Swastik Tv News Odisha

Special Tips – ଜାଣନ୍ତୁ ଝିଅ ମାନଙ୍କ ମାସିକ ଋତୁସ୍ରାବ ବିଷୟରେ କିଛି ଜାଣିବା କଥା, ଥରୁଟିଏ ପ୍ରତ୍ୟେକ ମହିଳା ଏବଂ ଯୁବତୀ ନିଶ୍ଚୟ ଦେଖନ୍ତୁ

0

ବନ୍ଧୁଗଣ ମହିଳା ମାନଙ୍କର ହେଉଥିବା ମାସିକ ଋତୁସ୍ରାବ ଏକ ସ୍ବାଭାବିକ ପ୍ରାକୃତିକ ପ୍ରକ୍ରିୟା ଅଟେ।ଏକ ନିର୍ଦ୍ଦିଷ୍ଟ ବୟସ ର ଗ୍ରୁପ୍ ପାଖରୁ ଏହା ପ୍ରତ୍ୟେକ ଟି ଝିଅ ମାନଙ୍କ କ୍ଷେତ୍ରରେ ଦେଖା ଦେଇଥାଏ। ତେବେ ଏହି ସମୟରେ ନାରୀ ମାନଙ୍କ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଦେଖା ଦେଇଥାଏ, ତାହା ବାସ୍ତବରେ କଷ୍ଟାଦାୟକ ହୋଇଥାଏ। କିନ୍ତୁ ଯଦିଓ ଏହି ମେନ୍ସ ପ୍ରତ୍ୟେକ ମାସ ମହିଳା ଙ୍କ କ୍ଷେତ୍ରରେ ଦେଖା ଦେଇଥାଏ ତଥାପି ଅନେକ ମହିଳା ଅଛନ୍ତି ଯେଉଁ ମାନଙ୍କୁ ଏ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ରହିନାହିଁ। ଏ ବିଷୟରେ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ ହୋଇଥିବା ବେଳେ କିନ୍ତୁ ପ୍ରାୟତଃ ଅନେକ ମହିଳା ଏହାର ସଚେତନତା ଦିଗ ପ୍ରତି ଅବଗତ ନଥାନ୍ତି।

ପିରିଆଡ଼ସ କିଛି ମହିଳାଙ୍କ କ୍ଷେତ୍ରରେ ନିୟମିତ ଭାବରେ ହେଉଥିବା ବେଳେ ଆଉ କିଛି ଜଣଙ୍କ କ୍ଷେତ୍ରରେ ଅନିୟମିତ ଭାବରେ ହୋଇଥାଏ। ତେବେ ଯଦି ୧୧ ବର୍ଷରୁ ଅଧିକ ବୟସ ଝିଅ ମାନଙ୍କର ପିରିଆଡ୍ସ ହୁଏ ତେବେ ଏହାକୁ ନର୍ମାଲ ବୋଲି କୁହାଯାଇଥାଏ।ଆଉ ଯଦି ଏହା ତଳକୁ କିମ୍ୱା ୯ ବର୍ଷରୁ କମ୍ ପିଲାଙ୍କ ପାଖରେ ଦେଖାଦିଏ ତେବେ ଏହା ଆବନର୍ମାଲ ଅଟେ।ତେବେ ଆଜିକାଲି ସମୟରେ ଝିଅ ମାନଙ୍କ ମାସିକ ଋତୁସ୍ରାବ ରେ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଅନେକ ସବୁ କାରଣ ରହିଛି। ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଗ୍ରହଣ କରିବା ଦ୍ୱାରା ଏହା ଠିକ୍ ହୋଇ ଯାଇଥାଏ।

କିନ୍ତୁ ଯେତେବେଳେ ଇମିଡ଼ିଏଟ ପ୍ୟୁବର୍ଟି ଆଟେଣ୍ଡ କରୁଛନ୍ତି ସେତେବେଳ ଶରୀରରେ ଥିବା ହାଇପୋଥାଲାମୋ ପିଟୁଇଟାରି ଆକ୍ସିସ ଭଲ ଭାବରେ ମେଚ୍ୟୁର ହୋଇ ନଥାଏ, ଯେଉଁ ପାଇଁ ୩/୪ ବର୍ଷ ସମୟ ଲାଗି ଯାଇଥାଏ। ଆଉ ଏହି ସମୟ ଭିତରେ ଝିଅ ମାନଙ୍କର ପିରିଆଡସ ରେ ଅନିୟମିତତା ଦେଖାଦିଏ। ବହୁତ୍ ଜଣଙ୍କ କ୍ଷେତ୍ରରେ ଦୁଇ ତିନି ମାସ ଗଡିଯିବା ପରେ ଏହି ଋତୁସ୍ରାବ ହେଉଥିବା ଦେଖିବାକୁ ମିଳେ। ତାମାନେ ସେମାନଙ୍କର ରିପ୍ରଡକଟିଭ ଏଜ ହୋଇ ନଥାଏ। ଏହାଛଡା ପିଲା ଜନ୍ମ ହେବା ପରେ ମଧ୍ୟ କିଛି ମହିଳା ମାନଙ୍କର ମାସିକ ଋତୁସ୍ରାବ ରେ ଅନିୟମିତତା ହେଉଥିବା ଦେଖିବାକୁ ମିଳିଥାଏ।

କିଛି ଝିଅଙ୍କ କ୍ଷେତ୍ରରେ କ୍ରମାଗତ ଭାବେ ୭/୮ ଦିନ ଧରି ବ୍ଲିଡିଂ ହୋଇଥାଏ। ସେମାନଙ୍କ କ୍ଷେତ୍ରରେ ଚିକିତ୍ସାର ଆବଶ୍ୟକତା ରହିଛି। କିନ୍ତୁ ଯେଉଁ ମାନଙ୍କର ହାଇପୋଥାଲାମୋ ପିଟୁଇଟାରି ଆକ୍ସିସ ଭଲ ଭାବରେ ମେଚ୍ୟୁର ହୋଇ ନଥାଏ ଏବଂ ଥରେ ପିରିଆଡ଼ସ ହୋଇ ଏହା ଗଡିବା ଆରମ୍ଭ କରେ ଅର୍ଥାତ୍ ଦୁଇ ତିନି ମାସକୁ ଥରେ ହୋଇଥାଏ,ସେ କ୍ଷେତ୍ରରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ୨/୩ ବର୍ଷ ପରେ ଏହା ମେଚୁରିଟି ପରେ ଠିକ୍ ହୋଇ ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.