Swastik Tv News Odisha

ମହିଳା ମାନଙ୍କର ହେଉଥିବା ମେନ୍ସ ବିଷୟରେ କଣ କହିଲେ ଅଭିନେତ୍ରୀ ଅର୍ଚ୍ଚିତା, ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଦେଖନ୍ତୁ ଭିଡ଼ିଓ

0

ଭଗବାନଙ୍କ ସୃଷ୍ଟି ରେ ଉଭୟ ନାରୀ ପୁରୁଷ ମାନଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥାଏ। ଜଣେ ନାରୀ ପୁରୁଷଙ୍କ ଠାରୁ ବିଶେଷ ଗୁଣରେ ଭିନ୍ନ ଜଣେ ନାରୀ ଗର୍ଭରେ ପିଲା ଧାରଣ କରି ଏକ ନୂତନ ଜୀବନକୁ ଏ ଦୁନିଆକୁ ଆଣିଥାଏ। କୁହାଯାଏ ଜଣେ ନାରୀର ଜୀବନ ସେତେବେଳେ ସାର୍ଥକ ହୋଇଥାଏ। ଯେତେବେଳେ ସେ ସନ୍ତାନର ମାଆ ବନିଥାଏ। ତେବେ ଜଣେ ନାରୀକୁ ଅନେକ କିଛି ସହିବା ପାଇଁ ପଡ଼ିଥାଏ। ଜଣେ ନାରୀ ସେତେବେଳେ ମାଆ ହେବାରେ ସକ୍ଷମ ହୋଇଥାଏ ଯେତେବେଳେ ତାଙ୍କର ମାସିକ ପିରିୟଡ଼ ଆରମ୍ଭ ହୋଇଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଏମିତି ଅନେକ ଅଛନ୍ତି। ଯେଉଁମାନେ କି ତାଙ୍କର ପିରିୟଡ଼ ବିଷୟରେ କୌଣସି ବି ଜ୍ଞାନ ନଥାଏ। ଏସବୁ ବିଷୟରେ ସେମାନେ କୌଣସି ପ୍ରକାର ସଚେତନତା ନଥାଏ। ତେବେ ବନ୍ଧୁଗଣ ଅଭିନେତ୍ରୀ ଅର୍ଚ୍ଚିତା ପିରିୟଡ଼ ସମ୍ପର୍କରେ ସଚେତନ କରାଇଛନ୍ତି।

କାଲୋ ଫିଲ୍ମ ଫେଷ୍ଟିଭାଲ ରେ ଝିଅ ମାନଙ୍କର ମାସିକ ପିରିୟଡ଼ ବିଷୟରେ ସଚେତନ କରାଇଛନ୍ତି। ତାଙ୍କ କହିବା କଥା ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କି ନିଜର ପିରିୟଡ଼ ହେବା ସମୟରେ ଲୁଚାଇଥାନ୍ତି। ସଚେତନତା ଅବଲମ୍ଭନ କରାଇନଥାନ୍ତି। ଆଜିକାଲିର ସୋସିଆଲ ମିଡ଼ିଆ ଯୁଗରେ ଯୁବତୀ ମାନେ ଛୋଟ ଛୋଟ ଫିଲ୍ମ କରି ପଠାଇବା ପାଇଁ ଏଭଳି କରିବା ଦ୍ୱାରା ସଚେତନତା ସୃଷ୍ଟି ହୋଇ ପାରିବ। ତେବେ ଏହି ସବୁ ଫିଲ୍ମରେ ମାଧ୍ୟମରେ ଏକ ପ୍ରକାର ଲଜ୍ୟା ଭଳି ଜିନିଷ ଲୋକ ମାନଙ୍କ ମଧ୍ୟରେ କମିଯିବ।

ଆଉ ଯେଉଁ ମାନେ ଏସବୁ ବିଷୟରେ ଅନଭିଜ୍ଞ ଅଛନ୍ତି ସେମାନେ ଏବସୁ ବିଷୟରେ ଜାଣି ପାରିବେ। ଯେତେବେଳେ ଜଣେ ଝିଅର ପ୍ରଥମେ ପିରିୟଡ଼ ଆରମ୍ଭ ହୋଇଥାଏ। ସେମାନେ ପ୍ରଥମେ ଲାଜ କରିଥାନ୍ତି। କଣ କରିବା ପାଇଁ ପଡିବ ସେମାନଙ୍କୁ କିଛି ବି ଜ୍ଞାନ ନଥାଏ। ତେଣୁ ଏହି ଫିଲ୍ମ ମାଧ୍ୟମରେ ସେମାନେ ପୂର୍ବରୁ ଜାଣି ପାରିବେ ସବୁ କିଛି ତାଙ୍କର ଯେତେବେଳେ ପିରିୟଡ଼ ଆରମ୍ଭ ହେବ ଆଉ କୌଣସି ଅସୁବିଧାର ସମୁସଖୀନ ହେବାକୁ ପଡିବ ନାହିଁ। ଏହା ଦ୍ୱାରା ବାପା ମାଆ ମାନେ ମଧ୍ୟ ଏହାବୁ ବିଷୟରେ ଅଧିକ ସଚେତନ ହୋଇ ପାରିବେ। ଯଦି ଦେଖିବା ପୂର୍ବରୁ ଲୋକ ମାନେ ଏସବୁ ବିଷୟରେ ସଚେତନ ହୋଇନଥାନ୍ତି।

କିନ୍ତୁ ଆଜିକାଲି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ରେ ଗାଁ ଗହଳିରେ ଥିବା ଝିଅ ମାନେ ମଧ୍ୟ ପରିଷ୍କାର ପରିଛନ୍ନତା ବିଷୟରେ ସଚେତନତା ହୋଇ ପାରୁଛନ୍ତି। ପୂର୍ଵ ଅପେକ୍ଷା ମହିଳା ମାନେ ଏସବୁ ସମ୍ପର୍କରେ ଅଧିକ ଖୋଲା ଖୋଲି କଥା ବାର୍ତ୍ତା କରିପାରୁଛନ୍ତି। ବର୍ତ୍ତମାନ ବିଭିନ୍ନ ପ୍ରକାର ପେଡ ବାହାରିଲାଣି ଏହାକୁ ମଧ୍ୟ ବ୍ୟବହାର କରୁଛନ୍ତି। ଯାହାବି ହେଉ ଏଭଳି କାର୍ଯ୍ୟ କ୍ରମ କରାଗଲେ ମହିଳା ମାନେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.