Swastik Tv News Odisha

ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ….ନୀଳଚକ୍ର ଉପରେ ଚିଲ ନୁହେଁ 64 ଯୋଗିନୀ ଉଡୁଥିଲେ….ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ସେହିପରି ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ସେହିସବୁ ଆଧ୍ୟାତ୍ମିକ ସ୍ଥାନ ର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ। ସେହିପରି ଏକ ଗୁରୁତ୍ବ ପୂର୍ଣ୍ଣ କଥା ଉପରେ ଆମେ ଆଜି ଆଲୋଚନା କରିବା। କିଛିଦିନ ତଳେ ପୁରୀର ମହାପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ଉପରେ ଚିଲ ମାନେ ଉଡ଼ୁ ଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅନେକ ମତ ପ୍ରକାଶ ପାଇଥିଲା।ଏହା କଣ କିଛି ଅଶୁଭ ସଂକେତ ହୋଇପାରେ ନା ଏହା ଭଗବାନଙ୍କର ଆଉ କିଛି ଇଙ୍ଗିତ ଏହାକୁ ନେଇ ଆଲୋଚନା ହେଉଥିଲା।

ତେବେ ଏହାକୁ ନେଇ ମାଳିକା ବିଚାରକ, ମାଳିକା ଭକ୍ତ କଣ କହୁଛନ୍ତି ଶୁଣନ୍ତୁ। ଶ୍ରୀକ୍ଷେତ୍ରରେ ଏପରି ଚିଲ ଉଡିବାର କାରଣ କଣ ଅଟେ ସେ କହିଛନ୍ତି। ତାଙ୍କ ମତରେ ଶ୍ରୀକ୍ଷେତ୍ରରେ ୬୪ ଟି ଚିଲ ଉଡୁଥିଲେ।ଆଉ ଏମାନେ ହେଉଛନ୍ତି ୬୪ ଯୋଗିନୀ।ସେ କହିଛନ୍ତି ଏହା ଏକ ଅସମ୍ଭବ ଜିନିଷ ସମ୍ଭବ ହୋଇଛି। ଅର୍ଥାତ୍ ମହାପ୍ରଭୁଙ୍କ ମୂର୍ତ୍ତି ତିଆରି ପାଇଁ ଆସୁଥିବା କାଠ, ଯେଉଁ ଗଛରୁ ଆସିଥାଏ ସେଠାରେ ପକ୍ଷୀ କେବେ ବସି ନଥାଏ। ତେବେ ଯେଉଁଠି ମହାପ୍ରଭୁ ରହିଛନ୍ତି ସେଠାରେ ଆସି ପକ୍ଷୀ ଉଡ଼ିବା ଏକ ଅସମ୍ଭବ କଥା ଯାହା ଏକ ସଂକେତ ନିଶ୍ଚିତ ଭାବରେ। ତାଙ୍କ କହିବା ଅନୁସାରେ ୬୪ ଟି ତାମସିକ ଯୁକ୍ତ ପକ୍ଷୀ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଉଡ଼ିଲେ।

ଯେତେବେଳେ ରଥଯାତ୍ରା ଦିନ ରଥ ଆସେ, ବାହୁଡ଼ା ଦଶମୀ ରେ ରଥ ଆସିବା ସମୟରେ ପଣାହାଣ୍ଡି ଲାଗିଥାଏ। ଏହା ଏଥି ପାଇଁ ଲାଗିଥାଏ ଯେ କାରଣ ଜଗା ସାଙ୍ଗରେ ଯାଆନ୍ତି ହଳିଆ, ଚଣ୍ଡି, ଚାମଣ୍ଡି ଆଦି। ସେମାନେ କୌଣସି ବି ବେଶରେ ହେଉ ନା କାହିଁକି ଆସି ଏହି ପଣା କୁ ଚାଟି ଖାଇଥାନ୍ତି।ସେ ପଣା କୁ ଆଉ କେହି ଖାଆନ୍ତି ନାହିଁ।ସେ ପଣା କୁ ଜିଏବି ମାଗି କରି ଖାଉଥିବ ତାହା ଦେହରେ ରହିଥିବ ଚଣ୍ଡି କଳା। ତେଣୁ ସେଦିନ ନୀଳଚକ୍ର ଉପରେ ଏହି ୬୪ ଜଣ ଯୋଗିନୀ ଉଡୁଥିଲେ ବୋଲି ଏହି ଭିଡିଓରେ ବାବା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.