Swastik Tv News Odisha

Vastusastra – ବାସ୍ତୁଶାସ୍ତ୍ର ରେ ଶୋଇବା ଘରେ କଣ କଲେ ପରିବାରକୁ ଧନ ଓ ଶାନ୍ତି ମିଳିବ ଜାଣନ୍ତୁ

0

ଗୃହରେ ଶୋଇବା ଘରର ସ୍ଥାନ ଏକ ବିଶେଷ ମହତ୍ତ୍ୱ ରଖିଥାଏ , ତେଣୁ ସବୁ ଦୃଷ୍ଟିରୁ ବିଚାର କରି ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରର ପରିକଳ୍ପନା କରିବା ଉଚିତ୍ । ମଣିଷ ସାରା ଦିନ ବାହରେ ପରିଶ୍ରମ କରି ଘରକୁ ଫେରେ ବିଶ୍ରାମ ନେବା ପାଇଁ ,କିଛି ସମୟ ଶାନ୍ତିରେ କାଟିବା ଓ ଶୋଇବା ପାଇଁ । ମନରେ ଶାନ୍ତି , ପରିବାରରେ ଆନନ୍ଦ ରହିବା , ନିଦ ଠିକ୍ ରହିବା ଓ ଶରୀର ସୁସ୍ଥ ରହିବା ଉପରେ ଶୋଇବା ଘରର ଅନେକ ପ୍ରଭାବ ପଡିଥାଏ । ଏଣୁ ଶୋଇବା ଘର ବିଷୟରେ ଜାଣିନେବା ଉଚିତ୍ ।

1. ଶୋଇବା ଘର ମୁରବୀଙ୍କ ବଖରା :-

ପରିବାରର ଯିଏ ମୁଖ୍ୟ ବା ମୁରବୀ ତାଙ୍କ ଶୋଇବା ଘର ଗୃହର ଦକ୍ଷିଣ ପଶ୍ଚିମ ଦିଗ ବା ନୈରତ କୋଣ ରେ ହେବା ଉଚିତ୍ । ଯଦି ଘରଏକ ମହଲାରୁ ଅଧିକ ତେବେ ତାଙ୍କ ଶୋଇବା ଘର ଉପର ମହଲାର ସେହି କୋଣରେ ହେବା ଉଚିତ୍ । କିନ୍ତୁ ଯଦି ଏହି କୋଠରୀରେ ଛୋଟପିଲା , ଚାକର ବା ସାନ ପିଲା ରୁହନ୍ତି ତେବେ ସେ ଅବାଧ୍ୟ. ବା ଅମାନିଆ ହୁଅନ୍ତି କଳହ କରନ୍ତି ।

2. ଶୋଇବା ଘର :-

ଶୋଇବା ଘର ସବୁଠୁ ଉତ୍ତର – ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେଲେ କୋଠରୀରେ ଶୋଉଥିବା ବ୍ୟକ୍ତି ଦୁର୍ବଳ ହେବା ସହ ଅସ୍ଥିରମନା ଚଞ୍ଚଳସ୍ୱଭାବର ହେବ ।

3. ଶୋଇବା ଘର ପିଲାଙ୍କ ବଖରା :-

ପିଲାଙ୍କ ପାଇଁ ଶୋଇବା ଘର ସବୁଠୁ .ପୂର୍ବ ଦିଗରେ ହେବା ଉଚିତ୍ , ପିଲାଙ୍କ ପଢାଘର ଐଶାନ୍ୟ କୋଣ ପାଖକୁ ଲଗାଇ ଉତ୍ତର ଆଡକୁ ହୋଇ ପାରିବ ।

4. ଶୋଇବା ଘର ଥାକ ବା ଆଲମିରା :-

ଶୋଇବା ଘରର ଥାକ , ବାକ୍ସ , ଆଲମିରା , କାନ୍ଥ ଆଲମିରା ଘରର ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଉଚିତ୍ ।

5. ଶୋଇବା ଘରେ ଇଲେକଟ୍ରିକ ଜିନିଷ :-

ଶୋଇବା ଘରରେ ଯଦି ଟିଭି ବା ରୁମ ହିଟର ବା ଅନ୍ୟ କିଛି ଇଲେକଟ୍ରିକ୍ ଜିନିଷ ରଖୁଛନ୍ତି , ତେବେ ଏହାକୁ ଘରର ଦକ୍ଷିଣ ପୂର୍ବ ବା ଆଗ୍ନେୟ କୋଣରେ ରଖନ୍ତୁ ।

6. ଶୋଇବା ଘରେ ଖଟ ବା ବେଡ୍ ର ସ୍ଥାନ :-

ଶୋଇବା ଘରର ଖଟ , ବେଡ , ଗଦି ଘରର ଦକ୍ଷିଣ , ପଶ୍ଚିମ ପାଖକୁ ରହିବା ଭଲ ଯେମିତି ଘରର ଉତ୍ତର ଓ ପୂର୍ବ ପାଖକୁ ବେଶି ଖାଲି ସ୍ଥାନ ରହିବ । ଖଟ କାନ୍ଥକୁ ପୂରା ନଲାଗିବା ଭଲ ।

7. ଶୋଇବା ଘର କେଉଁ ଦିଗକୁ ମୁଣ୍ଡ କରି ଶୋଇବେ :-

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଧନ , ସମ୍ପଦ , ପ୍ରାଯୁର୍ଯ୍ୟଲାଭ – ବ୍ୟବସାୟୀ ମାନେ ଏହି ଏହି ଦିଗକୁ ମୁଣ୍ଡ କରି ଶୋଇଲେ ସୁଖନିଦ୍ରା , ମାନସିକ ଶାନ୍ତି , ଭାଗବତ ବିଶ୍ୱାସ ଲାଭ ସମସ୍ତେ ଏହି ଦିଗକୁ ମୁଣ୍ଡ କରି ଶୋଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.