Swastik Tv News Odisha

Vastu Shastra – ଘରେ ଅଶାନ୍ତି ଲାଗି ରହୁଛି କି ? ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏହି ସବୁ କାର୍ଯ୍ୟ କରନ୍ତୁ

0

ପ୍ରତ୍ୟେକ ବ୍ୟକ୍ତି ନୂତନ ଗୃହ ନିର୍ମାଣ କରିବା ପୂର୍ବରୁ ବାସ୍ତୁ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସମସ୍ତ ନୀତି ନିୟମ ଅନୁସାରେ ସେମାନେ ତାଙ୍କର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିଥାନ୍ତି କିନ୍ତୁ ସମସ୍ତ ଜିନିଷ ଠିକ ହେବା ପରେ ମଧ୍ୟ ଘରେ କିଛି କିଛି ସମସ୍ୟା ଦେଖା ଯାଇଥାଏ । ସେ ସମୟରେ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ , ବାସ୍ତୁ ଅନୁସାରେ ସବୁ ଜିନିଷ ଠିକ୍ ଠାକ୍ କରିବା ପରେ ମଧ୍ୟ ଏପରି କାହିଁକି ହେଉଛି । ଆପଣ ମାନେ ଟିକିଏ ଚିନ୍ତା କରନ୍ତୁ , ଘର ପ୍ରସ୍ତୁତିରେ ଲଗାଯାଇଥିବା ଇଟା , ବାଲି କେଉଁଠୁ ଆସୁଛୁ , ସେଥିରେ କୌଣସି ଜୀବ ମୃତ୍ୟୁ ମରଣ କରିଥାଇପାରେ , ଏମିତି ଅନେକ ଜିନିଷ ମନକୁ ଆସିଥାଏ ।

ଗୃହର ଶାନ୍ତି :-

ପୂରୁବେ ରାନ୍ଧିବ ପଶ୍ଚିମେ ବାନ୍ଧିବ ଉତ୍ତରେ ଥୋଇବ ଦକ୍ଷିଣେ ଶୋଇବ , ଏ ହେଉଛି ଚାରୋଟି ସୂତ୍ର ଗୃହର ଶାନ୍ତି ପ୍ରତିଷ୍ଠା ପାଇଁ । ସର୍ବଦା ଐଶାନ୍ୟ କୋଣ ଅର୍ଥାତ୍ ଉତ୍ତର ଏବଂ ପୂର୍ବ କୋଣକୁ ଐଶାନ୍ୟ କୋଣ କୁହାଯାଏ । ଏହି କୋଣରେ ଭଗବାନ ସର୍ବଦା ପୂଜା ପାଇଥାନ୍ତି , ଅର୍ଥାତ୍ ପୂର୍ବ ଦିଗରେ ପୂଜା ପାଇଥାନ୍ତି । ପୂରୁବେ ରାନ୍ଧିବ ଅର୍ଥ ରନ୍ଧନ ପାଇଁ ସବୁବେଳେ ପୂର୍ବ ଦିଗଟି ବହୁତ ଲାଭକାରୀ ଅଟେ । ସେଥିପାଇଁ ପ୍ରାୟତଃ ଲୋକ ପୂର୍ବ – ଦକ୍ଷିଣ ଦିଗର କୋଣ ଅଗ୍ନି କୋଣ ରେ ନିଜର ରୋଷେଇ ଘର ନିର୍ମାଣ କରନ୍ତି ।

ପଶ୍ଟିମେ ବାନ୍ଧିବେ ଅର୍ଥ , ଘରେ ପାଳୁଥିବା ଜୀବଜନ୍ତୁଙ୍କ ପାଇଁ ପଶ୍ଚମ ଦିଗଟି ବହୁତ ଭଲ ଅଟେ ତେଣୁ ଆପଣ ମାନେ ଘରେ ପାଳୁଥିବା ଗରୁ ଗାଈ ବା ମେଣ୍ଢା ଇତ୍ୟାଦି ଜୀବ ମାନଙ୍କୁ ପଶ୍ଚିମ ଦିଗରେ ବାନ୍ଧି ପାରିବେ । ଉତ୍ତର ରେ ଥୋଇବେ ଅର୍ଥାତ୍ ଉତ୍ତର ଦିଗଟି ହେଉଛି ଶାନ୍ତି ପ୍ରତିଷ୍ଠାର ଦିଗ , ଯଦି ଆପଣଙ୍କ ଘରକୁ ଥଣ୍ଡା ପବନ ଆସୁନାହିଁ , ତେବେ ଉତ୍ତର ଦିଗକୁ ଏକ ଝରକା ରଖନ୍ତୁ । ଘର ନିର୍ମାଣ ସମୟରେ ଉତ୍ତର ଦିଗକୁ ଝରକା ରଖୁଛନ୍ତି , ତେବେ ଆପଣଙ୍କ ଘର ସବିବେଳେ ଥଣ୍ଡା ରହିବ । ଘରେ ବ୍ୟବହାର କରୁଥିବା ସମସ୍ତ ଜିନିଷ ଗୁଡିକୁ ଆପଣ ମାନେ ଉତ୍ତର ଦିଗକୁ ରଖନ୍ତୁ , ଏହାଦ୍ୱାରା ଆପଣଙ୍କ ଘରେ ଶାନ୍ତି ପ୍ରତିଷ୍ଠା ହେବ ।

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଆପଣଙ୍କର ଆତ୍ମଗ୍ଲାନି ବଢିଥାଏ , ଆପଣଙ୍କର ଆର୍ଥିକ କଷ୍ଟ ଦୂର ହୋଇଥାଏ । ଆପଣ ମଧ୍ୟ ଦୁଃସ୍ୱପ୍ନରୁ ରକ୍ଷା ପାଇ ପାରିବେ , ଉଦରପୀଡାରୁ ରକ୍ଷା ପାଇ ପାରିବେ । ତେଣୁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ବହୁତ ଲାଭକାରୀ ହୋଇଥାଏ । ଏହାବ୍ୟତୀତ ଆପଣଙ୍କ ଘରେ ଯଦି କୌଣସି ଅଦରକାରୀ ଜିନିଷ ରଖନ୍ତି ,ତେବେ ଆପଣଙ୍କର ଅଶାନ୍ତି ବଢିବ । ତେଣୁ ଆପଣ ମାନେ ସବୁବେଳେ ଏହି 4 ଟି କଥାକୁ ଅଧିକ ଗୁରୁତ୍ୱ ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.