Swastik Tv News Odisha

ଦେଖନ୍ତୁ Exclusive ଭିଡ଼ିଓ : Tirupati ରେ ପ୍ରକୃତିର ମହାତାଣ୍ଡବ ! ପାହାଡ ଫଟେଇ ଗର୍ଜନ କରି ମାଡି ଆସୁଛି ପାଣି….

0

ପ୍ରବଳ ଭାବରେ ବର୍ଷା ହେଲେ ବହୁତ କିଛି କ୍ଷୟ କ୍ଷତି ହୋଇଥାଏ। ଅନେକ ଦେବା ଦେବୀ ମାନଙ୍କ ମନ୍ଦିରରେ ମଧ୍ୟ ପାଣି ପଶି ଯାଇ ଥାଏ। ଲୋକ ମାନେ ବହୁ ବିପଦରେ ପଡି ଯାଇ ଥାଆନ୍ତି। ନଦୀ, ନାଳ, ଗଡ଼ିଆ ଓ ପୋଖରୀରେ ଆଦି ସବୁ କିଛି ପାଣିରେ ଭରପୁର ହୋଇ ଯାଇ ଥାଏ। ଏଭଳି ହେବା ଫଳରେ ନଦୀ ନାଳରେ ମଧ୍ୟ ଅନେକ ଲୋକ ମାନେ ମଧ୍ୟ ମୃତ୍ୟୁ ବରଣ କରି ଥାଆନ୍ତି। ଯାହାକି ଏହା ଏକ ଦୁଃଖ ଦାୟକ ହୋଇଥାଏ। ଏଭକି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ପ୍ରବଳ ବର୍ଷା ହେବା ଯୋଗୁଁ ପାହାଡ଼ରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯାଇଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଚାରି ଆଡ଼େ ଜଳ ବନ୍ଦୀ ହୋଇ ରହିଛି। ତିରୁପତି ମନ୍ଦିରରେ ମଧ୍ୟ ପ୍ରବଳ ପାଣି ହୋଇ ଯାଇଛି। ସେଠାରେ ପାହାଡ଼ ଘସି ହେବା ସହିତ ଜୋର ସୋର ଭାବରେ ପାଣି ମାଡ଼ି ଆସିବାରୁ ଜନ ଜୀବନ ବହୁତ ପ୍ରଭାଭିତ ହୋଇଛି। ସେଠାରେ ଥିବା ଵାଲାଜୀ ମୁଖ୍ୟ ମନ୍ଦିରକୁ ଭକ୍ତ ମାନେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଇ ଥିଲେ। ପ୍ରବଳ ବର୍ଷା ହେବା ଫଳରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସେଠାରେ ଫସି ରହିଛନ୍ତି।

ତେବେ ଏଥି ସହିତ ଅନଜନାୟ ମନ୍ଦିରରେ ମଧ୍ୟ ପାଣି ପଶି ଯିବାରୁ ଭଗବାନଙ୍କ ମୂର୍ତ୍ତି ବୁଡି ରହିଛି। ଜଳ ବନ୍ଦୀ ଯୋଗୁଁ କିଛି ସ୍ଥାନରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଦଉଡି ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ନିଆ ଯାଇ ଥିଲା। ପାହାଡ଼ ଉପରେ ପ୍ରବଳ ବର୍ଷା ଦ୍ୱାରା ଜୀବ ଜନ୍ତୁ ମାନେ ମଧ୍ୟ ସୁରକ୍ଷିତ ସ୍ଥାନକୁ ଚାଲି ଆସିବାର ଦେଖା ଯାଇ ଥିଲା। ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ବହିବା ଫଳରେ ଯାନ ବାହନ ଯିବା ଆସିବା ସବୁ କିଛି ବନ୍ଦ ହୋଇ ଯାଇ ଥିଲା ଓ ଯାହା ଫଳରେ କି ଲୋକ ମାନେ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହେଉଥିଲେ। ଅନେକ ଗାଡି ମଟର ମଧ୍ୟ ପାଣିରେ ଭାସୁଛନ୍ତି।

ଏଥି ସହିତ ଚିତୋର ଜିଲ୍ଲାର ନଦୀରେ ବନ୍ୟା ଭଳି ପରିସ୍ଥିତି ଦେଖା ଯାଇଛି। ଏବଂ ତାମିଲନାଡୁର ଭେଲୋର ଜିଲ୍ଲାରେ ମଧ୍ୟ ବହୁତ କିଛି ଅଘଟଣ ଘଟିଛି। ପ୍ରବଳ ବର୍ଷା ହେବା ଫଳରେ ଘରର କାନ୍ଥ ଭୁଶୁଡୁ ପଡି ଥିଲା ଓ କାନ୍ଥ ଭୁଶୁଡିବା ଫଳରେ ୪ ଜଣ ଶିଶୁଙ୍କ ସହିତ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଆଉ କିଛି ଲୋକ ମାନେ ମଧ୍ୟ ଆହତ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟଲିନ ମୃତକଙ୍କ ପରିବାରକୁ ୫ ଲକ୍ଷ୍ୟ ଟଙ୍କାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.