Swastik Tv News Odisha

ଭାରତର 5 ଟି ଭୁତିଆ ରେଳ ଷ୍ଟେସନ ! ଭୁତ କୁ ଡରୁଥିଲେ ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ, (ଛୋଟ ପିଲା ତ ଆଦୌ ନୁହେଁ)

0

ବନ୍ଧୁଗଣ ଆମ ଭାରତରେ ବହୁତ୍ ସଂଖ୍ୟାରେ ରେଲୱେ ଷ୍ଟେସନ ରହିଛି। କିଛି ରେଲୱେ ଷ୍ଟେସନ ଏମିତି ରହିଛି ଯାହା ସବୁବେଳେ ଜନ ଗହଳି ପୂର୍ଣ୍ଣ ରହିଥାଏ। ସବୁବେଳେ ଲୋକ ମାନଙ୍କର ଯାତାୟାତ ତ ରେଲୱେ ଷ୍ଟେସନ ରେ ହୋଇଥାଏ। କିନ୍ତୁ ବଡ ବଡ ସହର ମାନଙ୍କୁ ସଂଯୋଗ କରୁଥିବା କିଛି ଏମିତି ରେଲୱେ ଷ୍ଟେସନ ରହିଛି ଯେଉଁଠି ପ୍ରାୟତଃ ଲୋକେ ଅଧିକାଂଶ ସମୟରେ ରହିଥାନ୍ତି। କିନ୍ତୁ ଆମ ଭାରତରେ କିଛି ଏମିତି ବି ରେଲୱେ ଷ୍ଟେସନ ରହିଛି ଯେଉଁଠିକୁ କୌଣସି ବି ଲୋକ ଏକୁଟିଆ ଯିବା ପାଇଁ ପସନ୍ଦ କରନ୍ତି ନାହିଁ।ତେବେ ଆଜି ଆମେ ଏହି ଲେଖା ମାଧ୍ୟମରେ ଭାରତର ଏମିତି ୫ଟି ରେଲୱେ ଷ୍ଟେସନ ବିଷୟରେ ଜାଣିବା ଯେଉଁ ରେଲୱେ ଷ୍ଟେସନ ଗୁଡ଼ିକୁ ଯିବା ପୁର୍ବରୁ ଜଣେ ଲୋକ ଶହେ ଥର ଭାବିବ।

୧) ଦ୍ୱାରକା ସେକ୍ଟର ୯ ମେଟ୍ରୋ- ତେବେ ଏହି ରେଲୱେ ଷ୍ଟେସନ ଟି ଦିଲ୍ଲୀରେ ରହିଛି। ଏଠାକାର ଲୋକଙ୍କ କହିବା ଅନୁସାରେ ସେମାନେ ଏଠାରେ ଅନେକ ସମୟରେ ଜଣେ ମହିଳାଙ୍କୁ ଦେଖିଛନ୍ତି ଯିଏକି ଅନେକ ସମୟରେ ତାଙ୍କର ମୁହଁକୁ ଲୁଚାଇ ରଖିଥାଏ। ମେଟ୍ରୋ ଷ୍ଟେସନ ବାହାରେ ବି ଲୋକେ ଏହି ଆତ୍ମାକୁ ଅନୁଭଵ କରିଛନ୍ତି।

୨) ନୈନି ରେଲୱେ ଷ୍ଟେସନ- ଉତ୍ତରପ୍ରଦେଶ ରେ ଥିବା ଏହି ରେଲୱେ ଷ୍ଟେସନ କୁ ଲୋକେ ରାତ୍ରୀ ସମୟରେ ଯିବାକୁ ଡରିଥାନ୍ତି। ଏଠାକାର ଲୋକଙ୍କ କହିବା ଅନୁସାରେ ଏଠାରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଆତ୍ମା ରହିଛି, ଯେଉଁମାନେ ଜେଲ୍ ରେ ମୃତ୍ୟୁ ବରଣ କରିଥିଲେ।

୩) ବାରଗ୍ ରେଲୱେ ଷ୍ଟେସନ- ସିମଲା ର ଏହି ରେଲୱେ ଷ୍ଟେସନ ବାରଗ ସୁଡ଼ଙ୍ଗ ପାଖରେ ନିର୍ମାଣ କରା ଯାଇଛି। ଏଠାକାର ଲୋକଙ୍କ କହିବା ଅନୁସାରେ ଏହି ଷ୍ଟେସନ୍ ନିର୍ମାଣ ସମୟରେ ବାରଗ ଭୁଲ୍ କରିଥିଲେ। ତାପରେ ସେଠାରେ ସେ ଆତ୍ମହତ୍ୟା କରିବା ପରେ ସେଠାରେ ଷ୍ଟେସନ୍ ନିକଟରେ ତାଙ୍କ ମୃତ ଶରୀରକୁ ପୋତି ଦିଆ ଯାଇଥିଲା। ସେବେଠୁ ରାତ୍ରୀ ସମୟରେ ସେଠାରେ ଚିତ୍କାର ଶୁଣିବାକୁ ମିଳୁଛି।

୪) ଏମ୍ ଜି ରୋଡ ମେଟ୍ରୋ ଷ୍ଟେସନ- ଗୁରୁଗାଉଁ ର ଏହି ଷ୍ଟେସନ୍ ରାତ୍ରୀ ଅଧିକ ହେବା ମାତ୍ରେ ଖତରନାକ ଷ୍ଟେସନ୍ ପାଲଟି ଯାଏ। ଏଠାରେ ଦୁର୍ଘଟଣାରେ ଏକ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ଲୋକେ ଏଠାରେ ଭୌତିକ ଶକ୍ତିର ଅନୁମାନ କରନ୍ତି ଏବଂ ଭୟ କରିଥାନ୍ତି।

୫) ରବୀନ୍ଦ୍ର ସରୋବର ମେଟ୍ରୋ ଷ୍ଟେସନ- କୋଲକାତା ର ଏହି ମେଟ୍ରୋ ଷ୍ଟେସନ କିଛି ଭୂତିଆ, ଖତରନାକ ଷ୍ଟେସନ୍ ମାନଙ୍କ ଭିତରୁ ଅନ୍ୟତମ। ବିଷୟରେ ଏକଥା କୁହାଯାଇଥାଏ ଯେ ଏଠାରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଅନେକ ଲୋକଙ୍କ ଆତ୍ମା ଘୁରି ବୁଲିଥାଏ। ଅନେକ ଲୋକ କହିଥାନ୍ତି ଯେ ସେମାନେ ଏଠାରେ ଷ୍ଟେସନ୍ ରେ ତାଙ୍କ ଆଖପାଖରେ ଅଦୃଶ୍ୟ ଶକ୍ତିର ଅନୁଭବ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.