Swastik Tv News Odisha

Bastu Tips – ଘରେ ପାରା ବସା ଦେଲେ ଜାଣନ୍ତୁ ଏହାର ଅର୍ଥ ! ଶୁଭ ନା ଅଶୁଭ ହୋଇଥାଏ……

0

ମଣିଷ ଯେତେ ଆଧୁନିକତାର ପରିବେଶରେ ବଢିଥିଲେ ମଧ୍ୟ ଆଜି ମଧ୍ୟ ପୁରାଣ ଶାସ୍ତ୍ର ଉପରେ ସେତିକି ବିଶ୍ୱାସ ଓ ଭରସା ରହିଛି । ମଣିଷର କର୍ମ ଅନୁସାରେ ତାର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ ଏବଂ ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ମଧ୍ୟ କର୍ମ ଉପରେ ନିର୍ଭର କରିଥାଏ । ମଣିଷ ଏମିତି କିଛି କାର୍ଯ୍ୟ ମଧ୍ୟ କରିଥାଏ , ଯାହା ଆମ ଜୀବନ ଶୈଳୀକୁ ପରିବର୍ତ୍ତିତ କରିଥାଏ , ଜୀବନରେ ଅନେକ ପ୍ରକାର ସୁଖ ଶାନ୍ତି ର ବାତାବରଣ ସୃଷ୍ଟି କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ପାରା ବସା ଦେବା ବା ରହିବା ଏହାର ଅର୍ଥ ଶୁଭ ନା ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ।

ଲୋକମାନେ ଅନେକ ପ୍ରାକାର ଗୃହପାଳିତ ପଶୁଙ୍କୁ ଘରେ ରଖି ପାଳିଥାନ୍ତି କିନ୍ତୁ ସମସ୍ତ ଗୃହପାଳିତ ପଶୁ ମାନଙ୍କ ଅପେକ୍ଷା ପାରା ବହୁତ ଶାନ୍ତ ପ୍ରିୟ ହୋଇଥାନ୍ତି । ଏମାନେ ଘରେ ବସା ବାନ୍ଧି ରହିବାକୁ ଅଧିକ ପସନ୍ଦ କରିଥାନ୍ତି । କେବେକେବେ ସେମାନେ ସାମାନ୍ୟ ଉତ୍ତେଜିତ ହୋଇଥାନ୍ତି ମାତ୍ର ଅନ୍ୟର କେବେହେଲେ କ୍ଷତି କରି ନଥାନ୍ତି । ସେଥିପାଇଁ ଲୋକମାନେ ଏହାକୁ ଘରେ ରଖି ପାଳିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି କିଛି ଲୋକମାନେ ରହିଛନ୍ତି , ଯେଉଁ ମାନଙ୍କ ମନରେ ସର୍ବଦା ଏହି ପ୍ରଶ୍ନ ରହିଥାଏ ଯେ ପାରା ଘରେ ବସା ଦେବାର ଅର୍ଥ ହେଉଛି ଏହାକି ଆମ ଘରକୁ କୌଣସି ବିପଦ ମାଡି ଆସୁଛି ।

ଆଉ କେତେକ ବ୍ୟକ୍ତି ପାରା ଘରେ ବସା ବାନ୍ଧିବା ର ଅର୍ଥ ଶୁଭ ବୋଲି ମନେ କରିଥାନ୍ତି , ପୁରାଣ ଶାସ୍ତ୍ର ମାନଙ୍କରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ପ୍ରକୃତରେ ପାରା ଘରେ ବସା ବାନ୍ଧିବା ଶୁଭ ନା ଅଶୁଭ ହୋଇଥାଏ । ତେବେ ପୁରାଣ ଶାସ୍ତ୍ର ଓ ବାସ୍ତୁ ଅନୁସାରେ ଘରେ ପାରା ବସା ବାନ୍ଧିଥାଏ , ତ ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ଅର୍ଥାତ୍ ଆପଣଙ୍କ ଘରେ ସୁଖ ଶାନ୍ତି ଓ ଧନର ଆଗମନ ହେବାର ସୂଚନା ମିଳୁଛି । ଏହାର ଅର୍ଥ ଏହା ମଧ୍ୟ ହୋଇଥାଏ ଯେ ଆପଣଙ୍କ ଆଗାମୀ ଜୀବନ ବହୁତ ଭଲରେ କଟିବ ଏବଂ ଆପଣଙ୍କୁ ଉନ୍ନତିର ମାର୍ଗ ମଧ୍ୟ ଦେଖାଯିବ ।

ଆପଣ ମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବ , ତେଣୁ ଆପଣ ମାନେ ନିଶ୍ଚିତ ରୁହନ୍ତୁ ଯେ ଘରେ ପାରା ବସା ବାନ୍ଧିବା ଶୁଭ ହୋଇଥାଏ । ଏଥିପାଇଁ ଆପଣ ମାନଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିବ ନାହିଁ । ଯଦି ପାରୁଛନ୍ତି ଆପଣ ମାନେ ପାରା ମାନଙ୍କୁ ଜଳ ଓ ଚାଉଳ ଖାଇବା ପାଇଁ ଦିଅନ୍ତୁ । ଏହା କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ ଏବଂ ଧନ ଅର୍ଜନ କରିବାର ମାର୍ଗ ଖୋଲିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.