Swastik Tv News Odisha

ବର୍ଷେ ହେବ ୪ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରୁଥିଲେ ୯ ଶିକ୍ଷକ ; ଭିଡିଓ ଉଠାଉଥିଲେ ଶିକ୍ଷୟତ୍ରୀ, ତା ପରେ…

0

ବର୍ତ୍ତମାନ ପ୍ରତିଦିନ ଚୋରି, ଡକାୟତ ଓ ଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢି ବଢି ଚାଲିଛି। ସମାଜରେ ଗୁରୁ ଶିଷ୍ୟର ସମ୍ପର୍କ ପବିତ୍ର ସମ୍ପର୍କ ହୋଇଥାଏ। ଯେମିତି ମାଆ ତାର ଛୁଆକୁ ଭଲ ଶିକ୍ଷା ଓ ସଂସ୍କାର ଦେଇଥାଏ, ଠିକ ସେମିତି ଗୁରୁ ମଧ୍ୟ ଛାତ୍ର ଓ ଛାତ୍ରୀ ମାନଙ୍କୁ ଭଲ ପାଠ ପଢେଇବାର ଶିକ୍ଷା ଦେଇଥାଏ। ଯଦି ପିଲା ମାନେ ପାଠ ନ ପଢି ଖରାପ ଆଡେ ମନ ନିବେଶ କରନ୍ତି, ତା ହେଲେ ଶିକ୍ଷକ ସେମାନଙ୍କୁ ଭଲ ବାଟକୁ ଆଣି ବାକୁ ଚେଷ୍ଟା କରି ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଶିକ୍ଷକ ଅଛନ୍ତି ଯେ ଗୁରୁ ଓ ଶିଷ୍ୟର ସମ୍ପର୍କକୁ ପାଦରେ ଆଡେଇ ଦେଉଛନ୍ତି। ସେମାନଙ୍କ ସହିତ ନୃଶଂଶ କାର୍ଯ୍ୟ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ୪ ଜଣ ନାବାଳିକା ଛାତ୍ରୀଙ୍କୁ ୯ ଜଣ ଶିକ୍ଷକ ବର୍ଷେ ହେବ ଗଣ ଦୁଷ୍କର୍ମ କରି ଆସୁଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ରାଜସ୍ତାନର ଅଲୱାର ଜିଲ୍ଲାର ଏକ ସରକାରୀ ସ୍କୁଲରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଝିଅ ଯିଏ କି ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି। ସେହି ଝିଅଟି ସ୍କୁଲ ଯିବା ପାଇଁ ମନା କରିବାରୁ ତା’ର ବାପା ଏହାର କାରଣ ପଚାରିଥିଲେ ଓ ଝିଅଟି କହିଥିଲା ଯେ, ଏକ ବର୍ଷ ହେବ ପ୍ରିନ୍ସିପାଲଙ୍କ ସହିତ ଅନେକ ଶିକ୍ଷକ ମାନେ ଗଣ ଦୁଷ୍କର୍ମ କରି ଆସୁଥିଲେ। ଏଥି ସହିତ ପିଶାଚ ଶିକ୍ଷକ ମାନେ ମଧ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲା ମାନଙ୍କ ପ୍ରତି ମଧ୍ୟ ଏଭଳି କାର୍ଯ୍ୟ କରୁଥିଲେ ଏହି ଭଳି ଭାବରେ ମୋଟ ଉପରେ ୪ ଜଣ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଛନ୍ତି।

ତେବେ କେବଳ ସେତିକି ନୁହେଁ ଶିକ୍ଷକ ମାନେ ଗଣ ଦୁଷ୍କର୍ମ କରୁଥିବା ସମୟରେ ଶିକ୍ଷୟତ୍ରୀ ମାନେ ଏହାର ଭିଡ଼ିଓ ନିଜ ମୋବାଇଲରେ ରେକର୍ଡ଼ କରୁଥିଲେ। ତେବେ ମୋଟ ଉପରେ ୯ ଜଣ ଶିକ୍ଷକ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିଲେ। ଝିଅ ଠାରୁ ସବୁ କଥା ଜାଣିବା ପରେ ବାପା ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରି କହିଛନ୍ତି ଯେ, ଶିକ୍ଷକ ମାନେ ମଦ ପିଇ ଏଭଳି ଗଣ ଦୁଷ୍କର୍ମ କରିଛନ୍ତି

ତେବେ ଏହି ଘଟଣାକୁ ନେଇ ସିବିଇଓ ସରିତା ଯାଦବ ସ୍କୁଲରେ ପହଁଛି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଏହାର ରିପୋର୍ଟ ତିଆରି କରାଯାଇ ଅଧିକାରୀଙ୍କ ପାଖକୁ ପଠାଯିବ। ଏହି ଘଟଣାକୁ ନେଇ ଥାନା ଅଧିକାରୀ କହିଛନ୍ତି ଯେ, ନାବାଳିକାଙ୍କ ଛାତ୍ରୀ ମାନଙ୍କ ସମ୍ପର୍କୀୟ ଲୋକ ମାନେ ଜିତେନ୍ଦ୍ର କୁମାର ପ୍ରଧାନଶିକ୍ଷକ, ପ୍ରମୋଦ କୁମାର ଏବଂ ରାଜ କୁମାରଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି। ତେବେ ବନ୍ଧୁଗଣ ଏଭଳି ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି କୁହାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.