Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ମ୍ୟାଡ଼ାମ କାହିଁକି ଏ ଭୁଲ କଲ…ଶିକ୍ଷିତ ହୋଇ ଶେଷରେ….

0

ସମାଜ ଧୀରେ ଧୀରେ ଦୁର୍ନିତୀଗ୍ରସ୍ତ ହେବାରେ ଲାଗିଛି , ପ୍ରତିଦିନ କିଛି ନା କିଛି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳୁଛି । ଲୋକମାନେ ସୋସିଆଲ ମିଡିଆ ଜରିଆରେ ଘରେ ରହି ସମସ୍ତ ଘଟଣା ସମ୍ପର୍କରେ ଜାଣି ପାରୁଛନ୍ତି । ବିଶ୍ୱାସ ଭଳି ଜିନିଷ ଆଜିର ଦିନରେ ଲୋପ ପାଇବାରେ ବସିଲାଣି , କୌଣସି ବି କାର୍ଯ୍ୟ ହାସଲ କରିବା ପାଇଁ ହେଲେ ଲାଞ୍ଚ ଦେହାକୁ ପଡୁଛି । ସାଧାରଣ ଲୋକମାନଙ୍କୁ ଏନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସରକାରୀ କାର୍ଯ୍ୟରତ ଥିବା ଅନେକ ଅଫିସର ବା କର୍ମଚାରୀ ମାନେ ଲୋକମାନଙ୍କ ଠାରୁ ଲାଞ୍ଚ ନେଉଛନ୍ତି ।

ବର୍ତ୍ତମାନ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି , ଯାହା ସମସ୍ତ ଙ୍କ ପାଇଁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । ସରକାରୀ କାର୍ଯ୍ୟରେ ଲିପ୍ତ ଥାଇ ଏବଂ ସରକାରଙ୍କ ଠାରୁ ଦରମା ମଧ୍ୟ ପାଉଛନ୍ତି , କିନ୍ତୁ ଏହା ପରେ ମଧ୍ୟ ଲାଞ୍ଚ ନେବାକୁ ପଛଉ ନାହାନ୍ତି । ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ମହିଳା ଆରଆଇ ମଧ୍ୟ ଏଭଳି କାର୍ଯ୍ୟ କରି ପାରନ୍ତି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ ।

ସୂଚନା ଅନୁସାରେ ସଂପୃକ୍ତ ଥିବା ମହିଳା ଜଣକ ହେଉଛନ୍ତି ଜଣେ ଆରଆଇ , ସେ ସିମିଳିଗୁଡା ତହସିଲ ଅଧୀନରେ ଥିବା ଡୁଡାରି ରେଭିନ୍ୟୁ ଇନସ୍ପେକ୍ଟର କ୍ଷୀରାବ୍ଦିତନୟା ସ୍ୱାଇଁ । 10 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମହିଳା ଆରଆଇ ଜଣକ ଭିଜିଲାନ୍ସ ହାତରେ ଧରା ପଡି ଯାଇଥିଲେ । ବର୍ତ୍ତମାନ ଏହି ଘଟଣାଟି କୋରାପୁଟରେ ଚାଞ୍ଚଲ୍ୟକର ଖେଳାଇ ଦେଇଛି , ଏନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । କୁହାଯାଉଛି ଯେ , ପୁନଃ ଥଇଥାନ ସହାୟତା ଯୋଜନାର ରିପୋର୍ଟ ଦାଖଲ କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ମାତ୍ର ରେଭିନ୍ୟୁ ଇନସ୍ପେକ୍ଟର କ୍ଷୀରାବ୍ଦିତନୟା ସ୍ୱାଇଁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଯାଇଥିଲେ । ଉକ୍ତ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ୍ କରିଥିବାର ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ମଧ୍ୟ ଚାଲିଛି । ତେବେ ସମାଜରେ ଏହିପରି ଘଟଣା ଅଧିକ ମାତ୍ରାରେ ଘଟୁଛି , ଯାହା ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ଶିକ୍ଷିତ ସମାଜ ରେ ଜଣେ ସୁନାଗରିକ ହୋଇ ଏପରି ଲଜ୍ଜିତ କାର୍ଯ୍ୟ କରିବା କେତେ ଦୂର ଠିକ୍ , ତାହା ଆପଣ ମାନେ ନିଶ୍ଚିତ ରୂପେ ଜାଣି ପାରୁଥିବେ । ଯେକୌଣସି ସରକାରୀ କାର୍ଯ୍ୟ କରିବା ପାଇଁ ହେଲେ ପ୍ରଥମେ ଲାଞ୍ଚ ଦେବାକୁ ପଡୁଛି , ଯାହାର ଜ୍ୱଳନ୍ତ ଉଦାହରଣ ଆପଣ ମାନଙ୍କ ସାମ୍ନାରେ । ତେବେ ଏ ନେଇ ଅଧିକ ତଦନ୍ତ ମଧ୍ୟ ଚାଲିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.