Swastik Tv News Odisha

ସରକାରଙ୍କ ବଡ଼ ଘୋଷଣା : ଭିନ୍ନ ଜାତିରେ ବିବାହ କଲେ ସରକାର ଦେବେ ଟଙ୍କା ! କାହାକୁ କେତେ ଟଙ୍କା ଦେବେ ଦେଖନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ପୂର୍ବ କାଳରେ ଲୋକ ମାନେ ଜାତି ପ୍ରଥାକୁ ବହୁତ ଗୁରୁତ୍ୱ ଦେଉଥିଲେ। ଗୋଟିଏ ଜାତି ଅନ୍ୟ ଏକ ଜାତି ଠାରୁ ସବୁବେଳେ ପାଇଁ ଦୁରେଇ ରହୁଥିଲେ। ଏମିତିକି ଗୋଟିଏ ଜାତି ଅନ୍ୟ ଏକ ଜାତିକୁ ବିବାହ କରି ପାରିବ ନାହିଁ ବୋଲି ମଧ୍ୟ କୁହା ଯାଉ ଥିଲା। ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଲୋକ ମାନେ ଜାତି ପ୍ରଥା ଉପରେ ବହୁତ ବିଶ୍ୱାସ ରହିଛି। ଯେଉଁ ଯୁବକ ଓ ଯୁବତୀ ମାନେ ଯଦି ଗୋଟିଏ ଜାତି ଅନ୍ୟ ଏକ ଜାତିକୁ ବିବାହ କରି ବସନ୍ତି, ତା’ହେଲେ ସମାଜ ସେମାନଙ୍କ ଭଲ ପାଇବାକୁ ସ୍ୱୀକୃତି ଦିଏ ନାହିଁ କିମ୍ବା ବିବାହ କରିବା ପାଇଁ ନିଷ୍ପତ୍ତି ଦିଏ ନାହିଁ। ଯାହା ଫଳରେ କି ଯୁବକ ଓ ଯୁବତୀ ମାନେ ଶେଷରେ ପ୍ରାଣ ହରାଇ ଦିଅନ୍ତି। ତେବେ ଏହି କୁପ୍ରଥାକୁ ଲୋକ ମାନଙ୍କ ମନରୁ ଦୁରେଇ ଦେବା ପାଇଁ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତାହା ହେଉଛି ଗୋଟିଏ ରାଜ୍ୟରେ ଇଣ୍ଟରକାଷ୍ଟ ବିବାହ କରିଲେ ୫ ଲକ୍ଷ୍ୟ ଟଙ୍କା ମିଳିବ ବୋଲି ଶୁଣିବା ପାଇଁ ମିଳୁଛି। ତେବେ ଆସନ୍ତୁ ସେ କଣ କହୁଛନ୍ତି ସମ୍ପୂର୍ଣ ଖବର ବିଷୟରେ ନଜର ପକାଇବା;

ସୂଚନା ଅନୁସାରେ, ଯେଉଁମାନେ ଇଣ୍ଟରକାଷ୍ଟ ବିବାହ କରୁଛନ୍ତି ଆସାମ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଇଣ୍ଟରକାଷ୍ଟ ବିବାହ କରିବେ ଆସାମ ସରକାର ସେମାନଙ୍କୁ ୫ ଲକ୍ଷ୍ୟ ଟଙ୍କା ଦେବେ। ଏହି ଟଙ୍କା ବ୍ୟବସାୟ ପ୍ରତିଷ୍ଠା ଉଦେଶ୍ୟରେ ହିଁ ଏହି ଟଙ୍କା ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ଏଥି ସହିତ ଏହି ଯୋଜନା ପାଇଁ ଦମ୍ପତ୍ତିଙ୍କ ନିମନ୍ତେ କିଛି ସର୍ତ ରଖା ଯାଇଛି।

ତେବେ ଯେଉଁମାନେ ୨୦୧୯ ମସିହା ଏପ୍ରିଲ ମାସରୁ ୨୦୨୧ ମସିହା ମାର୍ଚ୍ଚ ମାସ ମଧ୍ୟରେ ଯେଉଁମାନେ ଇଣ୍ଟରକାଷ୍ଟ ବିବାହ କରିଥିବେ, ସେହି ଦମ୍ପତ୍ତିଙ୍କୁ ହିଁ ଏହି ଟଙ୍କା ମିଳିବ। ତେବେ ସେଥିପାଇଁ ସେମାନଙ୍କ ବାର୍ଷିକ ଆୟ ୫ ଲକ୍ଷ୍ୟ ଟଙ୍କାରୁ କମ ହୋଇଥିବା ଆବଶ୍ୟକ ରହିଛି। ଏମିତିକି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଜଣେ ଅନୁସୂଚିତ ଜାତି ହୋଇଥିବା ବେଳେ ଆଉ ଜଣେ ସୁବର୍ଣ୍ଣ ଜାତିର ହୋଇଥିବା ଆବଶ୍ୟକ। ଏହି ସର୍ତ ପୁରଣ କରାନଗଲେ ଆର୍ଥିକ ସହାୟତା ମିଳି ପାରିବ ନାହିଁ। ତେବେ ବନ୍ଧୁଗଣ ସବୁ ମଣିଷ ଜାତି ହେଉଛି ସମାନ, କାହାରିକୁ ଉଚ୍ଚ ଜାତି କିମ୍ବା ନୀଚ୍ଚ ଜାତି ଭାବିବା ନାହିଁ। ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.