Swastik Tv News Odisha

ଓଡ଼ିଆ ସହିଦ ଯବାନ ରାଣା ପ୍ରତାପଙ୍କ ସ୍ତ୍ରୀ ଗଣମାଧ୍ୟମ ସାମ୍ନାରେ କହିଲେ ଏମିତି…ଦେଖିଲେ ଆଖିରୁ ଲୁହ ଆସିଯିବ, ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ଶେଷ କୃତ୍ୟ ସଂପନ୍ନ ହୋଇ ସାରିଛି।ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ତାଙ୍କ ଜନ୍ମମାଟି ଅନୁଗୋଳ ଜିଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇ ଥିଲା। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିଲା। ସୂଚନା ଅନୁସାରେ ତାଳଚେରର ଏହି ଓଡ଼ିଆ ପୁଅ ରାଣାପ୍ରତାପ ଦାସ ବାୟୁସେନାର ଜୁନିଅର ଓ୍ବାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାରର ଆଖିରୁ ଲୁହ ଶୁଖୁ ନାହିଁ। ତାଙ୍କ ଜନ୍ମମାଟି, ତାଙ୍କ ଅଞ୍ଚଳ ବି ତାଙ୍କୁ ଝୁରୁଛି। ତେବେ ଏହି ସମୟରେ ତାଙ୍କ ଘରକୁ ଯାଇ ତାଙ୍କୁ ଅନେକ ସମବେଦନା ଜଣାଇଛନ୍ତି। ରାଣା ପ୍ରତାପଙ୍କ ସ୍ତ୍ରୀ ଙ୍କ ଆଖିରୁ ଲୁହ ଏବେବି ସୁଖୁ ନଥିବା ବେଳେ କିନ୍ତୁ ସେ ନିଜ ସ୍ଵାମୀଙ୍କ ଦେଶ ପ୍ରତି ସହିଦ୍ ହେବାକୁ ନେଇ କିନ୍ତୁ ସେ ଗର୍ବିତ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ତାଙ୍କୁ ଏପରି ସାହାସ ଏବଂ ଦୃଢ଼ ମନା ହେବାର ପ୍ରେରଣା କେଉଁଠି ମିଳିଛି ବୋଲି ପଚାରିବାରୁ ସେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏହାର ଉତ୍ତରରେ କହିଥିଲେ ଯେ ସେ ତାଙ୍କ ସ୍ଵାମୀଙ୍କ ପାଖରୁ ଏସବୁ ଶିଖି ଛନ୍ତି।

ତାଙ୍କ ସ୍ଵାମୀ ତାଙ୍କୁ ବହୁତ୍ ପ୍ରେରଣା ଦିଅନ୍ତି ଏବଂ ନିଜର ମନୋବଳ କୁ ଦୃଢ଼ ରଖି ସବୁ କାମ କରିବା ଉଚିତ୍ ବୋଲି ସେ କହିଥାନ୍ତି।ଦେଶ ପାଇଁ ସେ କାମ କରୁଛନ୍ତି, ଏଥିପାଇଁ ତାଙ୍କୁ ଦେଶପ୍ରତି ଭଲପାଇବା ଏବଂ ଉତ୍ସର୍ଗୀକୃତ ମନୋଭାବ ରହିବା ଆବଶ୍ୟକ ବୋଲି ସେ ସବୁବେଳେ ସ୍ତ୍ରୀ କୁ କହୁଥିଲେ। ଆଜି ସ୍ବାମୀ ଦେଶ ପାଇଁ ସହିଦ୍ ହୋଇଛନ୍ତି। ଆଉ ଏଥିପାଇଁ ଯେତିକି କାନ୍ଦ ଲାଗୁଛି, ଦୁଃଖ ଲାଗୁଛି, ଏଥିପାଇଁ ସେତିକି ବି ସେ ଗର୍ବିତ ବୋଲି କହିଛନ୍ତି ସହିଦ୍ ରାଣା ପ୍ରତାପ ଙ୍କ ପତ୍ନୀ। କିନ୍ତୁ ଘରେ ତାଙ୍କ ଶାଶୁ ଶଶୁର ଅସୁସ୍ଥ ଥିବାରୁ ତାଙ୍କ ସେବା କରିବା ସହିତ, ତାଙ୍କର ଚିକିତ୍ସା କରିବାକୁ ପଡୁଚି ଏବଂ ତାଙ୍କର ଦେଢ଼ ବର୍ଷର ଏକ ପିଲା ରହିଛି।

ଆଉ ସେମାନଂକୁ ଚଳାଇବା ପାଇଁ ସରକାର୍ ଆର୍ଥିକ ସହାୟତା କଲେ କିମ୍ୱା ତାଙ୍କୁ ତାଙ୍କରି ଯୋଗ୍ୟତା ଅନୁସାରେ ଚାକିରି ଦେଲେ ସେ ତାଙ୍କ ପରିବାରର ସେବା କରି ପାରିବେ ବୋଲି ଗଣମାଧ୍ୟମ ମାଧ୍ଯମରେ ସେ ସରକାରଙ୍କୁ ନିବେଦନ କରିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ, ଗତ ବୁଧବାର ସିଡିଏସ ବିପିନ ରାଓ୍ବତ ତାମିଲନାଡୁର ଓ୍ବେଲିଂଟନକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ତାମିଲନାଡୁର କୁନ୍ନୁରଠାରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିପିନଙ୍କ ସହିତ ତାଙ୍କ ସ୍ତ୍ରୀ ଓ ଅନ୍ୟ ସେନାଧିକାରୀ ଥିଲେ।ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ସେମାନଙ୍କ ମଧ୍ୟରେ ତାଳଚେରର ଏହି ଓଡ଼ିଆ ପୁଅ ରାଣାପ୍ରତାପ ଦାସ ମଧ୍ୟ ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.