Swastik Tv News Odisha

ଦେଖନ୍ତୁ ଭାରତର ସମୁଦ୍ର ଗର୍ଭରୁ କିପରି ତେଲ ବାହାର କରାଯାଏ, ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…ଦେଖନ୍ତୁ ଭିଡ଼ିଓ

0

ଏହା ସତ ଯେ ସମୁଦ୍ର ମଧ୍ୟରୁ ତେଲ ବାହାର କରିବା ଏତେ ସହଜ କାମ ନୁହେଁ। ଏଥିପାଇଁ ଅନେକ କିଛି ଜ୍ଞାନ କୌଶଳ ସହିତ ଶ୍ରମ ବି ଆବଶ୍ୟକ ହୋଇଥାଏ। ତୈଳ ଏମିତି ଏକ ଜିନିଷ ଯାହା ସମୁଦ୍ରର ଗଭୀରତାରେ ମଧ୍ଯ ରହିଥାଏ। ତେବେ ସମୁଦ୍ର ମଧ୍ୟରୁ ତେଲ ବାହାରିଥାଏ ବୋଲି କଣ ଆପଣ ଜାଣିଛନ୍ତି? ଅନେକଙ୍କୁ ଏ ବିଷୟରେ ଧାରଣା ନଥିବ ଏବଂ ଯଦି ଥିବ ତେବେ କିପରି ଏହା କରା ଯାଇଥାଏ ତାହା ଜାଣିବାକୁ ନିଶ୍ଚିତ ମନ ଭିତରେ ଆପଣଙ୍କ ଆଗ୍ରହ ରହିଥିବ। ଆଜି ଏହି ଲେଖା ମାଧ୍ୟମରେ ଆମେ ଏହି ରହସ୍ୟମୟ କଥା ବିଷୟରେ ଆପଣଙ୍କୁ ଜଣାଇବୁ ଯେ କିପରି ଭାରତ ର ସମୁଦ୍ର ଭିତରୁ ତେଲ ବାହାର କରାଯାଇଥାଏ।

ତେବେ ଯଦି ଆମେ ୧୦୦ ବର୍ଷ ତଳର କଥା କହିବା ତେବେ ସେତେବେଳ ପ୍ରାୟତଃ ଅନେକ ସ୍ଥାନରେ ଖୋଳିଲେ ତେଲ ବାହାରୁ ଥିଲା। ଲୋକେ ଏଥିପାଇଁ ଅନେକ ନଳକୂପ ର ଖନନ ମଧ୍ଯ କରୁଥିଲେ। ଆଉ ସେହି ସମୟରେ କଞ୍ଚା ତେଲ ବହୁତ ଅଧିକ ମାତ୍ରାରେ ମିଳୁ ଥିବାର ଦେଖିବାକୁ ମିଳୁଥିଲା। ସେତେବେଳେ ଲୋକମାନେ ଯଦି ପାଣି ପାଇଁ ବି ନଳ କୂପ ଖୋଳୁ ଥିଲେ ତାହେଲେ ସେଠାରୁ,ସେହି ସ୍ଥାନରୁ ତେଲ ବାହାରୁ ଥିଲା।ଏହା ପ୍ରାୟତଃ ସମସ୍ତେ ଜାଣିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏସବୁ ସଂପୂର୍ଣ୍ଣ ବଦଳି ଯାଇଛି ଏବଂ ଅନେକ ସ୍ଥାନରୁ ତେଲ କଣ, ପାଣି ବି ବାହାରୁ ନାହିଁ। ତେଣୁ ଏବେ ଜଳଭାଗ ରୁ ହିଁ ଏହାର ଚାହିଦା କୁ ପୂରଣ କରା ଯାଉଛି।

ଯଦିଓ ବର୍ତ୍ତମାନ ସମୟରେ ତେଲର ଚାହିଦା ବଢ଼ିଛି କିନ୍ତୁ କଞ୍ଚା ତେଲ ସେହି ପରିମାଣରେ ବହୁତ୍ କମ୍ ମିଳୁ ଥିବାରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ଅନେକ ପଦ୍ଧତି ଆପଣାଇବା ସହ ଏହି ତେଲକୁ ପ୍ରସ୍ତୁତି ପାଇଁ ପ୍ରୟାସ କରା ଯାଉଛି। ତେବେ ଭାରତ ସମେତ ଅନେକ ଦେଶ ଏବେ ସମୁଦ୍ର ଭିତରୁ ତେଲ ବାହାର କରୁଛନ୍ତି। ଏଥିପାଇଁ ପ୍ରଥମେ ସମୁଦ୍ର ଭିତରୁ ତେଲ କୂପ ଖୋଜି ସେଥିରେ ରିକ୍ସ ବନାଯାଏ ଏବଂ ଦୁଇଟି ପ୍ରକ୍ରିୟାରେ ପରେ ତେଲ ବାହାର କରାଯାଏ, ଯାହା ବହୁତ୍ କଷ୍ଟକର କାମ ହୋଇଥାଏ।ସେହି ସ୍ଥାନରେ ଡ୍ରିଲିଂ କରି ପରେ ସେଠାରୁ ତେଲ ବାହାର କାରି ଏହାକୁ ଓଏଲ୍ ରିଫାଇନାରି କୁ ପଠାଯାଏ।

ଆଉ ସେଠାରେ ତେଲରେ ମିଶିଥିବା ଖାଦକୁ ଅଲଗା କରାଯାଇ ସେଥିରୁ ପେଟ୍ରୋଲ, ଡିଜେଲ୍,କିରୋସିନି ଆଦି ମିଳିଥାଏ।ପରେ ସେଠାରୁ ପ୍ରସ୍ତୁତ ଏହି କଞ୍ଚାତେଲକୁ ଅଏଲ୍ ରିଫାଇନାରୀ କୁ ବଡ ବଡ଼ ଜାହାଜ ଦ୍ଵାରା ଅଣା ଯାଇଥାଏ। ତେବେ ଏ ସମସ୍ତ ପ୍ରକ୍ରିୟା ପାଇଁ ବହୁତ୍ ସମୟ ଲାଗିବା ସହିତ ବହୁତ୍ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ। ଆଉ ଏହି କାମ ପାଇଁ ଅନେକ ସଂଖ୍ୟାରେ ଶ୍ରମ ବା ଲୋକ ଆବଶ୍ୟକ ମଧ୍ଯ ହୋଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.