Swastik Tv News Odisha

5 ବର୍ଷ ର ଛୋଟ ଝିଅ ଗର୍ଭଧାରଣ ଓ ମା ହେବାର ରହସ୍ୟ ଜାଣିଲେ ମୁଣ୍ଡ ଖରାପ ହୋଇଯିବ…

0

ଆଜିର ଦୁନିଆରେ ବିଜ୍ଞାନ ବହୁ ମାତ୍ରାରେ ଆଗକୁ ଯାଇଛି ଓ ବିଜ୍ଞାନ ଦ୍ୱାରା ବହି ଉନ୍ନତ ମାନର କାର୍ଯ୍ୟ ମଧ୍ୟ ହେଉଛି। କିନ୍ତୁ ବେଳେ ବେଳେ ଏଭଳି ଏମିତି କିଛି ଘଟଣା ଘଟିଥାଏ ତାହା ବିଜ୍ଞାନ ମଧ୍ୟ ବୁଝାଇ ପାରେ ନାହିଁ। ଏମିତି ଏକ ଘଟଣା ବର୍ତ୍ତମାନ ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଗୋଟିଏ ୫ ବର୍ଷର ଝିଅ ଗର୍ଭବତୀ ହେବା ଓ ତା’ର ମାଆ ହେବାର ରହସ୍ୟ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଗତ କିଛି ବର୍ଷ ପୂର୍ବେ ଗୋଟିଏ ୧୨ ବର୍ଷର ଝିଅ ଗର୍ଭବତୀ ହୋଇ ଯାଇ ଥିଲା ଓ ସେ କମ ବୟସରେ ମାଆ ରୂପେ ତାକୁ ସମ୍ନାନ ମଧ୍ୟ ଦିଆ ଯାଇ ଥିଲା। କିନ୍ତୁ ଆଉ ଏକ ଘଟଣା ସମ୍ନାକୁ ଆସିଛି ତାହା ଆଜି ବି ରହସ୍ୟ ଘେରରେ ରହିଛି। ଲିନା ମେଦିନା ନାମକ ଜଣେ ଝିଅ, ଯାହାର ବୟସ ମାତ୍ର ୫ ବର୍ଷ ହୋଇଥାଏ। ଯେତେବେଳେ ଝିଅଟି ୫ ବର୍ଷର ହେଲା ତା’ର ପେଟ ଧୀରେ ଧୀରେ ବଢିବାକୁ ଲାଗିଲା ଓ ଏହା ଦେଖି ତା’ର ବାପା ଓ ମାଆ ଚିନ୍ତାରେ ପଡ଼ି ଯାଇଥିଲେ। ସମସ୍ତେ ଝିଅଟିର ପେଟରେ ହୁଏତ କୌଣସି ଏକ ଟ୍ୟୁମର ହୋଇଥାଏ ବୋଲି ଭାବୁଥିଲେ।

ତେବେ ସେଥିପାଇଁ ତାଙ୍କ ପରିବାର ଲୋକ ମାନେ ଝିଅଟିକୁ ଡାକ୍ତରଙ୍କ ପାଖରେ ଦେଖାଇବା ପାଇଁ ସଙ୍ଗେ ସଙ୍ଗେ ସହରର ଏକ ମେଡିକାଲକୁ ନେଇ ଯାଇ ଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରି ଦେଖଥିଲେ ଯେ, ସେ ସେହି ସମୟରେ ୭ ମାସର ଗର୍ଭବତୀ ହୋଇ ଯାଇ ଥିଲେ। ୧୯୩୯ ମସିହା ମେ ମାସ ୧୯ ତାରିଖରେ ଡାକ୍ତର ଝିଅଟିର ଅପରେସନ କରିଥିଲେ ଓ ଝିଅଟି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ପିଲାଟି ଜନ୍ମ ହେବା ସମୟରେ ତାହାର ଓଜନ ୨.୭ କିଲୋ ହୋଇଥିଲା। ତେବେ ଡାକ୍ତରଙ୍କ ନାମ ଅନୁସାରେ ସେହି ପୁଅଟିର ନାଁ ଚିରାଡ଼ ରଖା ଯାଇ ଥିଲା। ୪୦ ବର୍ଷ ବେଳକୁ ପୁଅର ଏକ ରୋଗ ହେବାରୁ ତା’ର ମୃତ୍ୟୁ ହୋଇ ଯାଇ ଥିଲା।

ତେବେ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଲିନା ମେଦିନା ସେହି ପିଲାଟିର ବାପା କିଏ ବୋଲି କହି ନଥିଲେ। ଯେତେବେଳେ ଡାକ୍ତର ଏହି ଘଟଣା ବାବଦରେ ଜାଣିବା ପାଇଁ ପାଇଥିଲେ, ସେହି ସମୟରେ ସେ ସଙ୍ଗେ ସଙ୍ଗେ ପୋଲିସ ନିକଟକୁ ଖବର ଦେଇଥିଲେ। ପୋଲିସ ସନ୍ଦେହ କରି ଝିଅର ବାପା ଓ ଭାଇକୁ ଥାନାକୁ ନେଇ ଯାଇ ଥିଲେ। କିନ୍ତୁ ପରେ ଏହାର କୌଣସି ପ୍ରମାଣ ମିଳି ପାରି ନଥିବାରୁ ସେମାନଙ୍କୁ ଛାଡି ଦିଆ ଯାଇ ଥିଲା। କିନ୍ତୁ ବହି ଚେଷ୍ଟା ପରେ ମଧ୍ୟ ୫ ବର୍ଷର ପିଲାଟି କିପରି ମାଆ ହୋଇ ପାରିଲା ତାହା କେହି ପାରି ନଥିଲେ। ଆଜି ମଧ୍ୟ ଏହି ଘଟଣାଟି ମେଡ଼ିକାଲ ହିଷ୍ଟିରିରେ ରହସ୍ୟ ହୋଇ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.