Swastik Tv News Odisha

ଥିଲେ ଦିଅ ନଥିଲେ ନିଅ, Campaign ରେ ସାମିଲେ ହେଲେ ଅଭିନେତା ଆକାଶ…ଦେଖନ୍ତୁ କହିଲେ ସଂଘର୍ଷର କାହାଣୀ…

0

ଆମ ଓଡିଶାରେ ଅନେକ ଲୋକ ମାନେ ବହୁତ ଗରିବ ଶ୍ରେଣୀର ରହିଛନ୍ତି। ଯେଉଁମାନେ କି ଅର୍ଥ ଅଭାବରୁ ଵସ୍ତ୍ର କିଣି ପାରୁ ନାହାଁନ୍ତି। ଯାହା ଫଳରେ କି ଶୀତ ଦିନରେ ମଧ୍ୟ କିଛି ବି ବସ୍ତ୍ର ଦେହରେ ଢାଙ୍କି ହେବାକୁ ସେମାନଙ୍କ ପାଖରେ ନଥାଏ। ଏହାକୁ ଲକ୍ଷ୍ୟ ରଖି ଆମ ଓଡ଼ିଆ ଫିଲ୍ମ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ସେମାନଙ୍କୁ କିଛି ଦାନ ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଅଭିନେତା ଓ ଅଭିନେତ୍ରୀ ମାନେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତେବେ ଆସନ୍ତୁ ଏହି କାର୍ଯ୍ୟକ୍ରମ ବିଷୟରେ ଜାଣିବା;

ଏଭଳି ଏକ ଦୃଶ୍ୟ ଭୁବନେଶ୍ୱରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଓଡ଼ିଆ ଫିଲ୍ମ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ଏକ ନୂଆ ପ୍ରୟାସ ବାହାର କରିଛନ୍ତି। ଯେଉଁଥିରେ ଯେଉଁ ଲୋକ ମାନଙ୍କୁ ବସ୍ତ୍ର ମିଳି ପାରୁ ନାହିଁ, ସେମାନଙ୍କି କିଛି ଦାନ ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି। ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଉଡ୍ର ଚାଇଲଡ଼ ଟେବୁଲ ଟ୍ରଷ୍ଟ ତରଫୁରୁ ‘ଥିଲେ ଦିଅ, ନଥିଲେ ନିଅ’ ଏହି କାର୍ଯ୍ୟ କ୍ରମଟି ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମଟି ବହୁତ ଦିନ ଧରି ଆରମ୍ଭ ହୋଇଛି। ଓଡ଼ିଆ ଫିଲ୍ମ ଜଗତର ଅଭିନେତା ଆକାଶ ଦାସ ନାୟକଙ୍କ ବାପା ମାୟାଧର ନାୟକ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ସାମିଲ ରହିଛନ୍ତି।

ଏହି ଉଡ୍ରର ମୂଳ ଲକ୍ଷ୍ୟ ହେଉଛି ଯେଉଁ ମାନଙ୍କ ପାଖରେ ପୁରୁଣା ଓ ନୂଆ ଡ୍ରେସ ସବୁ ରହିଛି, ଯାହାକି ବ୍ୟବହାର କରା ଯାଇ ନଥାଏ, ଏହି ଅଭିଯାନ ମାଧ୍ୟମରେ ସେହି ସବୁ ନୂଆ ଓ ପୁରୁଣା ଡ୍ରେସ ସବୁକୁ ଦେଇ ପାରିବେ। ସେହି ସବୁ ଡ୍ରେସକୁ ନେଇ ଅଭିନେତା ଓ ଅଭିନେତ୍ରୀ ମାନେ ରିସାଇକେଲ କରି, ଯେଉଁ ଲୋକ ମାନେ ଶୀତ ଵସ୍ତ୍ର ପାଉ ନାହାଁନ୍ତି ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରି ଥାଆନ୍ତି ଓ ଗରିବ ଲୋକ ମାନଙ୍କୁ ମଧ୍ୟ ଦାନ କରା ଯାଇଥାଏ।

ତେବେ ଓଡ଼ିଶାର ଭିନ୍ନ ଭିନ୍ନ ଜାଗାରେ ମଧ୍ୟ ପ୍ୟାରିସ ବ୍ୟାକ୍ରୀ ସାମ୍ନାରେ ଉଡ୍ର ବ୍ଲେସିଙ୍ଗ ବକ୍ସ ରହିଛି, ଯେଉଁମାନେ ଇଚ୍ଛା ପ୍ରକାଶ କରିବେ ନୂଆ ଓ ପୁରୁଣା ଡ୍ରେସ ସବୁକୁ ଦାନ କରି ପାରିବେ। ଆଉ ଯେଉଁ ମାନଙ୍କ ପାଖରେ ନାହିଁ ସେ ମଧ୍ୟ ତାଙ୍କ ସାଇଜ ଅନୁସାରେ ଡ୍ରେସ ନେଇ ପାରିବେ। ଏହି ପ୍ରୟାସ କେବଳ ଲୋକ ମାନଙ୍କ ମୁହଁରେ ହସ ଆଣିବା ପାଇଁ ଏଭଳି କାର୍ଯ୍ୟକ୍ରମ କରା ଯାଉଛି। ତେବେ ବନ୍ଧୁଗଣ ଯେଉଁ ମାନଙ୍କ ପାଖରେ ଏଭଳି କିଛି ଡ୍ରେସ ଆଣି ଦାନ କରିବେ ବୋଲି ଆଶା କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.