Swastik Tv News Odisha

ବାଛନ୍ତୁ ଭଗବାନ ଗଣେଶଙ୍କ ଗୋଟିଏ ନାମ ଓ ଜାଣନ୍ତୁ ନିଜର ଗୁପ୍ତ ଭବିଷ୍ୟତ ବିଷୟରେ…ଏକ ଲକ୍ଷ ରୁ ଅଧିକ ଲୋକ ଏହାକୁ ବିଶ୍ୱାସ କରିଛନ୍ତି

0

ଆଜିକାଲି ଲୋକ ମାନେ ନିଜ ଭବିଷ୍ୟତ କଥା ଜାଣିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରି ଥାଆନ୍ତି। ସେଥିପାଇଁ ଲୋକ ମାନେ ବଡ଼ ବଡ଼ ଜ୍ୟୋତିଷ ବା ପଣ୍ଡିତ ମାନଙ୍କୁ ନିଜର ହାତ ଦେଖାଇ ଥାଆନ୍ତି ଓ ତାଙ୍କ କଥାକୁ ବହୁତ ବିଶ୍ୱାସ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଭାବି ନେଇ ଥାଆନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ, ଭଗବାନ ଗଣେଶଙ୍କର ୧୦୮ ଟି ନାମ ରହିଛି। ସେଥି ମଧ୍ୟରୁ ଗଜାନନ, ଗଣପତି, ବକ୍ରତୁଣ୍ଡାୟ ଓ ଗଜେନ୍ଦ୍ର ଆଦି ନାମ ରହିଛି। ତେବେ କିନ୍ତୁ ଆମେ ଆପଣ ମାନଙ୍କୁ ଗଣେଶଙ୍କର ଏଭଳି ୩ ଟି ନାମ କହିବୁ, ଯାହାକି ଆପଣ ମାନେ ଆପଣ ମାନଙ୍କ ଭବିଷ୍ୟତ କଥା ଓ କିପରି ଭାବରେ ଶୁଭ ଫଳ ମିଳିବ ତାହା ବିଷୟରେ ଜାଣି ପାରିବେ। ତେବେ ଆସନ୍ତୁ ଗଣେଶଙ୍କର ସେହି ୩ ଗୋଟିଏ ନାମ କଣ ରହିଛି ଆସନ୍ତୁ ଜାଣିବା;

(୧) ଗଜାନନ :- ଗଣେଶଙ୍କର ଏହି ନାମଟିକୁ ଯେଉଁ ଲୋକ ମାନେ ବାଛିବେ, ସେହି ଲୋକ ମାନେ ସ୍ଵଭାବ ଓ ସରଳ ମଣିଷ ହୋଇ ଥାଆନ୍ତି। ଧନ ଓ ସମ୍ପତ୍ତିରେ ଘର ପରିପୂର୍ଣ୍ଣ ହୋଇଯିବ। ଯଦି ଶରୀରରେ ରୋଗ ବୈରାଗ୍ୟ ରହିଥିବ,ସେ ସବୁ କିଛି ମଧ୍ୟ ଦୂରେଇ ଯିବ। ଏମିତିକି ନିଜ ଆଗାମୀ ଭବିଷ୍ୟତ କଥାକୁ ନେଇ ଚିନ୍ତା କରୁଥିବେ। ପ୍ରତିଦିନ ଭଗବାନ ହନୁମାନଙ୍କ ପୂଜା କରନ୍ତୁ ଓ ପ୍ରତିଦିନ ତାଙ୍କ ଚାଳିଶା ମଧ୍ୟ ପଢନ୍ତୁ ଓ ଏଥି ସହିତ କୁନି ପିଲା ମାନଙ୍କୁ ଖାଦ୍ୟ ଖାଇବା ପାଇଁ ଦେବା ସହିତ କିଛି ଖେଳଣା ମଧ୍ୟ କିଣି ଦିଅନ୍ତୁ ସବୁ କିଛି ଶୁଭ ହୋଇଯିବ ଓ ସୁଖ ଶାନ୍ତିରେ ଜୀବନ ଗଢ଼ି ଉଠିବ।

(୨) ଗଣପତି :- ଗଣେଶଙ୍କର ଏହି ନାମଟିକୁ ଯେଉଁ ଲୋକ ମାନେ ବାଛିବେ, ସେମାନେ ଗମ୍ଭୀର ଧରଣର ହୋଇ ଥାଆନ୍ତି। ଏହି ବ୍ୟକ୍ତିର ଲୋକ ମାନେ ସବୁ କ୍ଷେତ୍ରରେ ପଛରେ ରହି ଥାଆନ୍ତି କିନ୍ତୁ ଭାବି ଚିନ୍ତି କାର୍ଯ୍ୟ କରି ଥାଆନ୍ତି, ଯାହା ଫଳରେ କି ସେମାନେ ସଫଳତା ହାସଲ କରି ରହି ଥାଆନ୍ତି। ଶତ୍ରୁ ମାନେ ସବୁବେଳେ ପାଇଁ ଡରି ରହିବେ। ପର କଥା ଆଲୋଚନା କରନ୍ତୁ ନାହିଁ ଏଥି ସହିତ ଲୋକ ମାନଙ୍କୁ ମଧ୍ୟ ଘୃଣା କରନ୍ତୁ ନାହିଁ। ସବୁବେଳେ ପାଇଁ ଭଗବାନ ଗଣେଶ ଓ ଶିବଙ୍କର ପୂଜା କରନ୍ତୁ ଶୁଭ ନିଶ୍ଚନ୍ତ ଭାବରେ ହେବ।

(୩) ଏକଦନ୍ତ :- ଗଣେଶଙ୍କର ଏହି ନାମଟିକୁ ଯେଉଁ ଲୋକ ମାନେ ବାଛିଥିବେ ସେମାନେ ଜସାର ଫଳ ଭୋଗୁଥିବେ ଓ ଏଥି ସହିତ ଗ୍ରହ ମାନେ ମଧ୍ୟ ଅଢେଇ ବର୍ଷ ହେବ କ୍ଷତି କରାଉଛନ୍ତି।ସେଥିପାଇଁ ଆପଣ ମାନେ ଭଲ ପଣ୍ଡିତଙ୍କ ନିକଟକୁ ଯାଇ ଜାତକ ଦେଖାନ୍ତୁ ଓ ସେ କହୁଥିବା କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରନ୍ତୁ ଓ ଏଥି ସହିତ ଭଗବାନ ଜଗନ୍ନାଥଙ୍କର ପୂଜା କରନ୍ତୁ ଶୁଭ ହେବ ଓ କେବେ ହେଲେ କାହାରି ଖରାପ କଥା ଭାବନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.