Swastik Tv News Odisha

OMG ବାପାର କାର ଚକା ତଳେ ଚାଲିଗଲା ୪ବର୍ଷ ପୁଅର ଜୀବନ, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ ଭିଡ଼ିଓ

0

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜୀବନ ହେଉଛି ସାରୁ ପତ୍ର ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରି ବାକୁ ପଡିଥାଏ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ସମୟ ଆଗରେ ସମସ୍ତେ ହାର ମାନି ଥାଆନ୍ତି। ଯାହାକୁ ଶୁଣିବା ମାତ୍ରେ ବହୁତ ଦୁଃଖ କଷ୍ଟ ଲାଗିଥାଏ। ତେବେ ବନ୍ଧୁଗଣ ବାପାର କାର ଚକା ତଳେ ପୁଅର ଚାଲି ଗଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ସୂଚନା ଅନୁସାରେ, ଏଭଳି ଏକ ଘଟଣା ହାଇଦ୍ରାବାଦର ଏଲବି ନଗରରୁ ଦେଖିବା ପାଇଁ ମିଳିଛି। ଲକ୍ଷଣ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଧରି ଏଲବି ନଗରର ଗୋଟିଏ ଆପାର୍ଟମେଣ୍ଟରେ ରହୁ ଥାଆନ୍ତି। ଯୁବକଙ୍କର ସାତ୍ୟୁକ ନାମର ଜଣେ ୪ ବର୍ଷର ପୁଅ ଟିଏ ଅଛି। ଯୁବକ ଜଣଙ୍କ କୌଣସି ଏକ କାର୍ଯ୍ୟ ପାଇଁ ଆପାର୍ଟମେଣ୍ଟରୁ ବାହାରି, ବାହାରେ ଥିବା ଏକ ଏସୟୁଭି କାର ଭିତରେ ବସି ଗାଡିକୁ ଷ୍ଟାଟ କରିବା ପାଇଁ ଆଗ ଫଛ ଗାଡିକୁ କରୁଥିଲେ।

ତେବେ କିନ୍ତୁ ଯୁବକ ଜଣଙ୍କ ଜାଣି ନଥିଲେ ଯେ, ତାଙ୍କ ପୁଅ ତାଙ୍କ ପିଛା କରି ଆସି ତାଙ୍କ କାର ପାଖରେ ଛିଡା ହୋଇ ଯାଇ ଥିଲା। ସେ ଗାଡିକୁ ଆଗ ଫଛ କରୁଥିବା ସମୟରେ ପୁଅ ଉପରେ ଗାଡି ଚଢି ଗଲା। ଏହା ପରେ ଯୁବକ ଜାଣିବା ପାଇଁ ପାଇଲେ ଯେ, ତାଙ୍କ ପୁଅ ଉପରେ କାର ଚଢି ଯାଇଛି। ଏହା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ସଙ୍ଗେ ସଙ୍ଗେ କାର ଭିତରୁ ଓଲ୍ହାଇ, ପୁଅକୁ ଧରି ନେଇ ଆପାର୍ଟମେଣ୍ଟ ଭିତରକୁ ପଳାଇ ଯାଇଥିଲେ। ଏଭଳି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକ ମାନେ ଆପାର୍ଟମେଣ୍ଟ ଭିତରେ ଆସି ଭିଡ଼ ଜମାଇ ଦେଇଥିଲେ। ଲୋକ ମାନେ ଛୋଟ ପିଲାଟି ପ୍ରତି ହୋଇଥିବା ଏତେ ବଡ଼ ଘଟଣା ପାଇଁ ବହୁତ ଦୁଃଖ କରିଛନ୍ତି। ଏହି ଘଟଣାଟି ସେଠାରେ ଲାଗି ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା।

ତେବେ ପିଲାଟି କାର ଚକା ତଳେ ଚାପି ହୋଇ ଯାଇ ଥିବାରୁ ତା’ର ଶରୀର ବହୁତ ସାଙ୍ଘାତିକ ରହିଛି। ତାଙ୍କ ପରିବାର ଲୋକ ମାନେ ଖୁବ ଶୀଘ୍ର ତାଙ୍କୁ ନେଇ ହସ୍ପିଟାଲରେ ନେଇ ଭର୍ତ୍ତି କରାଇ ଥିଲେ। ଡାକ୍ତର ପିଲାଟିକୁ ଦେଖି ମୃତ ବୋଲି କହିଥିଲେ। ପୋଲିସ ଏହି ଖବର ଜାଣି ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଘଟଣାଟିକୁ ନେଇ ସେଠାକାର ସ୍ଥାନୀୟ ଲୋକ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.