷା ଲାଗିରହିଥିଲା। ତେବେ ପ୍ରବଳ ବର୍ଷା ଫଳରେ ସେଠାରେ ଜନ ସାଧାରଣଙ୍କ ସାଧାରଣ ଜୀବନ ଯାପନ ଶୈଳୀ ବେହାଲ ହୋଇଯାଇଥିଲା। ତାପରେ ସେଠାରେ ବଡ଼ ଧରଣର ବନ୍ୟା ସୃଷ୍ଟି ହୋଇଥିଲା। ଯେଉଁଠିକୁ ଗଲେ ମଧ୍ୟ ଚାରି ଆଡ଼େ ସମୁଦ୍ର ଭଳି ପାଣି ଘେରି ରହିଛି। ତେବେ ହଠାତ ଜନସାଧରଣ ସ୍ଥାନକୁ ପାଣି ମାଡ଼ି ଆସିବା ଫଳରେ ଲୋକଙ୍କ ଅଵସ୍ଥା ଅତ୍ୟନ୍ତ ସଙ୍କଟ ହୋଇ ପଡିଛି।

ରାସ୍ତା ଘାଟ ରେ ହଠାତ ପାଣି ମାଡ଼ି ଆସିବା ଦ୍ୱାରା ପ୍ରାଖର ସ୍ରତରେ ସବୁ କିଛି ଭାସି ନେଇଥିଲା। ଏହାପରେ ଅଗ୍ନିସମ କର୍ମଚାରୀ ଆସି ଲୋକଙ୍କୁ ଉଦ୍ଧାର କରୁଛନ୍ତି। ଏଭଳି ପରିସ୍ଥିତିରେ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ। କିଛି ଲୋକ ବନ୍ୟା ପାଣି ହଠାତ ମାଡ଼ି ଆସିବ ଦ୍ୱାରା ସେମାନେ ପାଣିରେ ଭାସି ଯାଉଥିଲେ। ଏହାପରେ ଅଗ୍ନିସମ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ହାତ ଧରାଧରି ହୋଇ ସେମାନଙ୍କୁ ରକ୍ଷା କରିଥିଲେ। ପ୍ରାଖର ସ୍ରତ ଫଳରେ ସେମାନଙ୍କୁ କୂଳକୁ ଆଣିବା ସମ୍ଭବ ହୋଇନଥିଲା। ସେଥିପାଇଁ ହେଲିକପ୍ଟର ଆସିଥିଲା ଏବଂ ସେମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଥିଲେ।

ଆପଣ ମାନେ ଥରେ ଭାବନ୍ତୁ ମୃତ୍ୟୁର ସେପାନରେ କିଭଳି ଭାବରେ ରହିଥିଲେ। ଟିକିଏ ବିଳମ୍ଭ ହୋଇଥିଲେ କେତେ ବଡ଼ ଅଘଟଣ ଘଟିଯାଇଥାନ୍ତା। ତେବେ ଯଦି ଦେଖିବା ଆନ୍ଧ୍ରପ୍ରଦେଶରେ ଏଭଳି ଅନେକ ସ୍ଥାନରେ ବର୍ଷାର ପ୍ରଭାବରେ ସଙ୍କଟମୟ ସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଲୋକ ଜଳ ବନ୍ଦୀ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ଅଗ୍ନିସମ କର୍ମଚାରୀ ମାନେ ଉଦ୍ଧାର କରୁଛନ୍ତି। ତେବେ ଆମର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ଖୁବ୍ଶୀଘ୍ର ସବୁ ଲୋକ ପୁଣି ନିଜର ସ୍ବଭାବିକ ସ୍ଥିତି ଫେରି ଆସୁଆସୁ। ଅଗ୍ନିସମ କର୍ମଚାରୀଙ୍କୁ ମଧ୍ୟ ଆମର ଧନ୍ୟବାଦ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.