Swastik Tv News Odisha

ଭାଇରାଲ ହେଲା ଛୋଟ ଛୁଆର ଭିଡିଓ ! କାନ୍ଦି କାନ୍ଦି ସାରଙ୍କୁ କହିଲା ଏମିତି କଥା… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ବିଷୟରେ ଶୁଣିବା ପାଇଁ ମିଳିଥାଏ। ସମାଜରେ ଯେତେ ସବୁ ଅନ୍ୟାୟ ବା ଅପରାଧିକ କାର୍ଯ୍ୟ ହେଉଛି ସବୁର ମୂଳ କାରଣ ହେଉଛି ମଦ, ମଦ ପିଇ ଲୋକମାନେ ନିଜର ହିତାହିତ ଜ୍ଞାନ ସବୁ ଭୁଲି ଯାଉଛନ୍ତି, ଯାହା ଫଳରେ କି ଏଭଳି କାର୍ଯ୍ୟ ସବୁ କରି ଥାଆନ୍ତି। ଏମିତିକି ନିଜ ପିଲା ମାନଙ୍କ ପାଠ ପଢିବାରେ ମଧ୍ୟ ବହୁତ ବ୍ୟାଘାତ ଦେଖା ଯାଉଛି ଓ ପିଲା ମାନଙ୍କ ଭବିଷ୍ୟତ ଜୀବନ ଉପରେ ବହୁତ କୁପ୍ରଭାବ ପଡୁଛି। ତେବେ ନିକଟରେ ଏଭଳି କିଛି ଖବର ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ପିଲାଟି ଶିକ୍ଷଙ୍କ ଆଗରେ ବହୁତ ଜୋର କାନ୍ଦି ବାପାଙ୍କ ନାଁ ରେ ଅଭିଯୋଗ କରୁଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବିହାରର ରୋହାତାସ ଜିଲ୍ଲାର ତିଲୋଥୁ ବ୍ଲକରେ ଥିବା ଏକ ସରକାରୀ ବିଦ୍ୟାଳୟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ସ୍କୁଲର ଶ୍ରେଣୀ ଗୃହରେ ଅନେକ ପିଲା ମାନେ ବସି ପାଠ ପଢୁଛନ୍ତି। ପିଲା ମାନଙ୍କର ଶ୍ରେଣୀ ଶିକ୍ଷକ କୌଣସି ଏକ ବହି ଆଣିବା ପାଇଁ ପିଲା ମାନଙ୍କୁ କହିଥିଲେ, ଶିକ୍ଷକଙ୍କ କଥା ମାନି ସବୁ ପିଲା ମାନେ ବହି କିଣି ଆଣିଥିଲେ କିନ୍ତୁ ସେଥିରୁ ଗୋଟିଏ ପିଲା କେବଳ ବହି ଆଣି ନଥିଲା।

ଶିକ୍ଷକ ପିଲାଟିକୁ ପଚାରୁଛନ୍ତି ଯେ କଣ ପାଇଁ ବହି ଆଣିକି ସ୍କୁଲ ଆସି ନାହିଁ। ପିଲାଟି ଶିକ୍ଷକଙ୍କ ଉତ୍ତରରେ ଜୋର ଭାବରେ କାନ୍ଦି କାନ୍ଦି କହୁଛି ଯେ ବାପା ପ୍ରତିଦିନ ମଦ ପିଉଛନ୍ତି ଓ ପଇସା ସବୁ ମଦ ପିଇବାରେ ଖର୍ଚ୍ଚ କରି ଦେଉଛନ୍ତି, ସେଥିପାଇଁ ବହି କିଣି ଦେଉ ନାହାଁନ୍ତି। ସବୁ ଠାରୁ ଆଶ୍ଚର୍ଯ୍ୟର କଥା ଯେ ପିଲାଟି ଏଭଳି ଭାବରେ କହୁଥିବା ବେଳେ ପିଲାଟିର ବାପା ମଧ୍ୟ ଶ୍ରେଣୀ ଗୃହରେ ଉପସ୍ଥିତ ଥିଲେ ଓ ପିଲାଟିର କଥା ଶୁଣି ହସୁଥିଲେ।

ତେବେ ସେହି ପିଲାଟିର ଭଉଣୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ସେ ମଧ୍ୟ ତାଙ୍କ ବାପାଙ୍କ ନାଁ ରେ ଶିକ୍ଷକଙ୍କ ସମ୍ନାରେ ସମାନ କଥା କହୁଛନ୍ତି। ଶିକ୍ଷକ ପିଲାଟିର କଥା ଶୁଣି ତାଙ୍କ ବାପାଙ୍କ ତାଗିତ କରିଛନ୍ତି। ପିଲାଟିର ବାପା ବହି କିଣି ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ଲୋକ ମାନେ ଏହି ଭିଡ଼ିଓକୁ ଦେଖି ଭିନ୍ନ ଭିନ୍ନ ପ୍ରକାରର କଥା କହିଛନ୍ତି। ତେବେ ବନ୍ଧୁଗଣ ଯେଉଁମାନେ ମଦ ପିଉଛନ୍ତି ସେମାନଙ୍କ ପରିବାର ନଷ୍ଟ ହୋଇ ଯିବା ସହିତ ନିଜ ପିଲା ମାନଙ୍କ ଜୀବନ ମଧ୍ୟ ନଷ୍ଟ ହୋଇ ଯାଉଛି, ଦୟାକରି ମଦ ପିଅନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.