Swastik Tv News Odisha

ସାବଧାନ! କୋବି ରୁ ବାହାରିଲା ବିଷଧର ସାପ ଛୁଆ, ମା” ଝିଅଙ୍କୁ ସିଧା ପଠାଇଦେଲା ହସ୍ପିଟାଲ । ଆଶ୍ଚର୍ଯ୍ୟ ଜନକ ଘଟଣା, କୋବି ଖାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0

ଆଜିକାଲିର ଟେକ୍ନୋଲୋଜିର ପ୍ରଭାବ ଫଳରେ ଲୋକ ମାନଙ୍କର ସବୁ କାମ ସହଜ ସାଧ୍ୟ ହୋଇ ଯାଇଛି। ବର୍ତ୍ତମାନ ସମୟରେ କୌଣସି ଲୋକ ଖାଲି ବସୁ ନାହାନ୍ତି। ସମସ୍ତେ ପଇସା ଉପାର୍ଜନ କରିବାରେ ବ୍ୟସ୍ତ ରହୁଛନ୍ତି। ପଇସା ଉପାର୍ଜନ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟକୁ ଆପଣାଉଛନ୍ତି। ଲୋକ ମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁ ନାହାନ୍ତି। କିଛି ଲାଭ ପାଇଁ ବିଭିନ୍ନ ପ୍ରକାର ମିଶ୍ରିତ ପଦାର୍ଥ ବା ଅପରିଷ୍କାର ଖାଦ୍ୟ ମିଶାଥାନ୍ତି। ଆପଣ ମାନେ ଆଜିକାଲି ବଜାରରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ବିଷୟରେ ତୋ ନିଶ୍ଚିତ ଭାବରେ ଜାଣିଥିବେ। ଯେମିତିକି ପ୍ଲାଷ୍ଟିକ ଅଣ୍ଡା ହେଉ କିମ୍ବା ଉପରେ ଦେଖା ଯାଉଥିବା ଚାକଚକ୍ୟ ଜିନିଷ ହେଉ। ତେବେ ବନ୍ଧୁଗଣ ଆପଣ ମାନେ ପ୍ରତିଟି କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ପାଇଁ ପଡ଼ିବ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଖାଦ୍ୟ ପଦାର୍ଥ ପରଖି ଖାଇବେ।

ଏଭଳି ଏକ ଘଟଣା ଭୋପାଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ସବୁ ଋତୁ ଠାରୁ ଶୀତ ଋତୁରେ ପନି ପରିବା ବଜାରରେ ଅଧିକ ପରିମାଣରେ ମିଳିଥାଏ। ଏଥି ସହିତ ପନି ପରିବା ବହୁତ ସସ୍ଥା ମଧ୍ୟ ହୋଇଥାଏ। କିନ୍ତୁ ଶୀତ ଋତୁରେ ସବୁ ପନି ପରିବାରେ ଛୋଟ ଛୋଟ ପୋକ ସବୁ ରହି ଥାଆନ୍ତି। କିନ୍ତୁ ବର୍ତ୍ତମାନ ଏଭଳି କିଛି ପନି ପରିବାରେ ଏକ ଜିନିଷ ରହି ଥିବାର ଦେଖିବା ପାଇଁ ମିଳିଛି। ଜଣେ ମହିଳା ତାଙ୍କର ବୟସ ୩୫ ବର୍ଷ ହୋଇଥାଏ। ସେହି ମହିଳା ଜଣଙ୍କ ବଜାରକୁ ଯାଇ ଥିଲେ, ସେହି ବଜାରରୁ ଏକ ଫୁଲ କୋବି ଆଣି ଘରକୁ ଆଣିଥିଲେ।

ତେବେ ମହିଳା ଓ ତାଙ୍କ ଝିଅ ମିଶି ଯେତେବେଳେ ରୋଷେଇ ପାଇଁ ଫୁଲକୋବି କାଟିବ ପାଇଁ ବାହାରିଲେ ଠିକ ସେହି ସମୟରେ ସେଥିରେ ଏକ ସାପ ରହିଛି ବୋଲି ସେମାନେ ଜାଣି ପାରି ନଥିଲେ ଓ ଫୁଲକୋବିକୁ କାଟିବା ସମୟରେ ଗୋଟିଏ ସାପ ବାହାରି ମାଆ ଓ ଝିଅକୁ ଦଂଶନ କରିଦେଲା। ସାପର ବିଷ ଏହା ପରେ ଝିଅଟିର ଶରୀରରେ ଚରିଗଲା ଓ ଯାହା ଫଳରେ କି ଝିଅଟି ବେହୋସ ହୋଇଗଲା।

ତେବେ ଝିଅର ଏଭଳି ଅବସ୍ଥା ଦେଖି ମାଆ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭିତ ମଧ୍ୟ ହୋଇ ଯାଇଥିଲେ। ସେ ସମସ୍ତଙ୍କୁ ବଡ଼ ପାଟିରେ ଖୁବ ଜୋର ସୋର ଭାବରେ ଡାକିଲେ କିନ୍ତୁ ଏହା ପରେ ମହିଳା ଜଣଙ୍କ ମଧ୍ୟ ବେହୋସ ହୋଇଗଲେ। ମହିଳାଙ୍କ ଚିତ୍କାର ପାଟିର ଶବ୍ଦ ଶୁଣି ପାଖ ପଡୋଶୀ ଘରର ଲୋକ ମାନେ ଦୌଡା ଦୋୖଡି ହୋଇ ତାଙ୍କ ଘରକୁ ଆସିଲେ, ସେମାନେ ମାଆ ଓ ଝିଅଙ୍କର ଏଭଳି ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ନେଇ ମେଡିକାଲରେ ନେଇ ଭର୍ତ୍ତି କରିଦେଲେ। ଡାକ୍ତର ଧର୍ମେନ୍ଦ୍ର ସିଂହ ସେମାନଙ୍କୁ ଦେଖି ତାଙ୍କ ଶରୀର ବହୁତ ଗୁରୁତ୍ବର ଅଛି ବୋଲି କହିଥିଲେ। କିନ୍ତୁ ପରେ ପରେ ସେମାନଙ୍କ ଶରୀର ଠିକ ଅଛି ବୋଲି କହିଥିଲେ। ତେବେ ବନ୍ଧୁଗଣ ପନି ପରିବା ଭଲ ଭାବରେ ଦେଖି ରୋଷେଇ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.